ଡିଗକ୍ସିନ ବିଷକ୍ରିୟା (Digoxin toxicity) | |
---|---|
Digoxin poisoning, digoxin overdose | |
![]() ଡିଜିଟାଲିସ (Digitalis purpurea) ଛବି | |
ବିଭାଗ | ଆଶୁ ଚିକିତ୍ସା ବିଭାଗ (Emergency medicine) |
ଲକ୍ଷଣ | ବାନ୍ତି, ଅରୁଚି, ଦ୍ୱନ୍ଦ୍ୱ, ଝାପସା ଦୃଷ୍ଟି, ପରିବର୍ତ୍ତିତ ରଙ୍ଗ ଦୃଷ୍ଟି, ଶକ୍ତିହୀନ [୧] |
କାରଣ | ଅତ୍ୟଧିକ ଡିଗକ୍ସିନ, ଫକ୍ସଗ୍ଲୋଭ ଛୋଟ ବୃକ୍ଷ (foxglove) [୧][୨] |
ବିପଦ କାରକ | ସ୍ୱଳ୍ପ ପୋଟାସିଅମ , ସ୍ୱଳ୍ପ ମ୍ୟଗନେସିଅମ (low magnesium), ଅତ୍ୟଧିକ କ୍ୟାଲସିଅମ[୧] |
ସଠିକ ରୋଗ ନିର୍ଣ୍ଣୟ | ଆକ୍ୟୁଟ କରୋନାରି ସିଣ୍ଡ୍ରୋମ (Acute coronary syndrome), ହାଇପରକାଲେମିଆ, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା, ବିଟା ବ୍ଲକର ବିଷକ୍ରିୟା (beta blocker toxicity)[୨] |
ଚିକିତ୍ସା | ସହାୟକ ଯତ୍ନ (Supportive care), ଆକ୍ଟିଭେଟେଡ ଚାରକୋଲ, ଆଟ୍ରୋପିନ, ଡିଗକ୍ସିନ-ସ୍ପେସିଫିକ ଆଣ୍ଟିବଡି ଫ୍ରାଗମେଣ୍ଟ (digoxin-specific antibody fragments)[୨][୧] |
ପୁନଃପୌନିକ | ~ବର୍ଷକୁ ୨,୫୦୦ (ଯୁକ୍ତରାଷ୍ଟ୍ର ଆମେରିକା)[୨] |
ଡିଗକ୍ସିନ ବିଷକ୍ରିୟା (ଇଂରାଜୀ ଭଷାରେ Digoxin toxicity, also known as digoxin poisoning) ଏକ ପ୍ରକାର ବିଷକ୍ରିୟା (poisoning) ଯାହା ଅତ୍ୟଧିକ ଡିଗକ୍ସିନ ଅଥବା ଫକ୍ସଗ୍ଲୋଭ (foxglove) ଛୋଟ ବୃକ୍ଷ ସେବନ କଲେ ସଂଘଟିତ ହୁଏ ।[୧][୨] ଏହାର ଲକ୍ଷଣ ଅତି ଅସ୍ପଷ୍ଟ ।[୧] ବାନ୍ତି, ଅରୁଚି, ଦ୍ୱନ୍ଦ୍ୱ (confusion), ଝାପସା ଦୃଷ୍ଟି, ପରିବର୍ତ୍ତିତ ରଙ୍ଗ ଦୃଷ୍ଟି, ଶକ୍ତିହୀନତା ଆଦି ଲକ୍ଷଣ ଏଥିରେ ଦେଖାଯାଏ ।[୧] ରୋଗ ଜଟିଳ ହେଲେ ହୃତ୍ପିଣ୍ଡ ଡିସରିଦମିଆ (Heart dysrhythmia) ଦୃତ ହୃଦ୍ଗତି (too fast) ବା ଧୀର ହୃଦ୍ଗତି (too slow) ହୋଇପାରେ ।[୧]
ଅଳ୍ପ ସମୟରେ ଅତ୍ୟଧିକ ମାତ୍ରା (overdose) ବା ସମୟ କ୍ରମେ ଦୀର୍ଘ କାଳ ଧରି ଅଳ୍ପ ମାତ୍ରାର ଡିଗକ୍ସିନ ଦେହକୁ ଗଲେ ବିଷକ୍ରିୟା ହୁଏ । [୧] ଶରୀରରେ ସ୍ୱଳ୍ପ ପୋଟାସିଅମ , ସ୍ୱଳ୍ପ ମ୍ୟଗନେସିଅମ (low magnesium), ଅତ୍ୟଧିକ କ୍ୟାଲସିଅମ ରହିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[୧] ହୃଦ୍ପାତ ବା ଆଟ୍ରିଆଲ ଫିବ୍ରିଲେସନ ରୋଗ ଥିଲେ ଡିଗକ୍ସିନ ଔଷଧ ଦିଆଯାଏ ।[୩] ରୋଗ ନିର୍ଣ୍ଣୟ ନିମନ୍ତେ ରୁଟିନ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (electrocardiogram) ଆବଶ୍ୟକ ହୁଏ ।[୨] ଶେଷ ମାତ୍ରା ଡିଗକ୍ସିନ ନେବାର ୬ ଘଣ୍ଟା ପରେ ରକ୍ତରେ ଥିବା ଔଷଧ ମାତ୍ରା ରୋଗ ନିର୍ଣ୍ଣୟରେ ଉପକାରୀ ହୁଏ । [୧]
ଔଷଧ ଖାଇବାର ୨ ଘଣ୍ଟା ମଧ୍ୟରେ ଆକ୍ଟିଭେଟେଡ ଚାରକୋଲ ବ୍ୟବହାର କରାଯାଇପାରେ । [୧] ହୃଦ୍ଗତି ଧୀର ଥିଲେ ଆଟ୍ରୋପିନ ଓ ପ୍ରିମାଚ୍ୟୁର ଭେଣ୍ଟ୍ରିକୁଲାର କଣ୍ଟ୍ରାକସନ ଥିଲେ ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବହାର) ଦିଆଯାଏ ।[୨] ଅତ୍ୟଧିକ ବିଷକ୍ରିୟା ହୋଇଥିଲେ ଡିଗକ୍ସିନ-ସ୍ପେସିଫିକ ଆଣ୍ଟିବଡି ଫ୍ରାଗମେଣ୍ଟ (digoxin-specific antibody fragments) ଦେଇ ଚିକିତ୍ସା କରାଯାଏ ।[୧] ଯେଉଁମାନଙ୍କର ସାଂଘାତିକ ଡିସଆରିଦମିଆ ଥାଏ, ରୋଗୀର ହୃଦ୍ପାତ ଥାଏ ବା ପୋଟାସିଅମ ସ୍ତର ୫ମିମୋଲରୁ ଅଧିକ ଥିଲେ ଏହା ଦିଆଯାଏ ।[୧] ଅଳ୍ପ ମାତ୍ରାର ପୋଟାସିଅମ ବା ମ୍ୟାଗନେସିଅମ ଥିଲେ ତାହାକୁ ଠିକ କରାଯାଏ ।[୧] ଚିକିତ୍ସା କରିବାର କିଛି ଦିନ ପରେ ଏହି ବିଷକ୍ରିୟା ପୁନର୍ବାର ହୋଇପାରେ । [୧]
ଅଷ୍ଟ୍ରେଲିଆରେ ସନ ୧୦୧୨ରେ ୧୪୦ଟି କେଶ ଲିପିବଦ୍ଧ ହୋଇଥିଲା ।[୧] ଡିଗକ୍ସିନ ବ୍ୟବହାର କମିଯିବା ଫଳରେ ସନ ୧୯୯୪ରୁ ଏହି ସଂଖ୍ୟା କମିଯାଇଛି ।[୧] ସନ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ୨୫୦୦ ରୋଗୀଙ୍କର ବିବରଣୀ ମିଳିଥିଲା ଓ ସେମାନଙ୍କ ମଧ୍ୟରୁ ୨୭ ଜଣ ମୃତ୍ୟୁ ବରଣ କରିଥିଲେ ।[୨] ଉଇଲିଅମ ଉଇଦରିଙ୍ଗ (William Withering) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୪]
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |