![]() Bottle of digoxin immune fab | |
Clinical data | |
---|---|
Trade names | Digibind, DigiFab, others |
Synonyms | Digoxin-specific antibody |
AHFS/Drugs.com | monograph |
Pregnancy category |
|
Routes of administration | IV infusion, injection |
Pharmacokinetic data | |
Onset of action | 30 min[୧] |
Elimination half-life | 15 hours for DigiFab, 23 hours for Digibind |
Duration of action | 15 to 20 hrs[୧] |
Excretion | Kidney |
Identifiers | |
| |
Chemical and physical data | |
Formula | C2085H3223N553O672S16 |
Molar mass | ୪୭,୩୦୧.୮୮ g·mol−1 |
(verify) |
ଡିଗୋକ୍ସିନ ଇମ୍ୟୁନ ଫାବ (ଇଂରାଜୀ ଭାଷାରେ Digoxin immune fab), ଅନ୍ୟମାନଙ୍କ ମଧ୍ୟରେ ଡିଜିବିଣ୍ଡ ବ୍ରାଣ୍ଡ ଏକ ବିକ୍ରୟ ନାମ, ହେଉଛି ଡିଗୋକ୍ସିନ ବିଷକ୍ରିୟାର ପ୍ରତିକାର ପାଇଁ ଏକ ଆଣ୍ଟିଡୋଟ ।[୨] ଏହା ଏକ୍ଲାମ୍ପସିଆ ରୋଗ ପାଇଁ ଏବଂ ଓଲିଆଣ୍ଡର ବା ଫକ୍ସଗ୍ଲୋଭ୍ ଭଳି କେତେକ ଉଦ୍ଭିଦର ବିଷକ୍ରିୟା ପାଇଁ ବ୍ୟବହାର କରାଯାଇପାରେ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ୩୦ ମିନିଟ୍ ମଧ୍ୟରେ ଏହି ଔଷଧର ଉପକାର ମିଳେ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ରକ୍ତ ପୋଟାସିୟମ୍ ଏବଂ ହୃଦ୍ପାତ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ସହିତ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[୨] ଯେତେବେଳେ ଆବଶ୍ୟକ ହୁଏ, ଏହାକୁ ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରାଯାଇପାରେ ।[୩] ଏହା ରକ୍ତରେ ଡିଗୋକ୍ସିନ୍ ଏବଂ ଅମତୁଲ ଯୌଗିକ ପଦାର୍ଥମାନଙ୍କ ସହିତ ସଂଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।[୨]
୧୯୮୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିଗୋକ୍ସିନ ଇମ୍ୟୁନ ଫାବ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ଗୋଟିଏ ୪୦ ମିଗ୍ରାର ଭାଏଲର ଭିଆଲ୍ ମୂଲ୍ୟ ପ୍ରାୟ ୭୫୦ ପାଉଣ୍ଡ ଅଟେ ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪,୨୦୦ ଡଲାର ଅଟେ । [୬] ଏହା ଡିଗୋକ୍ସିନ୍ ଡେରିଭେଟିଭଦ୍ୱାରା ଇମ୍ୟୁନାଇଜ୍ଡ ବା ପ୍ରତିରୋପିତ ହୋଇଥିବା
ମେଣ୍ଢାମାନଙ୍କର ଆଣ୍ଟିବଡିରୁ ତିଆରି ହେଉଛି ।[୨] [୭]
{{cite book}}
: CS1 maint: date format (link)