Clinical data | |
---|---|
Trade names | RescueFlow, others |
AHFS/Drugs.com | monograph |
Pregnancy category |
|
Routes of administration | intravenous |
ATC code | |
Legal status | |
Legal status |
|
Identifiers | |
CAS Number | |
DrugBank | |
Chemical and physical data | |
Molar mass | 70,000 kDa |
ଡେକ୍ସଟ୍ରାନ ୭୦ (ଇଂରାଜୀ ଭାଷାରେDextran 70) ଏକ ପ୍ରକାର ତରଳ ପଦାର୍ଥ ଯାହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ (injection into a vein) ଦିଆଯାଏ । [୧] ରକ୍ତସ୍ରାବ (bleeding) ଓ ଦଗ୍ଧ ଆଘାତ ଜନିତ ରକ୍ତ ସଞ୍ଚାଳନ ସକ୍ (shock) ହେଲେ ଓ ତୁରନ୍ତ ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusion) ସମ୍ଭବ ନହେଲେ ଏହି ଡେକ୍ସଟ୍ରାନ ୭୦ ଦିଆଯାଏ । ଏହା ଅମ୍ଳଜାନ ବାହକ ନୁହେଁ । [୨]
ଡେକ୍ସଟ୍ରାନ ୭୦ର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର ଓ ଗଣ୍ଠି ଯନ୍ତ୍ରଣା ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଓ ଧୀର ରକ୍ତ ଜମାଟ (blood clotting) ପ୍ରକ୍ରିୟା ହୋଇଯାଇପାରେ ।[୧] ବୃକ୍କ ଫେଲ (kidney failure), ଉଲ୍ଲେଖନୀୟ ହୃଦ୍ପାତ, ହୃଦ୍ପାତ ଓ ରକ୍ତ ଜମାଟ ସମସ୍ୟା (clotting disorder) ଥିଲେ ଏହା ଦିଆଯାଏନାହିଁ ।[୨] ଗର୍ଭାବସ୍ଥାରେ ମଧ୍ୟ ଏହା ଦିଆଯାଏନାହିଁ ।[୩] ଡେକ୍ସଟ୍ରାନ ୭୦ଦ୍ୱାରା ରକ୍ତନଳୀ ବାହାର ସ୍ଥାନରେ (extravascular space) ଥିବା ତରଳ ପଦାର୍ଥ ରକ୍ତନଳୀ (blood vessels) ଭିତରକୁ ଆସିଯାଏ । [୨]
ସନ ୧୯୪୭ରୁ ଡାକ୍ତରୀ ବ୍ୟବହାର ନିମନ୍ତେ ଡେକ୍ସଟ୍ରାନ ୭୦ ସ୍ୱୀକୃତ ହୋଇଛି ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦୦ମି:ଲି: ବୋତଲର ହୋଲସେଲ ମୂଲ୍ୟ ପ୍ରାୟ ୪.୧୦ରୁ ୫.୨୫ ଆମେରିକୀୟ ଡଲାର ।[୬] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୫୭ ପାଉଣ୍ଡ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୭] ଏହା ସୋଡ଼ିଅମ କ୍ଲୋରାଇଡ ସଲ୍ୟୁସନ (sodium chloride solution) ବା ଗ୍ଲୁକୋଜ ସଲ୍ୟୁସନ (glucose solution) ସାଥିରେ ଆସେ ।[୨]