Clinical data | |
---|---|
Trade names | Focalin, Focalin XR, Attenade, others |
Synonyms | d-threo-methylphenidate (D-TMP) |
AHFS/Drugs.com | monograph |
MedlinePlus | a603014 |
data | |
Pregnancy category | |
Dependence liability | Physical: None Psychological: High |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 11–52% |
Protein binding | 30% |
Metabolism | Liver |
Elimination half-life | 4 hours |
Excretion | Kidney |
Identifiers | |
| |
Chemical and physical data | |
Formula | C14H19NO2 |
Molar mass | ୨୩୩.୩୧ g·mol−1 |
3D model (JSmol) | |
| |
| |
(verify) |
ଡେକ୍ସମିଥାଇଲଫେନିଡେଟ, ଏକ ବ୍ୟବସାୟୀକ ନାମ ଫୋକାଲିନ୍, ହେଉଛି ଏକ ଔଷଧ ଯାହା ୫ ବର୍ଷରୁ ଅଧିକ ବୟସ୍କଙ୍କ ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ୪ ସପ୍ତାହ ପରେ ଯଦି କୌଣସି ଉପକାର ଦେଖାଯାଏ ନାହିଁ ତେବେ ଏହାର ବ୍ୟବହାର ବନ୍ଦ କରିବା ଯୁକ୍ତିଯୁକ୍ତ | [୩] ଏହା ପାଟିରେ ଦିଆଯାଏ | [୩] ତୁରନ୍ତ କର୍ମକ୍ଷମ ସୂତ୍ର ୫ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ଏବଂ ବର୍ଦ୍ଧିତ କର୍ମକ୍ଷମ ସୂତ୍ର ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଭୋକ କମିବା ଏବଂ ଜ୍ୱର ଅନ୍ତର୍ଭୁକ୍ତ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ଅପବ୍ୟବହାର, ସାଇକୋସିସ୍, ହଠାତ୍ ହୃଦ୍ରୋଘ ମୃତ୍ୟୁ, ମାନିଆ, ଆନାଫାଇଲକ୍ସିସ, ବାତ ଏବଂ ବିପଦପୂର୍ଣ୍ଣ ଭାବରେ ଦୀର୍ଘସ୍ଥାୟୀ ଇରେକ୍ସନ୍ ପ୍ରୟାପ୍ରିଜ୍ମ ହୋଇପାରେ | [୩] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୫] ଡେକ୍ସମିଥାଇଲଫେନିଡେଟ୍ ହେଉଛି ଏକ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଉତ୍ତେଜକ | [୬] [୩] ଏହି ରୋଗରେ ଏହି ଔଷଧ କିପରି କାମ କରେ, ତାହା ଅସ୍ପଷ୍ଟ | [୩] ଏହା ମିଥାଇଲଫେନିଡେଟର ଅଧିକ ସକ୍ରିୟ ଏନାନ୍ସିଓମର(
) ଅଟେ | [୩]
ଯୁକ୍ତରାଷ୍ଟ୍ରରେ ୨୦୦୧ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡେକ୍ସମେଥାଇଲଫେନିଡେଟ୍ ଅନୁମୋଦିତ ହୋଇଥିଲା | [୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଷ୍ଟ୍ରରେ ଏକ ମାସର ଯୋଗାଣର ହୋଲସେଲ ମୂଲ୍ୟ ପ୍ରାୟ ୮ ଡଲାର ଅଟେ । [୮] ୨୦୧୭ ମସିହାରେ ଏହା ଆମେରିକାର ୧୮୯ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୯] [୧୦] ଏହା ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ଉପଲବ୍ଧ | [୧୧]