Clinical data | |
---|---|
Trade names | Baxdela, Quofenix |
Synonyms | Delafloxacin meglumine; ABT-492; RX-3341; WQ-3034 |
AHFS/Drugs.com | monograph |
data |
|
Pregnancy category |
|
Routes of administration | By mouth, intravenous injection |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C18H12ClF3N4O4 |
Molar mass | ୪୪୦.୭୬ g·mol−1 |
3D model (JSmol) | |
|
ଡେଲାଫ୍ଲୋକ୍ସାସିନ (ଇଂରାଜୀ ଭାଷାରେ Delafloxacin), ଅନ୍ୟମାନଙ୍କ ମଧ୍ୟରେ ବାକ୍ସଡେଲା ଏକ ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଚର୍ମ ଜୀବାଣୁ ଓ ଚର୍ମର ବିଭିନ୍ନ ଅଂଶର ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ସାଧାରଣତଃ ଏମଆର ଏମଆରଏସଏ (MR MRSA) ଏବଂ ସୁଡୋମୋନାସ ପାଇଁ ପ୍ରଭାବଶାଳୀ ।[୨] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଏବଂ ଅଇ ଲାଗେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟେଣ୍ଡିନାଇଟିସ୍, ପେରିଫେରାଲ୍ ନ୍ୟୁରୋପାଥି, ସାଇକୋସିସ, କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଏବଂ ଆନାଫାଇଲକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ଫ୍ଲୋରୋକୁଇନୋଲୋନ ଶ୍ରେଣୀର ଔଷଧ ।[୨]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେଲାଫ୍ଲୋକ୍ସାସିନ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ଦିନର ଚିକିତ୍ସାରେ ପ୍ରାୟ ୬୧୫ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୬୦ ଡଲାର ଅଟେ ।[୪]