କ୍ଲିନିକାଲ୍ ତଥ୍ୟ |</nowiki> | |||
---|---|---|---|
ଉଚ୍ଚାରଣ | droe nab 'i nol [୧] | ||
ବାଣିଜ୍ୟ ନାମ | ମାରିନୋଲ୍, ସିଣ୍ଡ୍ରୋସ୍, ରେଡୁଭୋ, ଆଡଭର୍ସା, ଅନ୍ୟମାନେ |</nowiki> | ||
AHFS / Drugs.com | ମନୋଗ୍ରାଫ୍ | ଡ୍ରଗ୍ କ୍ଲାସ୍ | | କାନନାବିନଏଡ୍ [୧] |
ଡ୍ରୋନାବିନୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ମାରିନୋଲ, ହେଉଛି ଏକ ଔଷଧ ଯାହା ଏଡସ ରୋଗର ଖାଇବା ଲାଳସାକୁ ଉତ୍ସାହିତ କରିବା ପାଇଁ ଏବଂ କେମୋଥେରାପି ଜନିତ ଅଇ ଓ ବାନ୍ତିର ସାଧାରଣ ଚିକିତ୍ସାରେ ଉପଶମ ନ ହେଲେ ବ୍ୟବହୃତ ହୁଏ ।[୨] [୩] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ୨୪ ଘଣ୍ଟାରୁ ଅଧିକ ସମୟ ଧରି ରହିପାରେ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ପରମ ଆନନ୍ଦ ଅନୁଭବ କରିବା, ଅଇ, ବାନ୍ତି, ଏବଂ ଅସ୍ୱାଭାବିକ ଭାବନା ସୃଷ୍ଟି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, ଦ୍ରୁତ ହୃତ୍ସ୍ପନ୍ଦନ, ଅପବ୍ୟବହାର ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଉତ୍ପାଦିତ କାନନାବିନଏଡ; ଟେଟ୍ରାହାଇଡ୍ରୋକାନାବିନୋଲର ଏକ ଆଇସୋମର୍ ଏବଂ ଗଞ୍ଜେଇର ମୁଖ୍ୟ ମତି-ସକ୍ରିୟକ ଉପାଦାନ ଅଟେ ।[୪] [୧]
୧୯୮୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡ୍ରୋନାବିନୋଲ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ୨.୫ ମିଗ୍ରା ମାତ୍ରା ଦିନକୁ ଦୁଇଥର କ୍ରୟ କଲେ ପ୍ରାୟ ୫୨ ଡଲାର ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚିତ ତୃତୀୟ ନିୟନ୍ତ୍ରିତ ପଦାର୍ଥ ଅଟେ । [୧]