ଢେଙ୍କାନାଳ ଗଡ଼ଜାତ ରାଜ୍ୟ ଢେଙ୍କାନାଳ | ||||||
Type of subdivision of (the) Former Country | ||||||
| ||||||
| ||||||
![]() | ||||||
History | ||||||
• | Established | 1529 | ||||
• | Accession to the Indian Union | 1948 | ||||
Area | ||||||
• | 1892 | ୩,୭୮୯ km2 (୧,୪୬୩ sq mi) | ||||
Population | ||||||
• | 1892 | ୨,୭୩,୬୬୨ | ||||
Density | ୭୨.୨ /km2 (୧୮୭.୧ /sq mi) |
ଢେଙ୍କାନାଳ ବ୍ରିଟିଶ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ ଯାହାକି ଅଧୁନାତନ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା । ଦେଶୀୟ ରାଜ୍ୟର ମିଶ୍ରଣ ସମୟରେ ଏହା ୧୯୪୮ ମସିହାରେ ଭାରତ ସହିତ ମିଶିଥିଲା ।
ଇତିହାସ କହେ, ୧୫୨୯ ବେଳକୁ ଢେଙ୍କା ଶବର ନାମକ ଏକ ଜନ ଜାତି ରାଜା ଅଧୀନରେ ଢେଙ୍କାନାଳ ଦେଶୀୟ ରାଜ୍ୟ ରହିଥିଲା । ତତକାଳୀନ ଉତ୍କଳର ରାଜା ଶ୍ରୀ ପ୍ରତାପରୁଦ୍ର ଦେବଙ୍କ ଦକ୍ଷିଣାଞ୍ଚଳ ଦାୟୀତ୍ୱରେ ଥିବା ମନ୍ତ୍ରୀ ତଥା ବେବର୍ତ୍ତାଙ୍କଦ୍ୱାରା କରାଯାଇଥିବା ଏକ ବିଜୟ ଅଭିଯାନ ପରେ ଏହି ଅଞ୍ଚଳ ମହାରାଜାଙ୍କ ଶାସନାଧୀନ ହେଲା । ତତ୍କାଳୀନ ରାଜା ଉକ୍ତ ବେବର୍ତ୍ତାଙ୍କୁ ଢେଙ୍କାନାଳ ରାଜ୍ୟର ରାଜା ନିଯୁକ୍ତି କରିଥିଲେ। ଏହା ପରେ ବଂଶାନୁକ୍ରମିକ ଭାବେ ବେବର୍ତ୍ତାଙ୍କ ବଂଶଧର ଏହି ରାଜ୍ୟକୁ ରାଜୁତି କଲେ । ଏହି କ୍ରମରେ ରାଜା ଭାଗିରଥୀ ପ୍ରତାପ ଢେନାନାଳର ରାଜା ହୋଇଥିଲେ ଯାହାଙ୍କ ଅମଳରେ ଏହି ରାଜ୍ୟ ମରାଠାମାନଙ୍କଦ୍ୱାରା ଆକ୍ରମଣର ଶିକାର ହୋଇଥିଲା। ତେବେ ରାଜା ଭାଗିରଥୀ ପ୍ରତାପ ଏହାର କଡା ଜବାବ ଦେଇ ମରାଠା ଶତ୍ରୁ ଆକ୍ରମଣରୁ ଢେକାନାଳକୁ ରକ୍ଷା କରିବାରେ ସମର୍ଥ ହୋଇଥିଲେ । ଫଳରେ ରାଜା ଭାଗିରଥୀ ପ୍ରତାପ ଲୋକପ୍ରିୟତା ହାସଲ କରିଥିଲେ ଏବଂ ତାଙ୍କୁ "ମହେନ୍ଦ୍ର ବାହାଦୁର" ଉପାଧୀରେ ଭୁଷିତ କରାଯାଇଥିଲା ।
ଢେଙ୍କାନାଳର ଶାସକ ମାନଙ୍କ ମଧ୍ୟରେ ୧୮୬୯ ପରବର୍ତ୍ତୀ ସମୟର ଶାସକମାନଙ୍କୁ ମହାରାଜା ଉପାଧିରେ ଭୂଷିତ କରାଯାଇଛି।[୧][୨]