ତଗରପାଦ
ତଗରପାଦ ଏକ ଜଳଜ ଉଦ୍ଭିଦ (ଲତା)। ଏହାର ପତ୍ର ଗୁଡ଼ିକ କଇଁ କିମ୍ବା ପଦ୍ମ ପତ୍ର ପରି ବଡ଼ ବଡ଼ ନ ହେଲେ ବି ସେହିପରି ଦିଶେ ଓ ପାଣି ଉପରେ ଭାସୁଥାଏ। ପାଣି ତଳର ମାଟିରେ ଏହାର ମୂଳଥାଏ। ଫୁଲ ଗୁଡ଼ିକ ଛୋଟ ଛୋଟ, ରଙ୍ଗରେ ଧଳା।
ପ୍ରାଦେଶିକ ଭାଷା |
ନାମ
|
ଓଡ଼ିଆ |
ତଗରପାଦ
|
ସଂସ୍କୃତ |
କ୍ଷତ୍ର, ଦୀନ ରାଜ ହର୍ଷଣ, କାଳାନୁସାରିକା, ତଗର, ଦଣ୍ଡହସ୍ତ କୁଞ୍ଚିତ ପିଣ୍ଡ, ତଗରକ, ନହଷାଖ୍ୟ, ମହାରଗ
|
ହିନ୍ଦୀ |
ତଗର ଚଣ୍ଡୀ तगर चंडी
|
ତେଲୁଗୁ |
ଗନ୍ଧି ତଗର ପୁଚେଟ୍ଟୁ ଓ ନନ୍ଦି ବର୍ଦ୍ଧନ ଚେଟ୍ଟୁ గన్ధి తకర పుచేట్టు, నన్ది బర్ద్ధన చేట్టు
|
ବଙ୍ଗଳା |
ତଗର ପାଦୁକା তগর পাদুকা
|
ତିକ୍ତ ମଧୁର ରସ, ସ୍ନିଗ୍ଧ, ଶୀତଳ, ଲଘୁପାକ, କେଶ ବର୍ଦ୍ଧକ, ତ୍ରିଦୋଷ, ଅପସ୍ମାର, ବାତପିତ୍ତ, ଶିରପୀଡ଼ା, ବିଷଦୋଷ, ଚକ୍ଷୁରୋଗ ଓ ରକ୍ତଦୋଷ ଇତ୍ୟାଦିର ନାଶକ ଅଟେ। ମାତ୍ରା ଦୁଇ ଅଣାରୁ ଆଠ ଅଣା।
ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।
- ମୁଣ୍ଡବ୍ୟଥାରେ ଏହାର ପତ୍ରକୁ ବାଟି କପାଳର ଦୁଇ ପାଖରେ ଲଗାଇଲେ ଉପଶମ ମିଳେ। ଶ୍ଳେଷ୍ମା ଯୋଗୁଁ ହେଉଥିବା ମୁଣ୍ଡବ୍ୟଥାରେ ଏମିକି କରିବା ନିଷେଧ।
- ଏହାର ସର୍ବାଙ୍ଗକୁ ଶୁଖାଇ ରାଶିତେଲରେ ସାତ ଦିନ ପର୍ଯ୍ୟନ୍ତ ପକାଇ ଛାଣି, ସେହି ତେଲକୁ ମାଲିସ କଲେ ବାତ, ପିତ୍ତ ଓ ମୁଣ୍ଡ ଗରମ ଜନିତ ମୁଣ୍ଡ ବିନ୍ଧା ଭଲହୁଏ।
- ସମ୍ପୂର୍ଣ୍ଣ ଲତାକୁ ବାଟି ଗାଈଘିଅ ମିଶାଇ ସେବନ କଲେ ଉଦରସ୍ତ ବିଷ ଦୂର ହୁଏ।
- ଏହାର କଳ୍କକୁ ରାଶି ତେଲରେ ପାକ କରି ଅଥବା ଏହାର ଚେରକୁ ଶୁଖାଇ ରାଶି ଅଥବା ନଡିଆ ତେଲରେ ସାତ ଦିନ ପର୍ଯ୍ୟନ୍ତ ବୁଡାଇ ରଖି, ସେହି ତେଲକୁ ଛାଣି ମୁଣ୍ଡରେ ଲଗାଇଲେ ଅସମୟରେ ବାଳ ପାଚିବା ଭଲ ହୁଏ।
- ନେତ୍ର ରୋଗରେ ଏହାର ଶୁଖିଲା ଚେରକୁ ମହୁରେ ଘୋରି ଲଗାଯାଏ, ଯାହା ଆଖି ଧରିବା, ଲାଲ ଦିଶିବା, ଖୁଞ୍ଚି ହେବା ଆଦି ଦୂର କରିଥାଏ। [୧]
- ଏହାର ସର୍ବାଙ୍ଗକୁ ଶୁଖାଇ ଜଳରେ ସିଝାଇ ଏକ ଚତୁର୍ଥାଂଶ ରହିଲେ ସେହି ଜଳକୁ ଛାଣି ଅଳ୍ପ ମହୁ ସହିତ ପାନ କଲେ ତ୍ରିଦୋଷ ନାଶ ହୁଏ।
- ଚର୍ମରୋଗରେ (କାଛୁ, କୁଣ୍ଡିଆ, ବାଗୀ) ଏହାର ପତ୍ରକୁ ହଳଦୀ ସହିତ ବାଟି ପ୍ରୟୋଗ କରାଯାଏ।
- ଏହାର ପତ୍ର ସହିତ ଅଳ୍ପ ଗୋଲମରିଚ ମିଶାଇ ବାଟି ଲେପଦେଲେ ହାତ ବା ଗୋଡ଼ରୁ ରକ୍ତ ଗଡ଼ିବା ଏବଂ ବାତ ଦୋଷ ନିବାରିତ ହୁଏ।
ଏହାର ଫୁଲକୁ ଶିବଙ୍କୁ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସାଧାରଣରେ ମାନ୍ୟତା ରହିଛି।
- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।