ତନୁଜା ଚନ୍ଦ୍ରା | |
---|---|
तनुजा चंद्रा | |
ଜନ୍ମ | ଜୁନ ୩, ୧୯୬୯ |
ଜାତୀୟତା | Indian |
ବୃତ୍ତି(ସମୂହ) | Film director, writer |
ତନୁଜା ଚନ୍ଦ୍ରା , (ଜନ୍ମ ଜୁନ ୩ , ୧୯୬୯ ) ଜଣେ ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଓ ଲେଖିକା । ଯଶ ଚୋପ୍ରାଙ୍କ ସଫଳ ଫିଲ୍ମ " ଦିଲ ତୋ ପାଗଳ ହେ "ର ଚିତ୍ରକଥା ଲେଖିକା ଭାବରେ ସୁନାମକୁ ଆସିଥିବା ତନୁଜା ଚନ୍ଦ୍ରା ପରେ ଅନେକ ମହିଳା ପ୍ରାଧାନ୍ୟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତାହା ମଧ୍ୟରୁ ୧୯୯୮ରେ ନିର୍ମିତ " ଦୁସମନ" ଓ ୧୯୯ ମସିହାରେ ନିର୍ମିତ " ସଂଘର୍ଷ " ଅନ୍ୟତମ । .[୧]
ତନୁଜା ଜଣେ ଫିଲ୍ମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମାଁ କାମନା ଚନ୍ଦ୍ରା ଜଣେ ଫିଲ୍ମ କାହାଣୀ ଲେଖକ ଥିଲେ । ତାଙ୍କ ଜେଷ୍ଠ ଭ୍ରାତା ବିକ୍ରମ ଚନ୍ଦ୍ରା ମଧ୍ୟ ଜଣେ ଫିଲ୍ମ କାହାଣୀକାର ତଥା ଅନ୍ୟ ଭ୍ରାତା ଅନୁପମ ଚୋପ୍ରା ଜଣେ ଫିଲ୍ମ ବିଶ୍ଳେଷକ । [୨]
୧୯୬୫ ମସିହାରେ ତନୁଜା ଟିଭି ସିରିୟାଲର ନିର୍ଦ୍ଦେଶକ ଭାବରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ସେ ପ୍ରଥମେ " ଜମିନ ଆସମାନ " ନାମକ ଧାରାବାହିକରେ ନିର୍ଦ୍ଦେଶନା ଦେଇଥିଲେ । ପରେ ସେ " ମୁମକିନ " ନାମକ ଏକ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ଯାସ ଛୋପରାଙ୍କ ଫିଲ୍ମ " ଦିଲ ତୋ ପାଗଳ ହେ "ର ଚିତ୍ରନାଟ୍ୟ ସେ ରଚନା କରିଥିଲେ । ୧୯୯୮ ମସିହାରେ ସେ ମହେଶ ଭଟ୍ଟଙ୍କ ଫିଲ୍ମ " ଜଖମ "ର ଚିତ୍ରନାଟ୍ୟ ରଚନା କରିଥିଲେ । ଏହା ପରେ ସେ କାଜୋଲ ଅଭିନୀତ ଫିଲ୍ମ "ଦୁଶମନ"ର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମ ସମାଲୋଚକ ମାନଙ୍କଦ୍ୱାରା ବହୁଳ ପ୍ରଶଂସିତ ହେଇଥିଲା ଓ ବ୍ଯବସାୟିକ ଭାବରେ ମଧ୍ୟ ସଫଳ ହେଇଥିଲା । .
୧୯୯୯ ମସିହାରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ " ଶଙ୍ଘର୍ଷ " ମହେଶ ଭଟ୍ଟଙ୍କ ପ୍ରଯୋଜନାରେ ନିର୍ମିତ ହେଇଥିଲା ଓ ଏଥିରେ ତନୁଜା ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ଫିଲ୍ମଟି ବ୍ଯବସାୟିକ ଭାବରେ ସମ୍ପୂର୍ଣ୍ଣ ଅସଫଳ ଥିଲା । ଏହା ପରେ ସେ ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ମଧ୍ୟ ବିଶେଷ ସଫଳତା ପାଇ ନଥିଲେ । ସେଥି ମଧ୍ୟରୁ " ସୁର -ଥି ମେଲୋଡି ଅଫ ଲାଇଫ" ( ୨୦୦୨ ) ଓ " ଫିଲ୍ମ ଷ୍ଟାର " ସଫଳ ହେଇ ନଥିଲେ ଭି ପ୍ରଶଂସିତ ହେଇଥିଲା ।
୨୦୦୬ ମସିହାରେ ସେ ଆମେରିକାରେ " Hope and a little Sugar " ନିର୍ମାଣ କରିଥିଲେ ଓ ୨୦୧୬ରେ ମଧ୍ୟ " Silvat" ନାମକ ଫିଲ୍ମ ନିର୍ମାଣ କରୁଛନ୍ତି । [୩][୪]
Year | Film | Role(s) |
---|---|---|
1997 | Tamanna | Writer |
1997 | Dil To Pagal Hai | Writer |
1998 | Zakhm | Writer |
1998 | Dushman | Director |
1999 | Sangharsh | Director |
2001 | Yeh Zindagi Ka Safar | Director |
2002 | Sur – The Melody of Life | Director, writer |
2005 | Film Star | Director, writer |
2006 | Zindaggi Rocks | Director, writer |
2006 | Hope and a Little Sugar | Director, writer |
{{cite web}}
: Check date values in: |accessdate=
(help)
{{cite web}}
: |access-date=
requires |url=
(help); Missing or empty |url=
(help)