ତପନ କୁମାର ପ୍ରଧାନ | |
---|---|
![]() ତପନ କୁମାର ପ୍ରଧାନ | |
ଜନ୍ମ ଓ ଜନ୍ମସ୍ଥାନ | ଭୁବନେଶ୍ୱର | ୨୨ ଅକ୍ଟୋବର ୧୯୭୨
ବୃତ୍ତି | ଲେଖକ, ଗବେଷକ, ପ୍ରଶାସକ |
ବାସସ୍ଥଳୀ | ଭୁବନେଶ୍ୱର |
ଜାତୀୟତା | ![]() |
ନାଗରିକତା | ଭାରତୀୟ |
ଶିକ୍ଷା | ଡକ୍ଟରେଟ (ସମାଜତତ୍ତ୍ୱ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି ମହାବିଦ୍ୟାଳୟ, ଲକ୍ଷ୍ମୀସାଗର ହାଇସ୍କୁଲ |
ପୈତୃକ ବାସସ୍ଥାନ | ଭୁବନେଶ୍ୱର, ଓଡ଼ିଶା |
ଶୈଳୀ | କବିତା, ପ୍ରବନ୍ଧ |
ବିଷୟ | ମାନବାଧିକାର |
ସାହିତ୍ୟ କୃତି | କଳାହାଣ୍ଡି |
ପୁରସ୍କାର | ସାହିତ୍ଯ ଏକାଡେମୀ |
କାର୍ଯ୍ୟକାଳ | ଏକବିଂଶ ଶତାବ୍ଦୀ |
ଜୀବନସାଥୀ | ଶୁଭଶ୍ରୀ |
ସନ୍ତାନ | ଓମ୍ ସତ୍ୟମ୍ |
ପିତାମାତା | ଅରକ୍ଷିତ ପ୍ରଧାନ, କୁମୁଦିନୀ |
ତପନ କୁମାର ପ୍ରଧାନ (ଜନ୍ମ: ୨୨ ଅକ୍ଟୋବର ୧୯୭୨) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ କବି, ଲେଖକ, ଅନୁବାଦକ, ପ୍ରଶାସକ ଓ ବ୍ୟଙ୍ଗକାର । ସେ ମୁଖ୍ୟତଃ ଇଂରାଜୀ, ଓଡ଼ିଆ ଓ ହିନ୍ଦୀରେ କବିତା ଓ ଗଦ୍ୟ ରଚନା କରନ୍ତି । ସେ ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ ପ୍ରଧାନ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୧][୨] ତାଙ୍କ ରଚନାବଳୀ ମୁଖ୍ୟତଃ ଭ୍ରଷ୍ଟାଚାର ନିବାରଣ, ମାନବାଧିକାର ଓ ସର୍ବଧର୍ମ ସମନ୍ୱୟ ଉପରେ କେନ୍ଦ୍ରିତ ।
ତପନ କୁମାର ପ୍ରଧାନ ଓଡ଼ିଶାର ଭୁବନେଶ୍ୱରଠାରେ ୧୯୭୨ରେ ଜନ୍ମଗ୍ରହଣ କରିଥିଲେ ।[ଆଧାର ଲୋଡ଼ା] ତାଙ୍କ ବାଲ୍ୟକାଳ କଳାହାଣ୍ଡି, କେନ୍ଦୁଝର ଓ ଲକ୍ଷ୍ମୀସାଗରରେ କଟିଥିଲା ।[ଆଧାର ଲୋଡ଼ା] ତାଙ୍କ ପିତାଙ୍କ ନାମ ଅରକ୍ଷିତ ପ୍ରଧାନ ଓ ମାତାଙ୍କ ନାମ କୁମୁଦିନୀ ପ୍ରଧାନ ।[ଆଧାର ଲୋଡ଼ା] ତାଙ୍କ ପିତା ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଇଂଜିନିୟର ଥିଲେ ଓ ମାତା ପରିବାର ପୋଷଣ କରିଥିଲେ ।[ଆଧାର ଲୋଡ଼ା]
ସେ ଲକ୍ଷ୍ମୀସାଗର ବିଦ୍ୟାଳୟ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜତତ୍ତ୍ୱରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରି ସେ ୧୯୯୯ ମସିହାରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଲେ ।[ଆଧାର ଲୋଡ଼ା] ପରେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ବରିଷ୍ଠ ଅଧିକାରୀ ପଦରେ ନିଯୁକ୍ତ ହେଲେ ।[ଆଧାର ଲୋଡ଼ା] ୨୦୧୪ ମସିହାରେ ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ଅର୍ଥ ସଚିବ ତଥା ବିତ୍ତୀୟ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଗ୍ରହଣ କଲେ । ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ମାଲାବାର ବ୍ୟାଙ୍କ ଆଦିରେ ମଧ୍ୟ ନିର୍ଦ୍ଦେଶକ ଥିଲେ ।[ଆଧାର ଲୋଡ଼ା]
ପ୍ରଧାନ ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ ସାହିତ୍ୟ ଅକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧] ୨୦୦୭ ମସିହାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଉପରେ ସାହିତ୍ୟ ରଚନା ନିମନ୍ତେ ସେ ଇଣ୍ଡିଆନ ଏକ୍ସପ୍ରେସ "ସିଟିଜେନ ଫର ପିସ" ପୁରସ୍କାର ପାଇଥିଲେ[୮][୯][୧୦] ତାଙ୍କ କବିତା “ବୁଦ୍ଧ ହସିଲେ” ୨୦୧୩ ମସିହାରେ ପୋଏଟ୍ରି ସୋସାଇଟୀ ପୁରସ୍କାରରେ ସମ୍ମାନିତ ହୋଇଥିଲା ।[ଆଧାର ଲୋଡ଼ା] ବ୍ୟାଙ୍କ ସେବା, ବିତ୍ତୀୟ ସମାବେଶନ ଓ ହିନ୍ଦୀ ସାହିତ୍ୟରେ ଯୋଗଦାନ ନିମନ୍ତେ ମଧ୍ୟ ସେ ଅନେକବାର ସର୍ବଭାରତୀୟ ସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି ।[ଆଧାର ଲୋଡ଼ା]
{{cite book}}
: Check date values in: |date=
(help)
{{cite book}}
: Check date values in: |date=
(help)
{{cite book}}
: Check date values in: |date=
(help)
{{cite book}}
: Check date values in: |date=
(help)
{{cite book}}
: Check date values in: |date=
(help); Missing or empty |title=
(help)