ତମାଖୁ ବ୍ୟବହାର ରୋଗ

Nicotine dependence, tobacco dependence, cigarette dependence[]
Video explanation
ବିଭାଗFamily medicine
ଲକ୍ଷଣUsing more than was intended, ongoing desire to use, use resulting in work or school issues, not stopping despite health problems[]
ଅବଧିLong-term[]
ବିପଦ କାରକFamily history, lower education, poverty, ADHD, conduct disorder, depression, anxiety, personality disorders, psychosis, other substance use disorders[]
ଔଷଧNicotine replacement therapy, bupropion, varenicline[]
ଚିକିତ୍ସାCounselling, medications[]
ପୁନଃପୌନିକ592 million[][]

ତମାଖୁ ବ୍ୟବହାର ରୋଗ (ଇଂରାଜୀ ଭାଷାରେ Tobacco use disorder) ହୋଇଥିବା କୁହାଯାଏ ଯେତେବେଳେ ତମାଖୁର ବ୍ୟବହାର ଯୋଗୁ ରୋଗ ସୃଷ୍ଟି ହୁଏ ।[] ଧାର୍ଯ୍ୟ ସ୍ତର ଠାରୁ ଅଧିକ ଗ୍ରହଣ କରିବା, ବ୍ୟବହାର ଚାଲୁ ରଖିବା ପାଇଁ ଇଚ୍ଛା ଜାରି ରହିବା, ଏହାର ବ୍ୟବ‌ହାର ଯୋଗୁ କାର୍ଯ୍ୟ କିମ୍ବା ବିଦ୍ୟାଳୟରେ ସମସ୍ୟା ସୃଷ୍ଟି ହେବା ଏବଂ ଏହିପରି ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ବ୍ୟବ‌ହାର ବନ୍ଦ ନ କରିପାରିଲେ ଏହି ରୋଗ ହୋଇଥିବା ଧରାଯାଏ ।[] ଅନ୍ୟ ଲକ୍ଷଣଗୁଡ଼ିକରେ ନିକୋଟିନ ପ୍ରତ୍ୟାହାର ହୋଇପାରେ ।[] ୭୦% ରୁ ଅଧିକ ଧୂମପାନକାରୀ ତ୍ୟାଗ କରିବାକୁ ଚାହୁଁଥିଲେ ମଧ୍ୟ କରିପାରନ୍ତି ନାହିଁ ଓ ଏହା ପ୍ରାୟ ଏକ ଦୀର୍ଘକାଳୀନ ଏବଂ ପୁନଃପୌନିକ ଅବସ୍ଥା ସୃଷ୍ଟି କରିଥାଏ ।[] ତମାଖୁ ସେବନ ଏକ ଗୁରୁତ୍ୱପୁର୍ଣ୍ଣ ଜନସ୍ୱାସ୍ଥ୍ୟ ଚିନ୍ତା, ଏହା ବିଶ୍ୱବ୍ୟାପୀ ଏଡ଼ିବା ଯୋଗ୍ୟ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ ।[]

ନିକୋଟିନ୍‌ର ଗୋଟିଏ ମାତ୍ରାର ବ୍ୟବହାର ପରେ ୩୨% ବ୍ୟବ‌ହାରକାରୀ ତମାଖୁ ସେବନ‌କାରୀ ରୋଗୀରେ ବିକଶିତ ହୁଅନ୍ତି ।[] ପାରିବାରିକ ଇତିହାସ, ନିମ୍ନ ଧରଣର ଶିକ୍ଷା, ଦାରିଦ୍ର୍ୟ, ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଆଚରଣ ରୋଗ, ଉଦାସୀନତା, ଉଦ୍‌ବେଗ, ବ୍ୟକ୍ତିତ୍ୱ ବିକାର, ସାଇକୋସିସ ଏବଂ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର ମଧ୍ୟରେ ବିପଦ କାରକଗୁଡିକ ରହିଥାଏ ।[] ତମାଖୁ ନିର୍ଭରଶୀଳତା ନିର୍ଣ୍ଣୟ କରିବା ପାଇଁ ବିଭିନ୍ନ ଗବେଷଣା ପଦ୍ଧତି ଅଛି ।[] ରୋଗ‌ଗ୍ରସ୍ତ ଲୋକ ନିଦରୁ ଜାଗ୍ରତ ହେବାର ଅଧ ଘଣ୍ଟା ମଧ୍ୟରେ ଧୂମପାନ କରନ୍ତି ଏବଂ କିଛି ଘଣ୍ଟା ମଧ୍ୟରେ ନ ମିଳିଲେ ଅତିରିକ୍ତ କାମନା ସୃଷ୍ଟି ହୁଏ ।[]

ଚିକିତ୍ସା ଯୋଗୁ ଛାଡ଼ିବା ସଫଳତା ଦ୍ୱିଗୁଣ କିମ୍ବା ତ୍ରିଗୁଣ ହୋଇପାରେ ।[୧୦] ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନେ ସମସ୍ତ ବୟସ୍କମାନଙ୍କୁ ତମାଖୁ ସେବନ ବିଷୟରେ ପଚାରିବା ଏବଂ ବନ୍ଦ କରିବାକୁ ଚାହୁଁଥିବା ଲୋକଙ୍କୁ ସହାୟତା କରିବା ପାଇଁ ପରାମର୍ଶ ଦେବା ଏବଂ ଔଷଧ ଯୋଗାଇବା ପାଇଁ ପରାମର୍ଶ ଦିଆଯାଇଛି ।[] ଔଷଧଗୁଡ଼ିକ ମଧ୍ୟରେ ନିକୋଟିନ ପୁନଃସ୍ଥାପନ ଚିକିତ୍ସା, ବ୍ୟୁପ୍ରୋପିଅନ ଏବଂ ଭାରେନିକ୍ଲାଇନ୍ ଅନ୍ତର୍ଭୁକ୍ତ ।[] ୨୦୨୧ ସୁଦ୍ଧା ଇଲେକ୍ଟ୍ରୋନିକ ସିଗାରେଟର ଉପଯୋଗିତା ଅଜ୍ଞାତ ଅଛି ।[] ଥରେ ଚେଷ୍ଟା କରିବା ପରେ ଛାଡିବାର କ୍ଷମତା ୫% ରୁ କମ୍; ତଥାପି ଏକାଧିକ ଚେଷ୍ଟା ପରେ ୫୦% ଛାଡ଼ିବାକୁ ସକ୍ଷମ ହୁଅନ୍ତି ।[] ଦୀର୍ଘକାଳୀନ ଧୂମପାନକାରୀଙ୍କ ମଧ୍ୟରୁ ଅଧା ଲୋକ ଧୂମପାନ ସମ୍ବନ୍ଧୀୟ ରୋଗରେ ମୃତ୍ୟୁ ବରଣ କରନ୍ତି। [] [୧୧]

ପୃଥିବୀରେ ପ୍ରାୟ ୧.୩ ଶହ କୋଟି ଲୋକ ଅଛନ୍ତି ଯେଉଁମାନେ ତମାଖୁ ବ୍ୟବହାର କରନ୍ତି ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୧.୨ ଶହ କୋଟି ଲୋକ ପ୍ରତିଦିନ ସେବନ କରନ୍ତି ।[୧୧] [] ଯୁକ୍ତରାଷ୍ଟ୍ରରେ ପ୍ରାୟ ୨୦% ଲୋକ ଅଧୁନା ଧୂମପାନକାରୀ ଅଟନ୍ତି, ଯେଉଁମାନଙ୍କ ମଧ୍ୟରୁ ୮୦% ଲୋକ ଦୈନିକ ଧୂମପାନ କରନ୍ତି ।[] ଆମେରିକାରେ ପୁରୁଷ ଏବଂ ମହିଳା ସମ ହାରରେ ପ୍ରଭାବିତ ହୋଇଥିବାବେଳେ ଅଧିକାଂଶ ବିକାଶଶୀଳ ଦେଶରେ ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଯେଉଁମାନେ ପ୍ରତିଦିନ ଧୂମପାନ କରନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକଙ୍କର ତମାଖୁ ସେବନ ବ୍ୟାଧି ହୋଇଥାଏ | [] ୨୧ ବର୍ଷ ବୟସ ପରେ ଲୋକମାନେ ଧୂମପାନ ଆରମ୍ଭ କରିବା ବିରଳ ଅଟେ ।[] ନିକୋଟିନ ରୋଗର ଚିନ୍ତା ପ୍ରଥମେ ୧୬୧୦ ମସିହାରେ ସାର୍ ଫ୍ରାନ୍ସିସ୍ ବେକନ୍ ପ୍ରକାଶ କରିଥିଲେ ।[୧୨]

  1. ୧.୦ ୧.୧ Piper, Megan; McCarthy, Danielle; Baker, Timothy (2006). "Assessing tobacco dependence: A guide to measure evaluation and selection". Nicotine & Tobacco Research. 8 (3): 339–351. doi:10.1080/14622200600672765. ISSN 1462-2203. PMID 16801292. Archived from the original on 2021-08-29. Retrieved 2019-12-01.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 571-574. doi:10.1176/appi.books.9780890425596.156852. ISBN 978-0-89042-555-8.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Fal2015 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ Little, MA; Ebbert, JO (2016). "The safety of treatments for tobacco use disorder". Expert opinion on drug safety. 15 (3): 333–41. doi:10.1517/14740338.2016.1131817. PMID 26715118.
  5. ୫.୦ ୫.୧ ୫.୨ Krist, Alex H.; Davidson, Karina W.; Mangione, Carol M.; Barry, Michael J.; Cabana, Michael; Caughey, Aaron B.; Donahue, Katrina; Doubeni, Chyke A.; Epling, John W. (19 January 2021). "Interventions for Tobacco Smoking Cessation in Adults, Including Pregnant Persons: US Preventive Services Task Force Recommendation Statement". JAMA. 325 (3): 265. doi:10.1001/jama.2020.25019.
  6. ୬.୦ ୬.୧ Peacock, A; Leung, J; Larney, S; Colledge, S; Hickman, M; Rehm, J; Giovino, GA; West, R; Hall, W (October 2018). "Global statistics on alcohol, tobacco and illicit drug use: 2017 status report". Addiction (Abingdon, England). 113 (10): 1905–1926. doi:10.1111/add.14234. PMID 29749059.
  7. Falcone, Mary; Lee, Bridgin; Lerman, Caryn; Blendy, Julie A. (2015). "Translational Research on Nicotine Dependence". Translational Neuropsychopharmacology. Current Topics in Behavioral Neurosciences. Vol. 28. pp. 121–150. doi:10.1007/7854_2015_5005. ISBN 978-3-319-33911-5. ISSN 1866-3370. PMID 26873019.
  8. Rachid, Fady (2016). "Neurostimulation techniques in the treatment of nicotine dependence: A review". The American Journal on Addictions. 25 (6): 436–451. doi:10.1111/ajad.12405. ISSN 1055-0496. PMID 27442267.
  9. MacDonald, K; Pappa, K (April 2016). "WHY NOT POT?: A Review of the Brain-based Risks of Cannabis". Innov Clin Neurosci. 13 (3–4): 13–22. PMC 4911936. PMID 27354924.
  10. Fiore, MC; Jaen, CR; Baker, TB; et al. (2008). Treating tobacco use and dependence: 2008 update (PDF). Rockville, MD: U.S. Department of Health and Human Services, U.S. Public Health Service. p. 3. Archived from the original (PDF) on 2016-03-27. Retrieved 2016-09-02.
  11. ୧୧.୦ ୧୧.୧ "Tobacco". www.who.int (in ଇଂରାଜୀ). 27 May 2020. Archived from the original on 9 July 2021. Retrieved 27 February 2021.
  12. Group, Royal College of Physicians of London Tobacco Advisory (2000). Nicotine Addiction in Britain: A Report of the Tobacco Advisory Group of the Royal College of Physicians (in ଇଂରାଜୀ). Royal College of Physicians. p. 2. ISBN 978-1-86016-122-3. Archived from the original on 2021-05-16. Retrieved 2021-02-28.