Talcher State ତାଳଚେର ରାଜ୍ୟ | |||||
Princely State of British India | |||||
| |||||
Flag | |||||
![]() | |||||
History | |||||
• | Established | 12th century | |||
• | Accession to the Union of India | 1948 | |||
Area | ୧,୦୩୩ km2 (୩୯୯ sq mi) |
ତାଳଚେର ଇଂରେଜ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ । [୧] ବର୍ତ୍ତମାନର ତାଳଚେର ସହର ତତ୍କାଳୀନ ରାଜ୍ୟର ରାଜଧାନୀ ଥିଲା । ୧୯୪୮ ମସିହାରେ ଏହି ରାଜ୍ୟର ଶେଷ ଶାସକଙ୍କ ଅମଳରେ ଏହି ଦେଶୀୟ ରାଜ୍ୟର ଭାରତ ସହ ମିଶ୍ରଣ ହୋଇଥିଲା ।
ଏକ କିମ୍ବଦନ୍ତୀ ଅନୁସାରେ କଚ୍ଛୱ ରାଜବଂଶର ଚାରିଜଣ ରାଜପୁତ ଭାଇମାନଙ୍କ ମଧ୍ୟରୁ ଗୋଟିଏ ଭାଇଦ୍ୱାରା ଏହି ଦେଶୀୟ ରାଜ୍ୟ ଦ୍ୱାଦଶ ଶତାବ୍ଦୀରେ ପ୍ରତିଷ୍ଠିତ । କିମ୍ବଦନ୍ତୀ କହେ, ଚାରିଭାଇ ପୁରୀକୁ ତୀର୍ଥାଟନ କଲାବେଳେ ଗୋଟିଏ ଭାଇ ତାଳଚେରର ଶାସକ ହେବାବେଳେ ଅନ୍ୟ ଏକ ଭାଇ ବଣାଇର ଶାସକ ହେଲେ ଏବଂ ଅନ୍ୟ ଦୁଇ ଭାଇ ନିହତ ହେଲେ ।[୨]
ବ୍ରିଟିଶ ରାଜ ସମୟରେ ଓଡ଼ିଶାର ପ୍ରମୁଖ ୨୬ଟି ଦେଶୀୟ ରାଜ୍ୟ(ଜାଗୀରଦାର) ମଧ୍ୟରୁ ତାଳଚେର ଅନ୍ୟତମ ।ଏହା ୧ ଜାନୁଆରୀ ୧୯୪୮ ମସିହାରେ ଏହାର ଶେଷ ରାଜା ହୃଦୟ ଚନ୍ଦ୍ର ଦେବ ବୀରବରଙ୍କ ସମୟରେ ଭାରତରେ ସମ୍ମିଶ୍ରଣ ହେଲା ।
ପ୍ରାକ୍ ସ୍ୱାଧୀନତା କାଳରେ ତାଳଚେର ଗଡଜାତର ଶାସକମାନେ ହେଲେ: [୩] [୪]