ତାଳମୂଳୀ ଏକ ଗୁଳ୍ମଜାତୀୟ ଉଦ୍ଭିଦ। ଏହା ଛୋଟ ତାଳଗଛ ପରି ଦିଶେ। ଏହାର ପତ୍ର ତାଳଗଛର ପତ୍ର ପରି ଦିଶୁଥିବାରୁ ଏହାକୁ ତାଳମୂଳୀ କୁହାଯାଏ। ମୂଳର କଳା ବା ଧଳା ରଙ୍ଗ ହିସାବରେ ଏହା କଳାମୂଷଳୀ ବା ଧଳାମୂଷଳୀ ଭେଦରେ ଦୁଇପ୍ରକାର ହୋଇଥାଏ। ଖରାଦିନରେ ଏହି ଗଛ ଗଛ ମରିଯାଏ କିନ୍ତୁ ଏହାର ମୂଳ ମାଟିରେ ରହିଥାଏ। ପୁଣି ବର୍ଷାଦିନେ ଏଥିରୁ ଗଜାବାହାରି ଗଛ ହୁଏ। ତେବେ ଦୁଇ ଜାତିର ତାଳମୂଳୀର ଗୁଣ ପ୍ରାୟ ସମାନ।
ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ତାଳମୂଳୀ, ମୂସଳୀ |
ସଂସ୍କୃତ | ମୂଷଳୀ, ମୂଷଳୀକନ୍ଦ, ତାଳମୂଳିକା, ତାଳପତ୍ରିକା, ଗୋଧପଦୀ, ଭୂତାଳୀ, ସୁବହା, ଖଳନୀ, ହେମଶୁଷ୍ପୀ, ଦୀର୍ଘକନ୍ଦିକା ଓ ଅର୍ଶୋଘ୍ନୀ ପ୍ରଭୃତି କୁହାଯାଏ। |
ହିନ୍ଦୀ | ମୂସଲୀ |
ତେଲୁଗୁ | ନେଲତାରୁ, ନୀଲେପତରି ଗଡ଼ଲ |
ବଙ୍ଗଳା | ତାଲ୍ ମୂଲୀ |
ତିକ୍ତ ମିଶ୍ରିତ ମଧୁର ରସ, ଗୁରୁପାକ, ଶୀତଳ, ଉଷ୍ଣବିର୍ଯ୍ୟ, ବଳବର୍ଧକ ରସାୟନ, କାନ୍ତିବର୍ଧକ, ପୁଷ୍ଟିକର, କଫଜନକ।
ମୁଖ୍ୟତଃ ଏହାର ମୂଳକୁ ଶୁଖାଇ କୁଟି ଔଷଧରୂପେ ବ୍ୟବହାର କରାଯାଏ। ଶରୀର କ୍ଷୀଣତା, ବାୟୁରୋଗ, ଧାତୁରୋଗ, ପିତ୍ତପ୍ରକୋପ, ଶୁକ୍ରହୀନତା, ରତିଶକ୍ତିହୀନତା, ବାର୍ଧକ୍ୟ, ଦାହ, ଦୁର୍ବଳତା, ଭ୍ରମ, ଚକ୍ଷୁରୋଗ, କର୍ଣ୍ଣରୋଗ, ନାସାରୋଗ, ଜିହ୍ୱାରୋଗ, ମନର ଅଶାନ୍ତି, ଅର୍ଶରୋଗ ଓ ଦେହର ଶୁଷ୍କତା ଦୂରୀକରଣରେ ଏହାର ବ୍ୟବହାର ହୋଇଥାଏ। ଗାଈଦୁଧ ସହିତ ଏହାର ଚେରର ଚୂର୍ଣକୁ ସେବନ କରାଯାଇଥାଏ। ପିଲାମାନଙ୍କର କୃମି, ଅଜୀର୍ଣ, ବାୟୁଦୋଷ ଆଦି ଦୂର କରିବାପାଇଁ ଏହାର ପତ୍ରକୁ ପାଣିରେ ସିଝାଇ ପ୍ରୟୋଗ କରାଯାଏ।
ଆୟୁର୍ବେଦରେ ଏହାକୁ ଏକ ରସାୟନ ଭାବରେ ଉପଯୋଗ କରାଯାଏ।[୧]