Acute prostatitis | |
---|---|
Acute bacterial prostatitis[୧] | |
ବିଭାଗ | Urology |
ଲକ୍ଷଣ | Sudden onset pelvic pain, fever, pain with urination[୨] |
ଆକ୍ରାନ୍ତ ସମୟ | 20s or 30s[୧] |
କାରଣ | Bacterial infection[୨] |
ବିପଦ କାରକ | Urinary tract infection, urinary catheter, prostate biopsy, sexually transmitted infection, anal sex[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, examination, urine testing[୧] |
ସଠିକ ରୋଗ ନିର୍ଣ୍ଣୟ | Pyelonephritis, urethritis, prostate cancer[୩] |
ଚିକିତ୍ସା | Antibiotics, pain medication[୨] |
ପୁନଃପୌନିକ | Rare[୩] |
ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ବା ଆକ୍ୟୁଟ୍ ପ୍ରୋଷ୍ଟାଟାଇଟିସ୍ ହେଉଛି ଏକ ପ୍ରକାର ପ୍ରୋଷ୍ଟାଟାଇଟିସ୍ ଯାହା ହଠାତ୍ ଆରମ୍ଭ ହୁଏ | [୨] ଲକ୍ଷଣଗୁଡ଼ିକରେ ଶ୍ରୋଣୀ ବା ପେଲଭିସରେ ଯନ୍ତ୍ରଣା କିମ୍ବା ତଳ ପିଠି ଯନ୍ତ୍ରଣା, ଜ୍ୱର ଏବଂ ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇଥାଏ | [୨] ରୋଗ ଜଟିଳ ହେଲେ ମୂତ୍ର ଅବଧାରଣ, ପ୍ରୋଷ୍ଟ ଆବସେସ ଓ କ୍ରନିକ ପ୍ରୋଷ୍ଟେଟ ପ୍ରଦାହ ହୋଇପାରେ । [୨] [୩]
ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ସାଧାରଣତଃ ପ୍ରୋଷ୍ଟେଟ ଗ୍ରନ୍ଥିରେ ଜୀବାଣୁ ସଂକ୍ରମଣ ଯୋଗୁ ହୋଇଥାଏ ।[୨] ବିଭିନ୍ନ ପ୍ରକାରର ଜୀବାଣୁ ଯୋଗୁ ସଂକ୍ରମଣ ହେଉଥିଲେ ମଧ୍ୟ ମୁଖ୍ୟତଃ ଏସ୍କରିସିଆ କୋଲାଇ ଯୋଗୁ ହୁଏ । [୧] ମୂତ୍ରାଶୟ ସଂକ୍ରମଣ, ମୂତ୍ରାଶୟ କାଥେଟର, ପ୍ରୋଷ୍ଟେଟ ବାୟୋପ୍ସି, ଯୌନ ସଞ୍ଚାରିତ ସଂକ୍ରମଣ ଓ ମଳଦ୍ୱାର ଯୌନ ସଂମ୍ଭୋଗ ଇତ୍ୟାଦି ଏହି ରୋଗର ସଙ୍କଟ କାରକ ଅଟନ୍ତି ।[୨] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ, ପରୀକ୍ଷା ଏବଂ ପରିସ୍ତା ପରୀକ୍ଷା ଉପରେ ଆଧାରିତ ହୋଇଥାଏ ।[୧] ପ୍ରୋଷ୍ଟେଟ ପରୀକ୍ଷା କରିବା ସମୟରେ ତାହାକୁ ମାଲିସ କରିବାକୁ ସୁପାରିଶ କରାଯାଏ ନାହିଁ | [୧]
ଚିକିତ୍ସାରେ ସାଧାରଣତଃ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ଦିଆଯାଏ ।[୨] ଯନ୍ତ୍ରଣା ଲାଘବ ନିମନ୍ତେ ଔଷଧ ମଧ୍ୟ ଆବଶ୍ୟକ ହୋଇପାରେ। [୨] ମୂତ୍ର ଅବରୋଧ ହେଉଥିଲେ ମୂତ୍ର କାଥେଟର ଆବଶ୍ୟକ ହୁଏ ।[୨] ଫୁଲା କମେଇବା ପାଇଁ ଆଲଫା ବ୍ଲକର ଏବଂ ନନଷ୍ଟିରଏଡାଲ ଆଣ୍ଟ-ଇନ୍ଫ୍ଲାମେଟୋରୀ ଔଷଧ ଉପଯୋଗୀ ହୋଇପାରେ। [୧] ଚିକିତ୍ସାର ଫଳାଫଳ ସାଧାରଣତଃ ଭଲ ଅଟେ। [୨]
ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ଏକ ବିରଳ ରୋଗ ଅଟେ | [୩] ସମସ୍ତ ପ୍ରୋଷ୍ଟାଟାଇଟିସ୍ ରୋଗର ଏହା ୫ରୁ ୧୦% ମାତ୍ର ହୋଇଥାଏ | [୩] ୨୦ରୁ ୩୦ ଦଶକରେ ସାଧାରଣତଃ ଏହି ରୋଗ ହୁଏ । [୧] ଏହି ରୋଗ ବିଷୟ ପ୍ରଥମେ ୧୮୩୮ମସିହାରେ ଭର୍ଡିଜ ବର୍ଣ୍ଣନା କରିଥିଲେ ।[୪]
{{cite journal}}
: Cite journal requires |journal=
(help)