ତୁମକୁ ପାରୁନି ତ ଭୁଲି | |
---|---|
ନିର୍ଦ୍ଦେଶକ | ଚକ୍ରଧର ସାହୁ |
ପ୍ରଯୋଜକ | ଚକ୍ରଧର ସାହୁ, ରୁକ୍ମଣୀ ଦାସ |
ଚିତ୍ରନାଟ୍ୟ | ଚକ୍ରଧର ସାହୁ, ରଞ୍ଜନ ଦାସ |
କାହାଣୀ | ଶଙ୍କର ତ୍ରିପାଠୀ |
କଳାକାର | ସୁନୀଲ କୁମାର, ଅନୁ ଚୌଧୁରୀ, ଆମେଲି ପଣ୍ଡା, ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ, ରୁକ୍ମଣୀ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଯୁଗଳ ଦେବତା |
ସମ୍ପାଦକ | ଚକ୍ରଧର ସାହୁ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁମକୁ ପାରୁନି ତ ଭୁଲି, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ ଚକ୍ରଧର ସାହୁ ଏବଂ ରୁକ୍ମଣୀ ଦାସ । ଶଙ୍କର ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଚକ୍ରଧର ସାହୁ ଏବଂ ରଞ୍ଜନ ଦାସ । ଚକ୍ରଧର ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁନୀଲ କୁମାର, ଅନୁ ଚୌଧୁରୀ ଏବଂ ଆମେଲି ପଣ୍ଡା । ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ, ରୁକ୍ମଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ମୋହିତ ଚକ୍ରବର୍ତ୍ତୀ, ବିଜୟ ମଲ୍ଲ, ଯତୀନ୍ଦ୍ର ପ୍ରଧାନ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁନାଲ ଗଞ୍ଜାୱାଲା, ପଙ୍କଜ ଜାଲ, କୈଳାଶ ଖେର, ଅଭିଜିତ ମଜୁମଦାର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|---|---|
1. | "ଏ କେମିତି ଋତୁ ହେଲା" | |
2. | "ଆରେ ଆରେ ଓ ଗୀତରେ ଆରେ" | |
3. | "ଆରେ ଆରେ ଓ ଗୀତରେ ଆରେ" | |
4. | "ବର୍ଷା ଏଇ ବର୍ଷା" | |
5. | "ଦିନରେ ଶୋଉଚି ମୁଁ" | |
6. | "ମେହେନ୍ଦୀ ଲାଗେ ନୂଆ" | |
7. | "ନାରେ ନା" |