ଦଶପଲ୍ଲା ରାଜ୍ୟ
ଦଶପଲ୍ଲା / दशपल्ला | |
---|---|
![]() | |
![]() {{cite encyclopedia}} : Invalid |ref=harv (help) |
ଦଶପଲ୍ଲା ରାଜ୍ୟ (ଓଡ଼ିଆ: ଦଶପଲ୍ଲା; ହିନ୍ଦୀ : दशपल्ला) ବ୍ରିଟିଶ ଶାସନ ସମୟର ଏକ ଭାରତୀୟ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ କୁଞ୍ଜବନଗଡ ଥିଲା । ଏହା ବର୍ତ୍ତମାନ ଓଡ଼ିଶା ରାଜ୍ୟର ନୟାଗଡ଼ ଜିଲ୍ଲାରେ ରହିଛି ।
ଦଶପଲ୍ଲା ରାଜ୍ୟ ୧୫ ତମ ଶତାବ୍ଦୀର ଶେଷ ଭାଗରେ ବୌଦ୍ଧ ରାଜ୍ୟରୁ ଅଲଗା ହୋଇ ସ୍ଥାପିତ ହେଇଥିଲା । ମିଳିଥିବା ଦଲିଲ ଅନୁସାରେ ବୌଦ୍ଧର ରାଜା ନାରାୟଣ ଭଞ୍ଜ ଦେଓଙ୍କ ପୁତ୍ର କନିଷ୍ଠ ନାରଣ ଦେବ ୧୪୯୮ ମସିହାରେ ଏହାକୁ ବୌଦ୍ଧରୁ ବିଚ୍ଛିନ୍ନ କରି ଅଲଗା ରାଜ୍ୟ ଭାବେ ଶାସନ କଲେ ।
ମିଳୁଥିବା ପୁସ୍ତକ ଓ ଲେଖା ଅନୁସାରେ ପୂର୍ବରୁ ଦଶପଲ୍ଲା ନାମକ ସ୍ଥାନ ନଥିଲା । ଏହା ବୌଦ୍ଧ ରାଜ୍ୟର ଅଂଶ ଥିଲା । ସେଠାରେ ରାଜପୁତ ବଂଶର ଭଞ୍ଜ ରାଜା ରାଜୁତି କରୁଥିଲେ । ସେ ସମୟରେ ରାଜା ବୀର ଭଞ୍ଜ ଓ ତାଙ୍କର ପୁତୁରା ସାଲ ଭଞ୍ଜଙ୍କ ମଧ୍ୟରେ ବିବାଦ ହେଲା । ସାଲ ଭଞ୍ଜ ପୁରୀର ଗଜପତି ମହାରାଜଙ୍କୁ ଦେଖା କରିବାକୁ ଜଗନ୍ନାଥ ସଡକରେ ପୁରୀ ଉଦେଶ୍ୟରେ ବାହାରିଲେ । ବାଟରେ ତାଙ୍କ ଅନୁଗାମୀମାନଙ୍କ ସହ ସେ ପଦ୍ମତୋଳା ଘାଟ ନାମକ ସ୍ଥାନରେ ଥିବା ସମୟରେ ନୟାଗଡ଼ ରାଜ୍ୟର ରାଜା ଖବର ପାଇ ତାଙ୍କ ପାଖକୁ ଆସି ତାଙ୍କ ସହ ଚୁକ୍ତି କରି ସାଲ ଭଞ୍ଜଙ୍କୁ ସେହି ଅଞ୍ଚଳର ରାଜା ଘୋଷଣା କାଲେ । ବୀର ଭଞ୍ଜ ଏହା ଜାଣି ତାଙ୍କର ସେନା ଧରି ଆକ୍ରମଣ କାଲେ । ହେଲେ ସାଲ ଓ ନୟାଗଡ଼ ରାଜ୍ୟର ମିଳିତ ସେନାଦ୍ୱାରା ପରାସ୍ତ ହେଲେ । କୁହାଯାଇ ଯେହେତୁ ଯୁଦ୍ଧଦ୍ୱାରା ସାଲ ଭଞ୍ଜ "ଯଶ" ପ୍ରାପ୍ତ ହେଲେ ସେହି ଅନୁସାରେ ରାଜ୍ୟର ନାମ ଯଶପଲ୍ଲା ଦିଆଗଲା । କିନ୍ତୁ ପ୍ରାଚୀନ ଇତିହାସକାରମାନେ କୁହନ୍ତି ଯେହେତୁ ସାଲ ଭଞ୍ଜଙ୍କ ରାଜ୍ୟରେ ମାତ୍ର ଦଶଟି ପଲ୍ଲା ବା ଗ୍ରାମ ଥିଲା ତାହାକୁ ଦଶପଲ୍ଲା କୁହାଗଲା । ଏହି ଘଟନା ୧୪୯୫ରେ ଘଟିଥିଲା । ସାଲ ଭଞ୍ଜ ୩ ବର୍ଷ ଶାସନ କଳା ପରେ ତାଙ୍କ ପୁତ୍ର ନରନ ଭଞ୍ଜ ରାଜା ହେଲେ ।
ଦଶପଲ୍ଲର ରାଜଧାନୀ ବାଦମୂଳରୁ ଗଣିଆ, ତାହାପରେ ମଧ୍ୟଖଣ୍ଡ , ଓ ପୁରୁଣା ଦଶପଲ୍ଲାକୁ ବଦଳିଥିଲା । ଭଞ୍ଜ ବଂଶର ନବମ ରାଜା ପଦ୍ମନାଭ ଭଞ୍ଜ କନ୍ଧ ଜାତିର ମୁଖ୍ୟ କୁଞ୍ଜ ମାଲିକଙ୍କୁ ପରାସ୍ତ କରି କୁଞ୍ଜବନଗଡରେ ତାଙ୍କର ରାଜଧାନୀ କଲେ । କୁଞ୍ଜବନଗଦ କୁଞ୍ଜ ମାଲିକଙ୍କ ନାମରେ ହେଇଥିଲା ।[୧]
ଗୁରୀ ଚରଣ ଦେଓ 1803ରେ ଶାସନ ଭାର ନେଲା ପରେ ତାଙ୍କ ବଂଶର ଦାୟାଦମାନେ ଶାସନ କରିଥିଲେ [୨]
![]() ![]() |
This Indian history-related article is a stub. You can help Wikipedia by expanding it. |