ଦିନେଶ ଫଡନିସ୍ | |
---|---|
![]() ୨୦୧୦ରେ ଦିନେଶ | |
ଜନ୍ମ | |
ମୃତ୍ୟୁ | ୫ ଡିସେମ୍ବର ୨୦୨୩ ମୁମ୍ବାଇ, ମହାରାଷ୍ଟ୍ର, ଭାରତ | (ବୟସ ୫୭)
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୯୮–୨୦୨୩ |
ପ୍ରସିଦ୍ଧି | ସିଆଇଡିରେ ଇନ୍ସପେକ୍ଟର ଫ୍ରେଡେରିକ୍ସ |
ଦିନେଶ ଫଡନିସ୍ (୨ ନଭେମ୍ବର ୧୯୬୬ – ୫ ଡିସେମ୍ବର ୨୦୨୩) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତା ଥିଲେ । ଦୀର୍ଘ ଦିନ ଧରି ଚାଲୁଥିବା ଭାରତୀୟ ଦୂରଦର୍ଶନ ଧାରାବାହିକ ସିଆଇଡିରେ ସେ ଇନ୍ସପେକ୍ଟର ଫ୍ରେଡେରିକ୍ସ[୧] ଚରିତ୍ରରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[୨]
ଏହି ଧାରାବାହିକରେ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରିବା ବ୍ୟତୀତ ସେ ଏହାର କିଛି ଭାଗର କାହାଣୀ ମଧ୍ୟ ଲେଖିଥିଲେ । ସେ ହିନ୍ଦୀ କଥାଚିତ୍ର ସରଫରୋଶ ଏବଂ ସୁପର ୩୦ରେ ମଧ୍ୟ ଅଭିନୟ କରିଥିଲେ । ସେ ଏକ ମରାଠୀ କଥାଚିତ୍ର ପାଇଁ ମଧ୍ୟ କାହାଣୀ ଲେଖିଥିଲେ । ସେ ବୋରିବଲି ପୂର୍ବର ଶାନ୍ତିବନରେ ରହୁଥିଲେ ।[୩]
୫ ଡିସେମ୍ବର ୨୦୨୩ରେ ୫୭ ବର୍ଷ ବୟସରେ ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।[୪][୫][୬]
ବର୍ଷ | ଚଳଚ୍ଚିତ୍ର | ଭୂମିକା |
---|---|---|
୧୯୯୯ | ସରଫରୋଶ୍ | ଇନ୍ସପେକ୍ଟର |
୨୦୦୦ | ମେଲା | ଗୀତରେ ଅତିଥି କଳାକାର ଭାବରେ |
୨୦୦୧ | ଓଫିସର୍ | ଇନ୍ସପେକ୍ଟର |
ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୮–୨୦୧୮ | ସିଆଇଡି | ଇନ୍ସପେକ୍ଟର ଫ୍ରେଡେରିକ୍ସ | |
୨୦୦୫ | ସିଆଇଡି: ସ୍ପେଶାଲ୍ ବ୍ୟୁରୋ | ସବ୍-ଇନ୍ସପେକ୍ଟର ଫ୍ରେଡେରିକ୍ସ | |
୨୦୧୨ | ଅଦାଲତ | ଇନ୍ସପେକ୍ଟର ଫ୍ରେଡେରିକ୍ସ | ଅତିଥି |
୨୦୧୪ | ତାରକ ମେହେଟ୍ଟା କା ଓଲଟା ଚସମ | ||
୨୦୧୯ | ସିଆଇଏଫ୍ | କନଷ୍ଟେବଳ ଶମ୍ଭୁ ତାୱଡ଼େ | ସହାୟକ ଭୂମିକା |