ଦିପାଳୀ ବଡ଼ଠାକୁର |
---|
ଜନ୍ମ | (1941-01-30)୩୦ ଜାନୁଆରୀ ୧୯୪୧
ନୀଳମଣିଟି ଇଷ୍ଟେଟ୍, ସୋନାରି, ଶିବସାଗର, ଆସାମ |
---|
ମୃତ୍ୟୁ | ୨୧ ଡିସେମ୍ବର ୨୦୧୮(2018-12-21) (ବୟସ ୭୭)
|
---|
ବୃତ୍ତି | କଣ୍ଠଶିଳ୍ପୀ |
---|
ସକ୍ରିୟ ବର୍ଷ | ୧୯୫୫-୧୯୬୯ |
---|
ବୈବାହିକ-ସାଥୀ | ନୀଲ୍ ପୱନ ବୁରାଃ |
---|
ପୁରସ୍କାର | ପଦ୍ମଶ୍ରୀ, ୧୯୯୮ |
---|
ଦିପାଳୀ ବଡ଼ଠାକୁର (୩୦ ଜାନୁଆରୀ ୧୯୪୧ - ୨୧ ଡିସେମ୍ବର ୨୦୧୮) ଭାରତୀୟ ଲୋକଗୀତ ଗାୟିକା, ଯିଏକି ମୁଖ୍ୟତଃ ଅହମିୟା ଭାଷାର ଗୀତ ଗାଉଥିଲେ ।[୧] ୧୯୯୮ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]
ବଡ଼ଠାକୁର ୧୯୪୧ ମସିହାରେ ଆସାମର ଶିବସାଗରର ସୋନାରିରେ ଜନ୍ମଗ୍ରହଣ କରିଥିଲେ ।[୩][୪] ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ବଡ଼ଠାକୁର ଏବଂ ମାଆ ଚନ୍ଦ୍ରକାନ୍ତ ଦେବୀ ।[୫]
ବଡ଼ଠାକୁର ଜଣେ ଗାୟକ ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୧୯୫୮ ମସିହାରେ ଯେତେବେଳେ ସେ ନବମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ଅଲ୍ ଇଣ୍ଡିଆ ରେଡିଓ, ଗୌହାଟୀ ପାଇଁ ଗୀତ, 'ମୋର୍ ବୋପାଇ ଲାହୋରି' ଗାଇଥିଲେ ।[୩] ୧୯୫୯ ମସିହାରେ ଲାଚିତ୍ ବୋର୍ଫୁକାନ୍ କଥାଚିତ୍ର ପାଇଁ ସେ 'ଜୋବୋନ୍ ଆମୋନି କୋରେ ଚେନାଇଧୋନ୍' ଗୀତ ଗାଇଥିଲେ ।[୬]
ତାଙ୍କର ଅନ୍ୟ କେତେକ ଜଣାଶୁଣା ଆହମିୟା ଗୀତଗୁଡ଼ିକ ହେଉଛି:[୫]
- ସୋନୋର ଖାରୁ ନାଲେଜ ମୁକ
- ଜୁବୁନ୍ ଆମୋନି କୋରେ ଚେନାଡନ୍
- ଜଣ୍ଡୋନ୍ ଜୁନାଲିଟ୍
- କୋନମାନା ବୋରୋକ୍ସିର ସିପ୍
- ସେନା ମୋଇ ଜାଉ ଦେ
- ଓ ବନ୍ଧୁ ସୋମୋଇ ପାଲ୍ ଅମର ଫାଲେ
ବଡ଼ଠାକୁର ତାଙ୍କର ଶେଷ ଗୀତ 'ଲୁଇଟୋ ନେଜାବି ବୋଇ' ୧୯୬୯ରେ ଗାଇଥିଲେ ।[୩] ଏହା ପରେ ସେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ରେ ପୀଡ଼ିତ ହୋଇଥିଲେ, ଫଳରେ ଗୀତ ଗାଇବାରେ ତାଙ୍କର ବାଧା ସୃଷ୍ଟି ହୋଇଥିଲେ । ୧୯୭୬ ମସିହାରେ ସେ ଆସାମୀ-ଭାରତୀୟ କଳାକାର ତଥା ଚିତ୍ରକର ନୀଲ୍ ପଢ଼ନ ବରୁଆଙ୍କୁ ବିବାହ କରିଥିଲେ ।[୭]
ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଗୌହାଟୀର ନେମ୍କେୟାର ହସ୍ପିଟାଲରେ ୨୧ ଡିସେମ୍ବର ୨୦୧୮ରେ ତାଙ୍କର ଦେହାନ୍ତ ହୋଇଥିଲା ।[୮] ସେ "ଆସାମର ନାଇଟ୍ଏଙ୍ଗେଲ୍" ଭାବରେ ଜଣାଶୁଣା ।[୯]
୧୯୯୦–୯୨ ମସିହାରେ ଲୋକ ତଥା ପାରମ୍ପାରିକ ସଂଗୀତରେ ତାଙ୍କ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ପୁରସ୍କାର ତାଲିକା:
- ↑ "A tribute to marriage of arts & minds - Book on celebrity couple". The Telegraph. 26 December 2003. Archived from the original on 4 March 2016. Retrieved 2 April 2013.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
- ↑ ୩.୦ ୩.୧ ୩.୨ Suchibrata Ray, Silpi Dipali Barthakuror 71 Sonkhyok Jonmodin, Amar Asom, 31 January 2012, accessed date: 03-02-2012
- ↑ "Assamese singer Dipali Barthakur passes away". The Hindu (in Indian English). 2018-12-22. ISSN 0971-751X. Retrieved 2020-03-10.
- ↑ ୫.୦ ୫.୧ "Deepali-Borthakur". assamspider.com. Archived from the original on 10 October 2011. Retrieved 2 April 2013.
- ↑ "Musical Minds". enajori.com. Archived from the original on 2013-04-10. Retrieved 2013-04-12.
- ↑ "Where Rubies are Hidden - II". Rukshaan Art. Archived from the original on 17 November 2018. Retrieved 8 July 2019.
- ↑ "Dipali Borthakur Passes Away". Archived from the original on 15 February 2020. Retrieved 21 December 2018.
- ↑ "Singer Dipali Barthakur passes away, last rite today with state honour". www.thehillstimes.in. Archived from the original on 5 February 2022. Retrieved 2020-03-10.
- ↑ "October 16th, 2010 - October 28th, 2010, The Strand Art Room, Neel Pawan Baruah". ArtSlant. Archived from the original on 15 February 2020. Retrieved 2013-04-01.
- ↑ "Rediff On The NeT: Nani Palkhivala, Lakshmi Sehgal conferred Padma Vibushan". Rediff.co.in. 1998-01-27. Retrieved 2013-04-01.
- ↑ TI Trade (2010-01-18). "The Assam Tribune Online". Assamtribune.com. Archived from the original on 2016-03-03. Retrieved 2013-04-01.
- ↑ "Aideu Handique Silpi Award to Dipali Borthakur". htsyndication.com. 2012-10-06. Archived from the original on 2013-06-29.
|
---|
International | |
---|
National | |
---|
Artists | |
---|