ଦୁକୁଡ଼ୁ | |
---|---|
ନିର୍ଦ୍ଦେଶକ | ଶ୍ରୀନୁ ଭାଇତ୍ଲା |
ପ୍ରଯୋଜକ | ରାମ ଅଚନ୍ତ ଗୋପିଚାନ୍ଦ ଅଚନ୍ତ ଅନୀଲ ସୁଙ୍କରା |
ସଂଳାପ | ଶ୍ରୀନୁ ଭାଇତ୍ଲା ଗୋପୀମୋହନ କୋନା ଭେଙ୍କଟ |
କଳାକାର | ମହେଶ ବାବୁ ସାମନ୍ତା ଅକ୍କିନେନୀ ବ୍ରହ୍ମାନନ୍ଦମ ପ୍ରକାଶ ରାଜ ସୋନୁ ସୁଦ୍ |
ସଙ୍ଗୀତ | ଏସ୍. ଥମନ୍ |
ଚିତ୍ରଗ୍ରହଣ | କେ.ଭି. ଗୁହନ ପ୍ରସାଦ ମୁରେଲ୍ଲା |
ସମ୍ପାଦକ | ଏମ୍. ଆର୍. ବର୍ମା |
Production company | ୧୪ ରିଲ୍ସ୍ ଏଣ୍ଟରଟେନମେଣ୍ଟ |
ମୁକ୍ତିଲାଭ ତାରିଖ | ୨୩ ସେପ୍ଟେମ୍ବର ୨୦୧୧ |
କଥାଚିତ୍ରର ସମୟ | ୧୭୫ ମିନିଟ |
ଦେଶ | ଭାରତ |
ଭାଷା | ତେଲୁଗୁ |
ଖର୍ଚ୍ଚ | ୩୫ କୋଟି[୧] |
ମୋଟ ଆୟ | ୧୦୧ କୋଟି[୨] |
ଦୁକୁଡ଼ୁ, ୨୦୧୧ରେ ମୁକ୍ତିଲାଭ କରିଥିବା ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାମ ଅଚନ୍ତ, ଗୋପିଚାନ୍ଦ ଅଚନ୍ତ ଓ ଅନୀଲ ସୁଙ୍କରା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଶ୍ରୀନୁ ଭାଇତ୍ଲା, ଗୋପୀମୋହନ ଓ କୋନା ଭେଙ୍କଟ । ଶ୍ରୀନୁ ଭାଇତ୍ଲା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହେଶ ବାବୁ ଓ ସାମନ୍ତା ରୁହଃ ପ୍ରଭୁ । ମହେଶ ବାବୁ ୨ବର୍ଷ ବିରତୀ ପରେ ଏହି କଥାଚିତ୍ର ଜରିଆରେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଥିଲେ । ସୋନୁ ସୁଦ୍ ଏହି କଥାଚିତ୍ରର ମୁଖ୍ୟ ଖଳନାୟକ 'ନାୟକ' ଭୂମିକାରେ ଅଭିନୟ କରିଥିଲେ । ପ୍ରକାଶ ରାଜ, ବ୍ରହ୍ମାନନ୍ଦମ, ଏମ୍. ଏସ୍. ନାରାୟଣନ୍, ଆଦିତ୍ୟ ମେନନ୍, ସୋନିଆ ଦୀପ୍ତି, ତାନିକେଲ୍ଲା ଭରାନି, ଚନ୍ଦ୍ର ମୋହନ, ଶିୟାଜୀ ସିନ୍ଦେ, ନସାର୍, କୋଟା ଶ୍ରୀନିବାସ ରାଓ, ଆଜାଦ୍ ଖାନ୍, ପ୍ରଗତି, ସାଫି, ବନେଲା କିଶୋର, ସୁମନ ତଲୱାର, ନାଗା ବାବୁ, ଧର୍ମବରପୁ ଶୁଭ୍ରମଣ୍ୟମ୍, ରବି ପ୍ରକାଶ, ବିନୟ ପ୍ରସାଦ, ସତ୍ୟା କ୍ରିଷ୍ଣନ୍, ରାଜିବ କନକଲା, ସୁବ୍ୱାରାଜୁ, ବ୍ରହ୍ମାଜୀ, ଶିବା ରେଡ୍ଡୀ, ପାର୍ବତୀ ମେନନ୍, ମୀନାକ୍ଷୀ ଦିକ୍ଷୀତ, ସୁରେଖା ବାଣୀ, ଶ୍ରୀନିବାସ ରେଡ୍ଡି, ଅଜୟ, ମାଷ୍ଟର ଭରତ, ସଞ୍ଜୟ ସ୍ୱରୂପ, ସୁଧା, ସୁପ୍ରିତ ରେଡ୍ଡୀ, ରାଘବେନ୍ଦ୍ର ଶର୍ବନ୍, ଶଙ୍କର ମେଲ୍କୋଟେ, ଶ୍ରୀୟା ଶର୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଶଙ୍କର ନାରାୟଣନ୍ (ପ୍ରକାଶ ରାଜ) ଆନ୍ଧ୍ର ପ୍ରଦେଶର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନନ୍ଦମୁରୀ ତାରକା ରାମା ରାଓଙ୍କର ସରକାରରେ ଜଣେ ବିଧାୟକ ଥିଲେ । ତାଙ୍କ ନାମ ଅନୁସାରେ ଗୋଟିଏ ସହରର ନାମ ମଧ୍ୟ ଶଙ୍କର ନଗର ନାମରେ ନାମିତ ହୋଇଥିଲା । ସେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ । ଥରେ ନାୟକ ନାମକ ଜଣେ ମାଫିଆ ତାଙ୍କୁ ଭେଟିବାକୁ ଅସିଲେ ଏବଂ ତାଙ୍କ ସହିତ କିଛି ବେପାର କରିବାର ପ୍ରସ୍ତାବ ରଖିଲେ, ମାତ୍ର ସେ ରାଜି ନ ହେବାରୁ ତାଙ୍କୁ ଗୋଟିଏ କାର ଦୁର୍ଘଟଣାରେ ହତ୍ୟା କରିବାର ଯୋଜନା କଲେ । ମାତ୍ର ଏହି ଦୁର୍ଘଟଣାରେ ଶଙ୍କର ନାରାୟଣ କୋମାକୁ ଚାଲିଗଲେ ଏବଂ ତାଙ୍କ ଭାଇଙ୍କର ମୃତ୍ୟ ହେଇଗଲା ।
ଏହାପରେ ଶଙ୍କର ନାରାୟଣଙ୍କର ପରିବାର ଶଙ୍କରଙ୍କର ଗୁପ୍ତରେ ଚିକିତ୍ସା କଲେ ଓ ହାଇଦ୍ରାବାଦ ଛାଡ଼ି ମୁମ୍ବାଇ ଚାଲିଗଲେ । ପରେ ଶଙ୍କରଙ୍କର ପୁଅ ଅଜୟ (ମହେଶ ବାବୁ) ଜଣେ ପୋଲିସ୍ ଅଧିକାରୀ ଭାବରେ ମୁମ୍ବାଇରେ ଯୋଗଦେଲେ ଏବଂ ମାଫିଆମାନଙ୍କ ବିରୁଦ୍ଧରେ ସେ କାର୍ଯ୍ୟ କରୁଥିଲେ । ଥରେ ସେ ମାଫିଆମାନଙ୍କୁ ଧରିବା ପାଇଁ ତୁର୍କୀ ଯାଇଥିଲେ । ସେଠାରେ ଅଜୟ, ପ୍ରଶାନ୍ତିକୁ (ସାମନ୍ତା) ଭେଟିଲା । ପ୍ରଶାନ୍ତି ଅଜୟର ଉପର ଅଧିକାରୀଙ୍କର ଝିଅ ଥିଲା । ଅଜୟ ତୁର୍କୀ ଯାଇଥିବାବେଳେ ସେଠାରେ ସେ ନାୟକର ଭାଇକୁ ଗିରଫ କରି ଭାରତ ଆଣିଦେଲା ।
ଏହାପରେ ଶଙ୍କର ନାରାୟଣ ୧୪ ବର୍ଷ ପରେ କୋମାରୁ ବାହାରି ଠିକ୍ ହେଲେ । ତାଙ୍କୁ ଏହିସବୁ ପରିବର୍ତ୍ତନ ବିଷୟରେ ଜଣା ନ ପଡ଼ିବା ପାଇଁ ଅଜୟ ତାଙ୍କୁ ତାଙ୍କର ପୁରୁଣା ଘରକୁ ନେଇଗଲା ଏବଂ ସେଠାରେ ସେ ଜଣେ ବିଧାୟକ ବୋଲି ନିଜର ପରିଚୟ ରଖିଲା । ସବୁକିଛି ଶଙ୍କର ନାରାୟଣଙ୍କ ଅନୁସାରେ ଖଞ୍ଜିଦିଆଗଲା । ଏହି ସମୟରେ ନାୟକ ତା'ର ଭାଇକୁ ଛାଡ଼ିବା ପାଇଁ ପୋଲିସ କମିଶନରଙ୍କୁ ଅପହରଣ କରିନେଲା ଏବଂ ସେଠାରେ ନାୟକର ଭାଇ ସହ କମିଶନର ମଧ୍ୟ ପ୍ରାଣହରାଇଲେ । ନାୟକ ପଛରେ ଅଜୟ ଗୋଡ଼ାଉଥିବାବେଳେ ଶିବାୟା ନାମକ ଜଣେ ବ୍ୟକ୍ତି ଅଜୟ ଉପରେ ଆକ୍ରମଣ କଲେ । ତେଣୁ ନାୟକ ଖସି ପଳାଇଲା, ମାତ୍ର ଅଜୟ ଶିବାୟାକୁ ଗିରଫ କରିଆଣିଦେଲା । ଶିବାୟା, ପୂର୍ବରୁ ଶଙ୍କର ନାରାୟଣ ସହ କାର୍ଯ୍ୟ କରୁଥିଲା । ସେ ଶଙ୍କର ନାରାୟଣଙ୍କର ମୃତ୍ୟର ପ୍ରତିଶୋଧ ନେବାପାଇଁ ସେଠାକୁ ଯାଇଥିଲା । ଏହାପରେ ଶିବାୟାଠାରୁ ଶଙ୍କର ନାରାୟଣଙ୍କୁ ହତ୍ୟା କରିବାର ରହସ୍ୟ ଜଣାପଡ଼ିଲା ଏବଂ ତା' ପଛରେ ନାୟକର ହାତ ଥିଲା ବୋଲି ଅଜୟ ଜାଣିଲା । ତେଣୁ ସେ ସମସ୍ତଙ୍କଠାରୁ ପ୍ରତିଶୋଧ ନେବାପାଇଁ ଏକ ନାଟକ ରଚିଲା । ଏଥିରେ ଅଜାଣତରେ ତାକୁ କିଛି କଳାକାର ସାହାଯ୍ୟ କଲେ । ଶେଷରେ ଅଜୟର ନାଟକ ଶଙ୍କରନାରାୟଣଙ୍କୁ ଜଣାପଡ଼ିଲା ଏବଂ ଅଜୟର ତାଙ୍କ ପ୍ରତି ଥିବା ଭଲ ପାଇବା, ପ୍ରେମ ପାଇଁ ସେ ପ୍ରୀତ ହେଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଥମନ୍ । ବିଶ୍ୱା, ରାମଯୋଗ୍ୟା ଶାସ୍ତ୍ରୀ, ଭାସ୍କରଭଟଲା ଆଦି ଗୀତିକାରମାନେ ଏହି କଥାଚିତ୍ରଟି ଗୀତ ରଚନା କରିଥିଲେ । ଶଙ୍କର ମହାଦେବନ୍, ରାହୁଲ ନାମବିଆର୍, କାର୍ତ୍ତିକ, ରିତା, ରମ୍ୟା, ନବୀନ ମାଧବ, ରଣଜିତ, ବିଦ୍ୟା ଏସ୍. ମେନନ୍, କାର୍ତ୍ତିକ, କୋଟୀ, ରାମଯୋଗ୍ୟା ଶାସ୍ତ୍ରୀ, ବର୍ଦ୍ଧିନୀ, ରାଣିନା ରେଡ୍ଡୀ, ମେଘା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ ।
କ୍ରମ | ଗୀତ | କବି | କଣ୍ଠଶିଳ୍ପୀ | ସମୟ |
---|---|---|---|---|
1. | "ନୀ ଦୁକୁଡ଼ୁ" | ବିଶ୍ୱା | ଶଙ୍କର ମହାଦେବନ୍ | ୩:୪୯ |
2. | "ଗୁରୁବରମ୍ ମାର୍ଚ୍ଚ ଓକାଟି" | ରାମଯୋଗ୍ୟା ଶାସ୍ତ୍ରୀ | ରାହୁଲ ନାମବିଆର୍ | ୪:୨୫ |
3. | "ଚୁଲ୍ବୁଲି ଚୁଲ୍ବୁଲି" | ରାମଯୋଗ୍ୟା ଶାସ୍ତ୍ରୀ | କାର୍ତ୍ତିକ, ରିତା | ୪:୨୬ |
4. | "ପୁବାଇ ପୁବାଇ" | ରାମଯୋଗ୍ୟା ଶାସ୍ତ୍ରୀ | ରମ୍ୟା, ନବୀନ ମାଧବ | ୪:୨୦ |
5. | "ଦେଥାଡ଼ି ଦେଥାଡ଼ି" | ଭାସ୍କରଭଟଲା | ରଣଜିତ, ବିଦ୍ୟା ଏସ୍. ମେନନ୍ | ୪:୧୧ |
6. | "ଅଦାରା ଅଦାରା" | ରାମଯୋଗ୍ୟା ଶାସ୍ତ୍ରୀ | କାର୍ତ୍ତିକ, କୋଟୀ, ରାମଯୋଗ୍ୟା ଶାସ୍ତ୍ରୀ, ବର୍ଦ୍ଧିନୀ, ରାଣିନା ରେଡ୍ଡୀ, ମେଘା | ୪:୨୧ |
Total length: | ୨୫:୩୨ |