ଧନ ନନ୍ଦ

ଧନ ନନ୍ଦ
Samrat

Dhana Nanda
Dhana Nanda's empire
Last Nanda Emperor
ଶାସନକାଳ c. 329 BC – c. 321 BC
ପୂର୍ବାଧିକାରୀ Mahapadma Nanda
ଉତ୍ତରାଧିକାରୀ Chandragupta Maurya (the founder of Maurya Empire)
ବାପା Mahapadma Nanda

ମହାବୋଧିବଂଶର ବର୍ଣ୍ଣନା ଅନୁସାରେ ଧନ ନନ୍ଦ ନନ୍ଦ ବଂଶର ଶେଷ ଶାସକ ଥିଲେ । ସେ ମହାପଦ୍ମ ନନ୍ଦଙ୍କ ୯ ଜଣ ପୁତ୍ରଙ୍କ ମଧ୍ୟରୁ  ଅନ୍ୟତମ  ଥିଲେ । ପ୍ଳତାର୍ଚଙ୍କ ମତ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କହିଥିଲେ ଯେ ନନ୍ଦ ତାଙ୍କର କ୍ରୁରତା ଓ କୁଣ୍ଠିତତା ଯୋଗୁଁ ଅଧିନସ୍ଥ ମାନଙ୍କଦ୍ୱାରା ଘୃଣିତ ହଉଥିଲେ । [][][]

ଗ୍ରୀକ ଏଇତିହାସିକ ଦୀଓଦୋରସ ଧନ ନନ୍ଦାଙ୍କୁ ଅଗ୍ରମ୍ମେସ ବା କ୍ଷନ୍ଦ୍ରାମେସ ଭାବରେ ବର୍ଣ୍ଣନା କରିଥିଲେ । ବୋଧ ହୁଏ ଏହି ଶବ୍ଦ ସଂସ୍କୃତର ଅଗ୍ରସୈନ୍ୟର ଅପଭ୍ରଂଶ ହେଇଥାଇପାରେ । .[]

ସ୍ରୋତ 

[ସମ୍ପାଦନା]

ଧନ ନନ୍ଦାଙ୍କ ବିଷୟରେ ବିଶେଷ ବିବରଣୀ କରଟିଆସ, ଦୀଓଦୋରସ, ପ୍ଲତାର୍ଛଙ୍କ ଗ୍ରୀକ ଲେଖାରୁ ମିଳିଥାଏ ।  []

ଜୀବନୀ 

[ସମ୍ପାଦନା]

ମହାପ୍ରସାଦ ମନ୍ଦଙ୍କ ଉତ୍ତରାଧିକାରୀ ଭାବରେ ଧନ ନନ୍ଦ ସିଂହାସନ ପାଇଥିଲେ । ସେ ସମୟରେ ନନ୍ଦା ବଂଶ ରହୟର ଲୋକ ସମୂହ ଓ ଅଧିନସ୍ଥ କର୍ମଚାରୀ, ଏପରିକି ନିକଟସ୍ଥ ରାଜ୍ୟ ମାନଙ୍କରେ ମଧ୍ୟ ଜନପ୍ରିଯ ନଥିଲେ । ଏହା ତାଙ୍କର କୃପଣତା ଓ ଅର୍ଥ ଲୋଭ ପାଇଁ ହେଇଥାଇ ପାରେ । []

ଶାସନ କାଳ 

[ସମ୍ପାଦନା]

ଧନ ନନ୍ଦ ଜଣେ ଶକ୍ତିଶାଳୀ ଶାସକ ଥିଲେ । ସେ ପ୍ରାଚ୍ୟ, ତଳ ଗଙ୍ଗା ଉପତ୍ୟକା ଅଞ୍ଚଳ ଶାସନ କରୁଥିଲେ । ତାଙ୍କ କାଳରେ ନନ୍ଦା ସମ୍ଭରଜ୍ୟ ବିହାର ଓ ବେଙ୍ଗଲରୁ ପୌର୍ବ ପଞ୍ଜାବ ଓ ପଶ୍ଚିମ ସିନ୍ଧ ଯାଏ ବ୍ୟାପ୍ତ ହେଇଥିଲା । ତାଙ୍କର ୪ଜଣ ମନ୍ତ୍ରୀ ବନ୍ଧୁ , ସୁବନ୍ଧୁ, କୁବେର ଓ ଶକଟାଳ ରହିଥିଲେ । ଶକଟାଳ ନନ୍ଦଙ୍କ ତହବିଲରୁ ଅର୍ଥ ନେଇ ମ୍ଳେଚ୍ଛ ଆକ୍ରମଣ କାରୀଙ୍କୁ ଦେଇଦେଇ ସମ୍ଭ୍ରାଜ୍ୟ ତାଙ୍କ ଆକ୍ରମଣରୁ ରକ୍ଷ୍ୟା କରିଥିଲେ କିନ୍ତୁ ରାଜା ତାଙ୍କୁ ସେଥି ନିମନ୍ତେ ସପରିବାର ଦେଶାନ୍ତର କରି ସେଠାରେ ବନ୍ଦୀ କରିଥିଲେ । କେବଳ ଜଣକ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ତାଙ୍କୁ ଦିଆ ଯାଉଥିଲା । ଶକଟାଳଙ୍କ ବ୍ୟତୀତ ଅନନ୍ୟ ସମସ୍ତେ ମୃତ୍ୟୁ ବରଣ କଲେ । ଏହା ମଧ୍ୟରେ ପୁନର୍ବାର ବିଦେଶୀମାନେ ନନ୍ଦ ସାମ୍ରାଜ୍ୟ ଆକ୍ରମଣ କରିବାରୁ ଧନ ଶକଟାଳଙ୍କ ସାହାଯ୍ୟ ଲୋଡିଥିଲେ । କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଚାଣକ୍ୟଙ୍କ ସହାୟତାରେ ନନ୍ଦ ବଂଶ ଧ୍ୱଂଶ କରି ଶକଟାଳ ପ୍ରତିଶୋଧ ନେଇଥିଲେ । []

କଳିଙ୍ଗ ରାଜ୍ୟ ସହ ସମ୍ବନ୍ଧ 

[ସମ୍ପାଦନା]

କଳିଙ୍ଗ ରାଜ୍ୟ ସହ ନନ୍ଦା ବଂଶର ସମ୍ପର୍କ ଭଲ ନଥିଲେ ମଧ୍ୟ ରାଜପୁତ୍ର ସୂର୍ଯ୍ୟ ନନ୍ଦ କଳିଙ୍ଗର ରାଜକୁମାରୀ ଦମୟନ୍ତୀଙ୍କୁ ବିବାହ କରିବା ପରେ କିଛି କାଳ ପାଇଁ ତାହା ଉତ୍ତମ ରହିଥିଲା । ତେବେ ସେହି ବିବାହ ପରି ତାହା କ୍ଷଣ ସ୍ଥାୟୀ ଥିଲା । କଳିଙ୍ଗର ପ୍ରଜା ଓ ରାଜପୁତ୍ର ଖାରବେଳ ଧନ ନନ୍ଦଙ୍କୁ ବର୍ବର ଆଖ୍ୟା ଦେଇଥିଲେ । 

ନନ୍ଦ ସେନାବାହିନୀ 

[ସମ୍ପାଦନା]

ଧନ ନନ୍ଦ ପିତାଙ୍କଠାରୁ ବିଶାଳ ରାଜ୍ୟ ସହ ଏକ ବୃହତ ସୈନ୍ୟ ବାହିନୀର ଉତ୍ତରାଧିକାରୀ ହେଇଥିଲେ ।ଗ୍ରୀକ ଏଇତିହାସିକଙ୍କ ବର୍ଣ୍ଣନା ଅନୁସାରେ ନନ୍ଦଙ୍କ 2000,000 ପଦାତିକ , 20,000 ଘୋଡାସବାର , 2000 ଯୁଦ୍ଧ ରଥ , 3000 ଯୁଦ୍ଧ ହସ୍ତୀ ରହିଥିଲେ ।  []

ପରାଜୟ ଓ ମୃତ୍ୟୁ 

[ସମ୍ପାଦନା]

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଦ୍ୱାରା ପରାଜିତ ହେଲା ପରେ ତାଙ୍କୁ ଦୁଇ ପତ୍ନୀଙ୍କ ସହ ପଳାଯନ ପାଇଁ ସୁଯୋଗ ଦିଆ ଯାଇଥିଲା । ସେ ତାଙ୍କର କନ୍ୟାଙ୍କୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହ ବିବାହ ଦେଇଥିଲେ । [][୧୦]

ଧନ ନନ୍ଦଙ୍କ ମୃତ୍ୟୁର କାରଣ ସଠିକ ଭାବରେ ଜଣା ଯାଇନହୀନ । କେତେକ ତଥ୍ୟ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କର ହତ୍ୟା କରେଇଥିଲେ । ଆଉ କେତେକ ତଥ୍ୟାନୁସାରେ ଚାଣକ୍ୟ ତାଙ୍କୁ ନିର୍ବାସନରେ ପଠେଇ ପରେ ହତ୍ୟା କରେଇଥିଲେ । ପୁଣି କେତେକ ମତ ଅନୁସାରେ ଧନ ନନ୍ଦା ବୌଦ୍ଧ ଧର୍ମ ଗ୍ରହଣ କରି ଭିକ୍ଷୁ ଜୀବନ ଜାପନ କରିଥିଲେ । 

ନୋଟ ସବୁ 

[ସମ୍ପାଦନା]
  1. Mahajan, V.D. (2010), "Chapter XVIII : The Rise of Magadha Section (h) The Nandas", Ancient India, S.Chand, pp. 251–253, ISBN 8121908876 {{citation}}: More than one of |ISBN= and |isbn= specified (help)
  2. Bongard-Levin, G. (1979), A History of India, Moscow: Progress Publishers, p. 264
  3. http://www.perseus.tufts.edu/cgi-bin/ptext?doc=Perseus%3Atext%3A1999.01.0243&layout=&loc=62.1
  4. Sastri 1988, p. 14.
  5. Mookerji 1988, p. 6-7.
  6. Mahajan, V.D. (2010). "Chapter XVIII : The Rise of Magadha Section (h) The Nandas". Ancient India. S.Chand. pp. 251–253. ISBN 8121908876.
  7. Rice 1889, p. 9.
  8. Bongard-Levin, G. (1979). A History of India. Moscow: Progress Publishers. p. 264.
  9. Mookerji 1988, p. 14.
  10. Mookerji 1988, p. 34.

ଆଧାର 

[ସମ୍ପାଦନା]