ନନ୍ଦିନୀ ଆଇ ଲଭ୍ ୟୁ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଅନାମ ଚରଣ ସାହୁ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଅଶୋକ ପତି |
କାହାଣୀ | ଅଶୋକ ପତି |
କଳାକାର | ବୁଦ୍ଧାଦିତ୍ୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, କ୍ରୀଷା, ଅନିତା ଦାସ, ଅଜିତ ଦାସ, ବବି ମିଶ୍ର, ସ୍ନିଗ୍ଧା ମହାନ୍ତି, ପିଣ୍ଟୁ ନନ୍ଦ |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
′ନନ୍ଦିନୀ ଆଇ ଲଭ୍ ୟୁ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ । ଅନାମ ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଯୋଜନା ଆରମ୍ଭ କରିଥିଲ ।[୨] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି, କ୍ରୀଷା ଏବଂ ସିଦ୍ଧାନ୍ତ ମହାପାତ୍ର ।[୪][୫] ଅନିତା ଦାସ, ଅଜିତ ଦାସ, ବବି ମିଶ୍ର, ସ୍ନିଗ୍ଧା ମହାନ୍ତି, ପିଣ୍ଟୁ ନନ୍ଦ, ମାମୁନି ମିଶ୍ର, ବେଦୁ ବ୍ରହ୍ମା, ରୋଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ବସନ୍ତରାଜ ସାମଲ, ଦେବଦାସ ଛୋଟରାୟ, ନିର୍ମଳ ନାୟକ, ପ୍ରଶାନ୍ତ ପାଢ଼ୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, ତପୁ ମିଶ୍ର, ଅରବିନ୍ଦ ଷଡ଼ଙ୍ଗୀ, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|---|---|
1. | "ହାତ କାଟି ରକତରେ ଲେଖିଦେଲି ମୁଁ" | |
2. | "ତୋ ପରି ପ୍ରେମିକା ତୋ ପରି ପାଗଳା" | |
3. | "ପ୍ରେମ ଏକ ଦିଗ ହଜା" | |
4. | "ଭାଗ୍ୟ ଓମ୍ କାର" |
<ref>
ଚିହ୍ନ;
Buddhadity
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।