Clinical data | |
---|---|
Trade names | Noristerat, Norigest, others |
Synonyms | SH-393 |
AHFS/Drugs.com | International Drug Names |
Routes of administration | intramuscular injection |
Legal status | |
Legal status |
|
Identifiers | |
| |
CAS Number | |
PubChem CID | |
ChemSpider | |
ChEMBL | |
ECHA InfoCard | 100.021.207 |
Chemical and physical data | |
Formula | C27H38O3 |
Molar mass | 410.588 g/mol |
(what is this?) (verify) |
ନରଏଥିସ୍ଟିରୋନ ଏନାନଥେଟ (ଇଂରାଜୀ ଭାଷାରେ Norethisterone enanthate ବା NET-EN, ଅନ୍ୟ ନାମ ନରଏଥିଣ୍ଡ୍ରୋନ ଏନାନଥେଟ/norethindrone enanthate) ଏକ କେବଳ-ପ୍ରୋଜେସ୍ଟୋଜେନ ଇଞ୍ଜେକସନ ଗର୍ଭ ନିରୋଧକ (progestogen-only injectable birth control) ଔଷଧ । ପ୍ରସବ ଓ ଗର୍ଭପାତ ପରେ ଏହା ଦିଆଯାଏ ।[୧] ପ୍ରତି ଶହେ ଜଣ ମହିଳାଙ୍କ ମଧ୍ୟରୁ ୨ଜଣଙ୍କଠାରେ ଏହି ଔଷଧ ଫେଲ ହୁଏ । [୨] ପ୍ରତ୍ୟେକ ଡୋଜର କାର୍ଯ୍ୟକାଳ ପ୍ରାୟ ୨ ମାସ ଓ ଦୁଇ ଡୋଜ ଦିଆଯାଇପାରେ ।[୩][୧]
ନରଏଥିସ୍ଟିରୋନ ଏନାନଥେଟର ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନ ଯନ୍ତ୍ରଣା, ମୁଣ୍ଡବଥା, ଅବସାଦ, ଅନିୟମିତ ଋତୁସ୍ରାବ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ ।[୩] ଯକୃତ ରୋଗ (liver disease) ଓ ଗର୍ଭାବସ୍ଥା ଥିଲେ ଏହା ଦିଆଯାଏନାହିଁ । ସ୍ତନ୍ୟପାନ ସମୟରେ ଏହା ଅସୁବିଧା କରେନି । ଯୌନ କ୍ରିୟା ସଞ୍ଚାରିତ ରୋଗ ଥିଲେ ଏହା କାମ କରେନି ।[୧] ନରଏଥିସ୍ଟିରୋନ ଏନାନଥେଟ ଔଷଧ ନରଏଥିସ୍ଟିରୋନର (norethisterone) ଏକ ଇସ୍ଟର (ester)[୪] ଯାହାଦ୍ୱାରା ଏହା କାର୍ଯ୍ୟକ୍ଷମ ହୁଏ । [୧] ଏହି ଔଷଧଦ୍ୱାରା ଡିମ୍ବକ୍ଷରଣ (ovulation) ହୁଏନାହିଁ ।[୧]
ସନ ୧୯୫୧ରେ ଏହା ପେଟେଣ୍ଟ ହେବାପରେ ସନ ୧୯୫୭ରୁ ଡାକ୍ତରୀ ବ୍ୟବହାରରେ ଲାଗିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦୦ମି:ଗ୍ରା: ଭାଏଲର ମୂଲ୍ୟ ୧.୦୪ରୁ ୭.୯୯ ଆମେରିକୀୟ ଡଲାର ।[୭] ବ୍ରିଟେନ, କେତେକ ୟୁରୋପ ରାଷ୍ଟ୍ର, ମଧ୍ୟ ଆମେରିକା (Central America) ଓ ଆଫ୍ରିକା ଦେଶମାନଙ୍କରେ ଏହି ଔଷଧ ସ୍ୱୀକୃତ ହୋଇଛି ।[୨][୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମିଳେନାହିଁ ।[୮]