This article includes a list of references, but its sources remain unclear because it has insufficient inline citations. (March 2013) |
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Narendra Deepchand Hirwani | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Gorakhpur, Uttar Pradesh, India | ୧୮ ଅକ୍ଟୋବର ୧୯୬୮|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right arm leg spin | |||||||||||||||||||||||||||||||||||||||||||||||||||||||||||||||||
ସମ୍ପର୍କୀୟ | Mihir Hirwani (son) | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 180) | 11 January 1988 v West Indies | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 1 December 1996 v South Africa | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 67) | 22 January 1988 v West Indies | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 18 January 1992 v Australia | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1984–2006 | Madhya Pradesh | |||||||||||||||||||||||||||||||||||||||||||||||||||||||||||||||||
1996–1997 | Bengal | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: CricketArchive, 21 September 2008 |
ନରେନ୍ଦ୍ତ୍ର ଦୀପଚାନ୍ଦ ହିରବାନୀ
ଭାରତ ପାଇଁ ନିଜ ଜୀବନର ପଦାର୍ପଣ ଟେଷ୍ଟରେ ବିରଳ କୀର୍ତିମାନ ସ୍ଥାପନ କରିଥିବା ମଧ୍ୟ ପ୍ରଦେଶର ସ୍ପିନ ବୋଲର ନରେନ୍ଦ୍ର ହିରବାନୀଙ୍କ ଜନ୍ମ ଅକ୍ଟୋବର ୧୮ରେ ହେଇଥିଲା
ହିରବାନୀ ଗୋରଖପୁରର ଜଣେ ବ୍ୟବସାୟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ଇଟା କାରଖାନା ଥିଲା । ନରେନ୍ଦ୍ର ତାଙ୍କ କ୍ରିକେଟ ତାଲିମ ଇନ୍ଦୋରଠାରେ ମଧ୍ୟ ପ୍ରଦେଶ ରାଜ୍ୟ ଦଳର ଖେଳାଳି ସଞ୍ଜୟ ଜଗଦଲେଙ୍କଠାରୁ ପାଇଥିଲେ ।
ସେ ମାତ୍ର ୧୬ ବର୍ଷ ବୟସରେ ମଧ୍ୟ ପ୍ରଦେଶ ରାଜ୍ୟ ଦଳ ତରଗରୁ ଖେଳିବାର ଗୌରବ ଅର୍ଜନ କରିଥିଲେ ଓ ପଦାର୍ପଣ ମେଚରେ ୫ଟି ୱିକେଟ ନେଇଥିଲେ । ସେ ସେହି ଋତୁରେ ୨୩ଟି ମେଚ ନେଲା ପରେ ୧୯ ବର୍ଷରୁ ତଳ ପାଇଁ ଥିବା ଭାରତୀୟ ଜାତୀୟ ଦଳ ପାଇଁ ଡକରା ପାଇ ଅଷ୍ଟ୍ରେଲିଆ ବିପକ୍ଷ୍ୟରେ ଖେଳିଲେ ।
କିନ୍ତୁ ସେ ୧୯୮୭-୮୮ ମସିହାରେ ୱେଷ୍ଟ ଇଣ୍ଡିଜ ୨୫ ବର୍ଷ ତଳ ଦଳ ବିପକ୍ଷ୍ୟରେ ଭାରତୀୟ ଦଳରେ ଖେଳି ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ଅକ୍ତିଆର କରି ମନୋନୟକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଓ ତତ୍କାଳୀନ ଜାତୀୟ ଦଳ ପାଇଁ ମନୋନୀତ ହେଲେ ।
ତାଙ୍କ ଜୀବନର ପ୍ରଥମ ଟେଷ୍ଟ ହି ନରେନ୍ଦ୍ର ହିରବାନୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଦେଶ ପାଇଁ । ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ଟେଷ୍ଟରେ ସେ ଭିଭିଆନ ରିଚାର୍ଡଙ୍କ ପରି ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ପ୍ରଥମ ଇନ୍ନିଙ୍ଗରେ ୬୧ ରନ ଦେଇ ୮ଟି ଓ ପୁଣି ୨ଯ ଇନ୍ନିଙ୍ଗରେ ୭୫ ରୁଣ ଦେଇ ପୁଣି ୮ଟି ୱିକେଟ ନେଇ ଚମକ ଖେଳେଇ ଦେଇଥିଲେ ସାରା କ୍ରିକେଟ ଜଗତରେ । ପ୍ରଥମ ପଦାର୍ପଣ ମେଚରେ ୧୬ ୱିକେଟ ୧୩୬ ରନ ଦେଇ ନେବା ଭି ତାଙ୍କର ଏକ ରେକର୍ଡ , ଯାହା ଆଜିଯାଏ ରହିଛି ।
ଏହା ପରେ ହିରବାନୀ ପରବର୍ତ୍ତୀ ସିରିଜରେ ନିଉଜିଲାଣ୍ଡ ବିରୁଦ୍ଧରେ ମଧ୍ୟ ଖୁବ ଭଲ ଖେଳି ୨୦ଟି ୱିକେଟ ହାସଲ କରିଥିଲେ ଓ ସେହି ସିରିଜରେ ଅନ୍ୟତମ ସ୍ପିନ ବୋଲର ଅର୍ଶଦ ଆୟୁବଙ୍କ ସହ ମିଶି ୪ଟି ଟେଷ୍ଟରେ ୩୬ଟି ୱିକେଟ ନେବାଦ୍ୱାରା ଭରତ ସିରିଜ ଜିତି ପାରିଥିଲା । .
ଏକ ଦିବାସୀୟରେ ନରେନ୍ଦ୍ର ସରଜାଠାରେ ହେଇଥିବା ସିରିଜରେ ୧୦ ୱିକେଟ ନେଇ "ମେନ ଓଫ ସିରିଜ " ହେଇଥିଲେ । ଏହି ସିରିଜରେ ଲଗାତାର ୩ଟି ମେଚରେ ୪ଟି ଲେଖା ୱିକେଟ ନେଇଥିଲେ ଯାହାକୁ ବିରଳ କୁହାଯାଇପାରେ ।
କିନ୍ତୁ ୧୯୮୯-୯୦ରେ ତାଙ୍କର ଫର୍ମ ପୁରା ନଷ୍ଟ ହେଇଯାଇଥିଲା ଆଉ ସେ ୱେଷ୍ଟ ଇଣ୍ଡିସ ଗସ୍ତରେ ସମ୍ପୂର୍ଣ୍ଣ ବିଫଳତା ହାସଲ ସହ ତାଙ୍କ ଜାତୀୟ ଦଳ ପାଇଁ ଖେଳିବାର ସମୟର ଅବସାନ ଘଟିଲା । ଯଦିଓ ସେ ସାମୟିକ ଭାବେ ୧୯୯୧ରେ କିଛି ମେଚ ପାଇଲେ ତଥାପି ତାଙ୍କର ପୂର୍ବ ସଫଳତା ଆଉ ପାଇଲେ ନାହି।