ନାକ ଅସ୍ଥି ଭଗ୍ନ (Nasal fracture) | |
---|---|
ଭଙ୍ଗା ନାକ (Broken nose) | |
![]() ସାଧାରଣ ଏକ୍ସ-ରେ ଚିତ୍ରରେ ନାକ ଅସ୍ଥି ଭଗ୍ନ ପ୍ରଦର୍ଶିତ | |
ବିଭାଗ | ଆଶୁ ଭେଷଜ (Emergency medicine), ଇଏନଟି (otorhinolaryngology) |
ଲକ୍ଷଣ | ନାକ ରକ୍ତସ୍ରାବ (Nose bleed), ଫୁଲା (swelling), ବ୍ରୁଇସିଙ୍ଗ (bruising)[୧][୨] |
ଆକ୍ରାନ୍ତ ସମୟ | ଯୁବ ପୁରୁଷ[୩] |
କାରଣ | ଆକ୍ରମଣ (Assault), ଖେଳ ଆଘାତ, ପଡ଼ିଯିବା (falls), ଗାଡ଼ି ଦୁର୍ଘଟଣା (motor vehicle collisions)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣରୁ ନିର୍ଣ୍ଣୟ, ବେଳେ ବେଳେ ଏକ୍ସ-ରେ (plain X rays)[୧] |
ଚିକିତ୍ସା | ଯନ୍ତ୍ରଣା ନିବାରକ ଔଷଧ (Pain medication), ଥଣ୍ଡା ସେକ (cold compresses) |
Prognosis | ସାଧାରତଃ ଭଲ ।[୪] |
ପୁନଃପୌନିକ | ସାଧାରଣ[୩] |
ନାକ ଅସ୍ଥି ଭଗ୍ନ (ଇଂରାଜୀରେ nasal fracture) ବା ସାଧାରଣତଃ ନାକ ଭଙ୍ଗା କୁହାଯାଉଥିବା ଅବସ୍ଥାରେ ନାକ (nose) ଅସ୍ଥି (bone) ଭାଙ୍ଗିଯାଇଥାଏ ।[୨] ଏହି ଭଙ୍ଗାରେ ନାକ ରକ୍ତସ୍ରାବ (bleeding), ଫୁଲା, ବ୍ରୁଇସିଙ୍ଗ, ନାକରେ ଶ୍ୱାସକ୍ରିୟା ଅକ୍ଷମତା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧][୨] ଏହି ଭଙ୍ଗା ସହିତ ମୁଖ ଅସ୍ଥି ଭଙ୍ଗା (facial fractures) ଓ ସେପ୍ଟାଲ ହେମୋଟୋମା (septal hematoma) ଥାଇପାରେ ।[୧]
ଆକ୍ରମଣ (Assault), ଖେଳ ଆଘାତ, ପଡ଼ିଯିବା (falls), ଗାଡ଼ି ଦୁର୍ଘଟଣା (motor vehicle collisions) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ଧରଣର ଅସ୍ଥି ଭଗ୍ନ ହୁଏ ।[୧] ଲକ୍ଷଣ ଓ ଚିହ୍ନ ଦେଖି ଏହି ନାକ ଅସ୍ଥି ଭଙ୍ଗା ନିର୍ଣ୍ଣୟ କରାଯାଏ ଓ ଏହା ନିଧାର୍ଯ୍ୟ କରିବା ପାଇଁ ଏକ୍ସ-ରେ plain X-ray ସାହାଯ୍ୟ ନିଆଯାଏ ।[୧]
ଯନ୍ତ୍ରଣା ନିବାରକ ଔଷଧ (Pain medication) ଓ ଥଣ୍ଡା ସେକ (cold compresses) ଦେଇ ଏହାର ଚିକିତ୍ସା କରାଯାଏ ।[୧] ଫୁଲା କମିଗଲା ପରେ ଆବଶ୍ୟକ ହେଲେ ଅସ୍ଥି ରିଡକସନ କରାଯାଏ ।[୧] ପ୍ରକାର ଅନୁସାରେ କ୍ଲୋଜଡ ବା ଓପନ ରିଡକସନ (reduction may be closed or open) କରାଯାଇପାରେ ।[୨] ଚିକିତ୍ସାର ଫଳାଫଳ ସାଧାରଣତଃ ଭଲ ହୁଏ ।[୪] ନାକ ଅସ୍ଥି ଭଙ୍ଗା ଏକ ସାଧାରଣ ଭଙ୍ଗା ଓ ଏହା ମୁଖ ଅସ୍ଥି ଭଙ୍ଗାର ପ୍ରାୟ ୪୦% ଥାଏ । [୧][୩] ୨୦ରୁ ୩୦ ବର୍ଷ ବୟସ୍କ ପୁରୁଷମାନଙ୍କର କ୍ଷେତ୍ରରେ ଏହା ଅଧିକ ଦେଖାଯାଏ ।[୨]
{{cite journal}}
: CS1 maint: numeric names: authors list (link)
ଶ୍ରେଣୀବିଭାଗ |
---|