![]() | |
Clinical data | |
---|---|
Trade names | Relafen, Relifex, Gambaran, others |
AHFS/Drugs.com | monograph |
MedlinePlus | a692022 |
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | > 99% (active metabolite) |
Metabolism | Liver, to active metabolite 6-methoxy-2-naphthylacetic acid; 6-MNA |
Elimination half-life | 23 hours (active metabolite) |
Excretion | Kidney |
Identifiers | |
| |
ECHA InfoCard | 100.169.752 |
Chemical and physical data | |
Formula | C15H16O2 |
Molar mass | ୨୨୮.୨୯ g·mol−1 |
3D model (JSmol) | |
| |
| |
(verify) |
ନାବୁମେଟୋନ ହେଉଛି ଏକ ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID), ଯାହା ଓଷ୍ଟିଓଆର୍ଥ୍ରାଇଟିସ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ୍ ପରି ଅବସ୍ଥାରେ ରୋଗମାନଙ୍କରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। [୧] ଯଥାସମ୍ଭବ ଅଳ୍ପ ସମୟ ପାଇଁ ଏହା ବ୍ୟବହାର ସୁପାରିଶ କରାଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ମୁଣ୍ଡ ବୁଲାଇବା, ଫୁଲା, ମୁଣ୍ଡବିନ୍ଧା, ରାସ, କାନନାଦ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ଜନିତ ସମସ୍ୟା, ହୃଦ୍ଘାତ,ଖାଦ୍ୟନଳୀ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ, ଆନାଫାଇଲାକ୍ସିସ୍ ଏବଂ ହୃଦ୍ପାତ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭଧାରଣର ଶେଷ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା କକ୍ସ-୧ ଓ କକ୍ସ-୨କୁ (COX-1 ଏବଂ COX-2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ନାବୁମେଟୋନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସା ପାଇଁ ପ୍ରାୟ ୭ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬ ଡଲାର ଅଟେ ।[୪]