ନାଭି ନାଡ଼ (Nuchal cord) | |
---|---|
![]() ଜରାୟୁ (uterus) ଭିତରେ ଥିବା ଶିଶୁର ବେକ ଓ ବାହୁରେ ନାଭି ନାଡ଼ ଗୁଡ଼େଇହୋଇ ରହିଛି । | |
ଉଚ୍ଚାରଣ |
|
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Obstetrics), ଶିଶୁରୋଗ ବିଜ୍ଞାନ (pediatrics) |
ଲକ୍ଷଣ | ଶ୍ୟାମଳ ବର୍ଣ୍ଣର ମୁଖମଣ୍ଡଳ, ମୁଖରେ କ୍ଷୁଦ୍ର ଲାଲ ବା ବାଇଗିଣି ରଙ୍ଗର ଦାଗ ବା ପେଟେକି (petechia), ନେତ୍ର ଝିଲ୍ଲୀ ବା କଞ୍ଜକ୍ଟାଇଭା ଭିତରେ ରକ୍ତସ୍ରାବ (bleeding in the whites of the eye)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ପ୍ରସବ (labor) ସମୟରେ ଶିଶୁର ହୃଦ୍ଗତି ହାର ଦେଖି ସନ୍ଦେହ କରାଯାଏ ଓ ଅଲ୍ଟ୍ରାସାଉଣ୍ଡ (ultrasound) କରି ନିଶ୍ଚିତ କରାଯାଏ । [୧] |
ସଠିକ ରୋଗ ନିର୍ଣ୍ଣୟ | ପ୍ରସବ ସମୟରେ ଅମ୍ଳଜାନ ଅଭାବ (Birth asphyxia)[୧] |
ଚିକିତ୍ସା | ପ୍ରସବ ସମୟରେ ନାଭି ନାଡ଼ ଖୋଲିଦିଆଯାଏ ଓ ଏହା ସମ୍ଭବ ନହେଲେ କାଟିଦିଆଯାଏ । [୨] |
Prognosis | ସାଧାରଣତଃ ଭଲ[୧] |
ପୁନଃପୌନିକ | ସମୁଦାୟ ଶିଶୁଜନ୍ମର ୨୫%[୨] |
ନାଭି ନାଡ଼ ନାମ ଦିଆଯାଏ ଯେତେବେଳେ ଗର୍ଭସ୍ଥ ଶିଶୁ ବା ଫିଟସର (fetus) ନାହି (umbilical cord) ତା ବେକରେ ଗୁଡ଼େଇ ହୋଇଯାଇଥାଏ ।[୧] ଏହି ଅବସ୍ଥାରେ ଶ୍ୟାମଳ ବର୍ଣ୍ଣର ମୁଖମଣ୍ଡଳ, ମୁଖରେ କ୍ଷୁଦ୍ର ଲାଲ ବା ବାଇଗିଣି ରଙ୍ଗର ଦାଗ ବା ପେଟେକି (petechia), ନେତ୍ର ଝିଲ୍ଲୀ ବା କଞ୍ଜକ୍ଟାଇଭା ଭିତରେ ରକ୍ତସ୍ରାବ (bleeding in the whites of the eye) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧] ଏହା ଜଟିଳ ହେଲେ ଆଦ୍ୟ ପୁରୀଷ ବା ମେକୋନିଅମ |Meconium), ଶ୍ୱାସକ୍ରିୟା ସଙ୍କଟ (respiratory distress), ଆନିମିଆ, ସ୍ଟିଲବାର୍ଥ (stillbirth) ଇତ୍ୟାଦି ଦେଖାଯାଏ ।[୧] ଅଧିକ ଥର ଗୁଡ଼େଇ ହୋଇଥିଲେ ଅଧିକ ସଙ୍କଟ ରହେ ।[୩]
ପ୍ରସବ (labor) ସମୟରେ ଶିଶୁର ହୃଦ୍ଗତି ହାର ଦେଖି ସନ୍ଦେହ କରାଯାଏ ।[୧] ଶିଶୁର ମୁଣ୍ଡ ବାହାରକୁ ଆସିଲା ପରେ ବେକରେ ଆଙ୍ଗୁଠି ଚାଳନା କରି ନୁକାଲ କର୍ଡ଼ ଥିବା ଜାଣିହୁଏ । [୪] ପ୍ରସବ ପୂର୍ବରୁ ଅଲ୍ଟ୍ରାସାଉଣ୍ଡ (ultrasound) କରି ନିଶ୍ଚିତ କରାହୁଏ ।[୧]
ପ୍ରସବ ସମୟରେ ଏହି ଅବସ୍ଥା ଚିହ୍ନଟ ହୋଇଗଲେ ନାଭି ନାଡ଼ ଖୋଲିଦିଆଯାଏ ଓ ଏହା ସମ୍ଭବ ନହେଲେ କ୍ଲାମ୍ପ କରିସାରି କାଟିଦିଆଯାଏ ।[୨] ପ୍ରସବ ସାଧାରଣ ଭାବରେ ହୁଏ ଓ ଅବସ୍ଥା ଭଲ ରହେ ।[୫][୧] ଦୀର୍ଘକାଳୀନ ମସ୍ଥିଷ୍କ କ୍ଷତି ବା ସେରେବ୍ରାଲ୍ ପାଲ୍ସି ହୋଇପାରେ ।[୧][୬] ଏକ ଚତୁର୍ଥାଂଶ ପ୍ରସବ କାଳରେ ଏହି ଅବସ୍ଥା ଉପୁଜେ ।[୨] ଏଭଳି ଅବସ୍ଥାର ବର୍ଣ୍ଣନା ଖ୍ରୀ:ପୂ: ୩୦୦ରୁ ହିପୋକ୍ରାଟିସ (Hippocrates) ଅମଳରୁ ଲିପିବଦ୍ଧ ଅଛି ।[୧]
{{cite journal}}
: CS1 maint: unflagged free DOI (link)
ଶ୍ରେଣୀବିଭାଗ |
---|