Deviated septum, deviated nasal septum (DNS), nasal septal deformity | |
ବିଭାଗ | Otorhinolaryngology |
---|---|
ଲକ୍ଷଣ | None, nasal congestion[୧] |
କାରଣ | Present at birth, result of injury[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination[୨] |
ସଠିକ ରୋଗ ନିର୍ଣ୍ଣୟ | Nasal polyps, adenoid enlargement[୩] |
ଚିକିତ୍ସା | None, surgery[୨] |
ପୁନଃପୌନିକ | Common[୨] |
ନାସାପଟ ସ୍ଥାନଚ୍ୟୁତି (ଇଂରାଜୀ ଭାଷାରେ) Nasal septum deviation) ହେଉଛି ନାକର ଏକ ରୋଗ ଯେଉଁଥିରେ ନାସାପଟ ବଙ୍କା ଦେଖାଯାଏ ।[୨] ଏହାର ଲକ୍ଷଣରେ ଗୋଟିଏ ପାର୍ଶ୍ୱରେ ନାକରେ ଅଧିକ ରକ୍ତ ସଞ୍ଚୟ ହୋଇପାରେ; ଯଦିଓ ଅନେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ।[୨] [୧] ଜଟିଳତା ମଧ୍ୟରେ ସାଇନୁସାଇଟିସ କିମ୍ବା ନାକରୁ ରକ୍ତସ୍ରାବ ହୋଇପାରେ ।[୨]
ଏହା ଜନ୍ମ ସମୟରେ ଉପସ୍ଥିତ ହୋଇପାରେ କିମ୍ବା ଆଘାତର ପରିଣାମ ସ୍ୱରୂପ ହୋଇପାରେ ।[୨] ଅଧିକାଂଶ କ୍ଷେତ୍ରରେ ଆଘାତର କୌଣସି ଇତିହାସ ମିଳେନି ଯଦିଓ କିଛି ମାମଲା ଜୀବନର ପ୍ରାରମ୍ଭରୁ ଥାଇପାରେ ।[୪] ରୋଗୀର ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ କରାଯାଏ । [୨]
ଏହା ନିମନ୍ତେ ପ୍ରାୟ କୌଣସି ଚିକିତ୍ସା ଆବଶ୍ୟକ ହୁଏ ନାହିଁ; ଅବଶ୍ୟ ଗୁରୁତର କ୍ଷେତ୍ରରେ ସେପ୍ଟୋପ୍ଲାଷ୍ଟି ଅସ୍ତ୍ରୋପଚାର ଏକ ବିକଳ୍ପ ହୋଇପାରେ ।[୨] ସାଧାରଣତଃ ସେପ୍ଟୋପ୍ଲାଷ୍ଟି କରାଗଲେ ମଧ୍ୟ ଏହାର ଉପକାରୀତାର ପ୍ରମାଣ ଅଭାବ ହୁଏ ।[୫] ଅଧିକ ରକ୍ତସଞ୍ଚୟ ଜନିତ ଶ୍ୱାସରୁଦ୍ଧ ହେଉଥିବା ଲୋକମାନଙ୍କରେ ଲଗାତାର ଯୁକ୍ତାତ୍ମକ ନାସାରନ୍ଧ୍ର ଚାପ (CPAP) ଦେଲେ ରୋଗୀର ଶ୍ୱାସକ୍ରିୟା ଉନ୍ନତ କରିପାରେ । [୧] ଅଧିକାଂଶ ଲୋକଙ୍କଠାରେ ଏକ ସାମାନ୍ୟ ପରିମାଣର ବିଚ୍ୟୁତି ଉପସ୍ଥିତ ଥାଏ ।[୨]