ନିକୋଲେଟ ବାର୍ଡ଼ | |
---|---|
ଜନ୍ମ | |
ଅନ୍ୟ ନାମ | ନୀକୋ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ବୈବାହିକ-ସାଥୀ | ରବି ମେହେଟ୍ଟା[୧] |
ନିକୋଲେଟ ବାର୍ଡ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ ଯିଏକି ହିନ୍ଦୀ, ତେଲୁଗୁ, କନ୍ନଡ଼ ଆଦି ଭାଷାର କଥାଚିତ୍ରରେ ଅଭିନୟ କରିଛନ୍ତି । ୨୦୦୮ ମସିହାରେ ସେ ହିନ୍ଦୀ କଥାଚିତ୍ର ରକ୍ ଅନ୍ରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ୨୦୦୩ ମସିହାର ହିନ୍ଦୀ କଥାଚିତ୍ର ୟୁଏମ୍ଆଇ ୧୦ ଭୋଲ୍ୟୁମ୍ ୪ରେ ଜଣେ ପ୍ରଚ୍ଛଦପଟର ନର୍ତ୍ତକୀ ଭାବରେ କାମ କରିଥିଲେ । ଜଣେ ମଡେଲ ଭାବରେ ସେ ଭରତୀୟ ଦୂରଦର୍ଶନ ବିଜ୍ଞାପନ ଏବଂ ପତ୍ରିକା ବିଜ୍ଞାପନରେ କାମ କରିଛନ୍ତି ।
ନିକୋଲେଟ୍ ଜଣେ ମଡେଲ ଭାବେ କାମ କରିବା ସହିତ ହିନ୍ଦୀ ଓ ତେଲୁଗୁ କଥାଚିତ୍ର ଜଗତରେ ଛୋଟ ଛୋଟ ଭୂମିକାରେ ଏବଂ ପ୍ରଚ୍ଛଦପଟ ନର୍ତ୍ତକୀ ଭାବରେ କାମ କରୁଥିଲେ । ୨୦୦୮ ମସିହାର ସେ ହିନ୍ଦୀ କଥାଚିତ୍ର ରକ୍ ଅନ୍ରେ ତାନିଆ ଭୂମିକାରେ ଅଭିନୟ କରିଥିଲେ । ସେ ଅମାନ ଓ ଆୟାନ ଅଲ୍ଲୀ ଖାନ ମ୍ୟୁଜିକ ଭିଡିଓ "ପାଥ୍ୱେ ଟୁ ଦି ଅନ୍ନୋନ୍"ରେ କାମ କରିଥିଲେ ।
ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୩ | ୟୁଏମ୍ଆଇ ୧୦ ଭୋଲ୍ୟୁମ୍ ୪ | ହିନ୍ଦୀ | ପ୍ରଚ୍ଛଦପଟ ନର୍ତ୍ତକୀ | |
୨୦୦୬ | ବସ୍, ଆଇ ଲଭ୍ ୟୁ | ତେଲୁଗୁ | ଅତିଥି କଳାକାର | |
୨୦୦୮ | ରକ୍ ଅନ୍!! [୨][୩] | ତାନିଆ | ହିନ୍ଦୀ | |
୨୦୦୯ | ହାଟ୍ରିକ୍ ହୋଦି ମଗା | ସୁମା | କନ୍ନଡ଼ | |
୨୦୧୦ | ଷ୍ଟ୍ରାଇକର | ନୁରୀ | ହିନ୍ଦୀ |
ନିକୋଲେଟ କଲିକତାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଏଡ଼ୱିନ ବାର୍ଡ଼ ଏବଂ ମାଆଙ୍କ ନାମ ନିଚୋଲାସ ବାର୍ଡ଼ । ଫେବୃଆରୀ ୨୦୦୮ରେ ମୁମ୍ବାଇର ଏକ ହୋଟେଲରେ ତାଙ୍କ ପତି ରବି ମେହେଟ୍ଟାଙ୍କୁ ଭେଟିଥିଲେ ।[୪]