ନିଖତ ଜରୀନ | |||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ପରିସଂଖ୍ୟାନ | |||||||||||||||||||||
Weight class | ଫ୍ଲାଇ ୱେଟ | ||||||||||||||||||||
ଓଜନ ବିଭାଗ | ୫୧ କେଜି | ||||||||||||||||||||
ଜାତିୟତା | ଭାରତୀୟ | ||||||||||||||||||||
ଜନ୍ମ | ନିଜାମାବାଦ ଜିଲ୍ଲା, ତେଲେଙ୍ଗାନା, ଭାରତ | ୧୪ ଜୁନ ୧୯୯୬||||||||||||||||||||
Medal record
|
ନିଖତ ଜରୀନ (ଜନ୍ମ : ୧୪ ଜୁନ ୧୯୯୬) ଜଣେ ଭାରତୀୟ ମୁଷ୍ଟିଯୋଦ୍ଧା । ସେ ୫୧ କେଜି ବର୍ଗରେ ଫ୍ଲାଇ ୱେଟ ବିଭାଗରେ ପ୍ରତିଦ୍ୱନ୍ଦିତା କରନ୍ତି । ୨୦୧୧ ମସିହାରେ ସେ ମହିଳା ଯୁବ ବିଶ୍ୱ ଚାମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୧] ୨୦୨୨ ମସିହାରେ ଗୌହାଟିଠାରେ ସେ ଦ୍ୱିତୀୟ ଭାରତ ଓପନ ଆନ୍ତର୍ଜାତୀୟ ବକ୍ସିଂ ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୨୨ ମସିହା ମଇ ମାସ ୧୯ ତାରିଖରେ ସେ ମହିଳା ବିଶ୍ୱ ଚାମ୍ପିୟନସିପରେ ୫୨କିଗ୍ରା ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
ନିଖର ୧୯୯୬ ମସିହା ଜୁନ ୧୪ ତାରିଖରେ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମହମ୍ମଦ ଜମୀଲ ଅହମ୍ମଦ ଓ ମାତାଙ୍କ ନାମ ପରବୀନ ସୁଲତାନା ।[୨][୩][୪] ସେ ନିଜାମାବାଦର ନିର୍ମଳା ହୃଦୟ ବାଳିକା ବିଦ୍ୟାଳୟରେ ପାଠ ପଢ଼ିଥିଲେ ।[୫] ସ୍କୁଲ ପରେ ସେ ହାଇଦ୍ରାବାଦର ଏ ଭି କଲେଜରେ କଳାରେ ସ୍ନାତକ ଶିକ୍ଷାଗ୍ରହଣ କରୁଛନ୍ତି । ଏଥି ସହିତ ସେବ୍ୟାଙ୍କ ଅଫ ଇଣ୍ଡିଆରେ କାର୍ଯ୍ୟ ମଧ୍ୟ କରନ୍ତି ।[୬]
ଜରୀନଙ୍କୁ ତାଙ୍କ ପିତା ମହମ୍ମଦ ଜମୀଲ ଅହମ୍ମଦ ବକ୍ସିଂ ଖେଳ ସହ ପରିଚିତ କରାଇଥିଲେ । ସେ ନିଜର ପ୍ରଥମ ବର୍ଷର ପ୍ରଶିକ୍ଷଣ ପିତାଙ୍କଠାରୁ ଗ୍ରହଣ କରିଥିଲେ ।[୫] ୨୦୦୯ ମସିହାରୁ ସେ ବିଶାଖାପାଟଣାର ଭାରତୀୟ ଖେଳ ପ୍ରାଧିକରଣରେ ଦ୍ରୋଣାଚାର୍ଯ୍ୟ ସମ୍ମାନପ୍ରାପ୍ତ ବକ୍ସିଂ ପ୍ରଶିକ୍ଷକ ଆଇ ଭି ରାଓଙ୍କ ଅଧିନରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ୨୦୧୦ ମସିହାରେ ଜାତୀୟ ବକ୍ସିଂ ଚାମ୍ପିୟନସିପରେ ଇରୋଡ଼ଠାରେ ତାଙ୍କୁ ସ୍ୱର୍ଣ୍ଣୀମ ଶ୍ରେଷ୍ଠ ବକ୍ସର ଘୋଷିତ କରାଯାଇଥିଲା ।[୫]
ଜରୀନ, ଟର୍କୀରେ ଅନୁଷ୍ଠିତ ୨୦୧୧ ବିଶ୍ୱ ଯୁବ ବକ୍ସିଂ ଚାମ୍ପିୟନସିପରେ ଫ୍ଲାଏୱେଟ ବିଭାଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୭] ଏଠାରେ ସେ ଟର୍କୀର ବକ୍ସର ଉଲ୍କୁ ଡେମିରଙ୍କୁ ୩ ରାଉଣ୍ଡ ଲଢ଼େଇପରେ ୨୭:୧୬ ସ୍କୋରରେ ପରାସ୍ତ କରିଥିଲେ ।.[୮][୯]
୨୦୧୪ ମସିହାରେ ବୁଲଗେରିଆଠାରେ ବିଶ୍ୱ ଯୁବ ବକ୍ସିଂ ଚାମ୍ପିୟନସିପରେ ଜରୀନ ରୌପ୍ୟପଦକ ହାସଲ କରିଥିଲେ ।[୧୦]
୨୦୧୪ ମସିହା ଜାନୁଆରୀ ୧୨ ତାରିଖରେ ଜରୀନ ଋଷୀୟ ବକ୍ସର ପଲ୍ଟସେଭା ଏକାଟେରିନାଙ୍କୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
୨୦୧୫ରେ ଆସାମରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ବକ୍ସିଂ ଚାମ୍ପିୟନସିପରେ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୧]
ବ୍ୟାଙ୍କକରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଜରୀନ ରୌପ୍ୟପଦକ ହାସଲ କରିଥିଲେ ।[୧୨]
ବୁଲଗେରିଆର, ସୋଫିଆଠାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୩]
ବୁଲଗେରିଆର ସୋଫିଆଠାରେ ୭୩ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ୟୁକ୍ରେନର ଖେଳାଳି ଟେଟିଆନା କୋବଙ୍କୁ ୪-୧ ସେଟରେ ହରେଇ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୪]
୨୦୨୨ ମସିହା ମଇ ମାସ ୧୯ ତାରିଖରେ ଜରୀନ, ଥାଇଲାଣ୍ଡର ଜିଟପଙ୍ଗ ଜୁଟାମାସଙ୍କୁ ହରେଇ ଜରୀନ ୫୨ କେଜି ଫ୍ଲାଏ-ୱେଟ ବିଭାଗରେ ସ୍ୱର୍ଣ୍ଣପଦକ ଜିତିଥିଲେ ।[୧୫]