Pneumoperitoneum | |
---|---|
Aeroperitoneum[୧] | |
![]() Chest X-ray with air between the right diaphragm and the liver (green and red arrows). Air also visible below the diaphragm on the persons left. Blue arrows mark a normal gas filled colon. | |
ବିଭାଗ | General surgery |
ଲକ୍ଷଣ | None to peritonitis[୨] |
କାରଣ | Gastrointestinal tract perforation, abdominal surgery, peritoneal dialysis, pneumothorax, pneumomediastinum, mechanical ventilation, entry via the vagina[୧][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | X-ray, CT scan[୨] |
ସଠିକ ରୋଗ ନିର୍ଣ୍ଣୟ | Chilaiditi syndrome, pneumomediastinum, atelectasis of the lower lung, bowel wall gas[୪] |
ଚିକିତ୍ସା | Based on cause, often surgery[୫][୩] |
ନିମୋପେରିଟୋନିଅମ ରୋଗ ହେଲେ ପେରିଟୋନିଅମ ବା ପର୍ଯ୍ୟୁଦରିକା ଖୋଳ ଭିତରେ ବାୟୁ କିମ୍ବା ଅନ୍ୟାନ୍ୟ ଗ୍ୟାସର ଉପସ୍ଥିତି ରହେ | [୧] ଏହାର କୌଣସି ଲକ୍ଷଣ ନ ଥାଏ ବା ପେରିଟୋନାଇଟିସ ଭଳି ଲକ୍ଷଣ ହୋଇପାରେ ।[୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଫୁଲିବା କିମ୍ବା ଅଣନିଶ୍ୱାସ ହୋଇପାରେ ।[୨] କ୍ୱଚିତ୍ ରୋଗ ଜଟିଳ ହେଲେ ଉଦର କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇପାରେ ।[୬]
ସବୁଠାରୁ ସାଧାରଣ କାରଣ (> ୯୦%) ହେଉଛି ପାକଅନ୍ତନଳୀରେ ଏକ ଛିଦ୍ର ।[୧] [୩] ପାକସ୍ଥଳୀ ଘାଆ, ଆନ୍ତ୍ରିକ ଅବରୋଧ, ଆପେଣ୍ଡିସାଇଟିସ କିମ୍ବା ପେଟରେ ଆଘାତ ହେତୁ ମଧ୍ୟ ଏହା ହୋଇପାରେ ।[୧] ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ଲାପାରୋସ୍କୋପିକ ଅସ୍ତ୍ରୋପଚାର ସର୍ଜରୀ ସହିତ ପେଟର ଅସ୍ତ୍ରୋପଚାର ଯୋଗୁ ହୋଇପାରେ; ପେରିଟୋନିଆଲ ଡିଆଲିସିସ, ନିମୋଥୋରାକ୍ସ, ନିମୋମେଡିଆଷ୍ଟାଇନମ୍, ଯାନ୍ତ୍ରିକ ଭେଣ୍ଟିଲେସନ୍ ଏବଂ ଯୋନୀପଥ ମାଧ୍ୟମରେ ପ୍ରବେଶ ।[୧] ଏକ ଅଜ୍ଞାତ କାରଣରୁ କ୍ୱଚିତ୍ ଏହା ଘଟିପାରେ ।[୩] ରୋଗ ନିର୍ଣ୍ଣୟ ସାଧାରଣତ ରଞ୍ଜନରଶ୍ମି କିମ୍ବା ସିଟି ସ୍କାନ ମାଧ୍ୟମରେ ହୋଇଥାଏ ।[୨]
ବାୟୁର ଉତ୍ସ ଉପରେ ଚିକିତ୍ସା ନିର୍ଭର କରେ ।[୫] ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ; ଯଦିଓ କେତେକ ମାମଲା ରକ୍ଷଣଶୀଳ ଭାବରେ ପରିଚାଳିତ ହୋଇପାରେ ।[୩] [୭] ରକ୍ଷଣଶୀଳ ପରିଚାଳନାରେ ଅନ୍ତନଳୀ ବିଶ୍ରାମ, ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଏବଂ ଖରାପ ହେବା ନ ହେବା ଉପରେ ନଜର ରଖାଯାଇପାରେ ।[୨] ୧୯୧୫ ମସିହାରେ ରଞ୍ଜନରଶ୍ମି ମାଧ୍ୟମରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା ।[୩]