Pneumocystosis | |
---|---|
Pneumocystis jiroveci pneumonia,[୧] pneumocystis pneumonia,[୨] pneumocystis carinii pneumonia (PCP)[୩] | |
ଫାଇଲ:AIDS-related Kaposi sarcoma (Radiopaedia 85247-100810 Frontal 1) (cropped).jpg | |
ବିଭାଗ | Infectious diseases[୧] |
ଲକ୍ଷଣ | |
କାରଣ | Pneumocystis jirovecii[୭] |
ବିପଦ କାରକ | Poor immunity, HIV/AIDS[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging, bronchoalveolar lavage, immunofluorescence assay, biopsy[୨] |
ପ୍ରତିକାର | Trimethoprim/sulfamethoxazole (co-trimoxazole) in high risk groups[୮] |
ଔଷଧ | Trimethoprim/sulfamethoxazole (co-trimoxazole)[୪] |
Prognosis | 10 to 50% risk of death[୨] |
ପୁନଃପୌନିକ | Uncommon,[୪] 97% in lungs[୭] |
Patient UK | Pneumocystosis |
ନିମୋସିଷ୍ଟୋସିସ ରୋଗ ହେଉଛି ଏକ କବକ ସଂକ୍ରମଣ ଯାହା ସାଧାରଣତଃ ନିମୋନିଆ ଭାବରେ ଉପସ୍ଥାପିତ ହୁଏ । [୭] ଏହାର ଲକ୍ଷଣ ମଧ୍ୟରେ କାଶ, ଅଣନିଶ୍ୱାସ ଏବଂ ଜ୍ୱର ହୋଇପାରେ ଯାହା ଫଳରେ ଫୁସଫୁସ କାମ ବନ୍ଦ ହୋଇଯାଏ ।[୪] କ୍ୱଚିତ ଫୁସଫୁସ ବାହାରେ ଏହି ରୋଗ ହୁଏ କିନ୍ତୁ ଏଥିରେ ଲିମ୍ଫ ନୋଡ, ପ୍ଲୀହା, ଯକୃତ, ଅସ୍ଥି ମଜ୍ଜା, ବୃକ୍କ, ଥାଇରଏଡ ଏବଂ ଅନ୍ୟାନ୍ୟ ଅଙ୍ଗ ପ୍ରଭାବିତ ହୋଇପାରେ। [୫] [୭] କାନ କିମ୍ବା ବାହୁ ନିମ୍ନ ଭାଗର ଚର୍ମରେ ଏହା ଏକ ଆବୁ ଭାବରେ ଉପସ୍ଥାପିତ ହୋଇପାରେ | [୩]
ନିମୋସିସ୍ଟାଇସ ଜିରୋଭେସି ନାମକ ଏକ କବକ ଯୋଗୁ ଏହି ରୋଗ ହୁଏ ।[୭] ରୋଗ ପ୍ରତିରୋଧ ଶକ୍ତି ନଥିବା ରୋଗ ଯେପରିକି ଏଚ୍.ଆଇ.ଭି. ଏବଂ ସମୟପୂର୍ବ ଜନ୍ମ ହୋଇଥିବା ଶିଶୁମାନଙ୍କର ଏହି ରୋଗ ହୋଇପାରେ । [୭] [୧] ଏହା ଏକ ବାୟୁବାହୀ ସଂକ୍ରମଣ ରୋଗ । [୪] ସୁସ୍ଥ ଲୋକମାନେ ପ୍ରଶ୍ୱାସରେ ଏହି କବକ ଗ୍ରହଣ କଲେ ମଧ୍ୟ ରୋଗ ହୁଏ ନାହିଁ ଯେପର୍ଯ୍ୟନ୍ତ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇନାହିଁ । [୭]
ପ୍ରଭାବିତ ଫୁସଫୁସରୁ ତରଳ ପଦାର୍ଥର ନମୁନାରୁ କିମ୍ବା ତନ୍ତୁ ବାୟୋପ୍ସି କରି କବକ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ । [୩] [୪] ଅଧିକ ବିପଦ ଥିବା ଲୋକଙ୍କ ପ୍ରତିଷେଧ ନିମନ୍ତେ ଏବଂ ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ ସାଧାରଣତଃ ଟ୍ରାଇମେଥୋପ୍ରିମ୍/ସଲଫାମେଟୋକ୍ସାଜୋଲ (କୋ-ଟ୍ରାଇମୋକ୍ସାଜୋଲ) ଦିଆଯାଏ ।[୪] [୮] ଏହା ନିମନ୍ତେ କୌଣସି ଟିକା ନାହିଁ । [୮] ସଂକ୍ରମିତ ଲୋକଙ୍କ ମଧ୍ୟରୁ ୧୦ ରୁ% ୫୦% ରୋଗୀ ମୃତ୍ୟୁବରଣ କରନ୍ତି। [୨]
ନିମୋସିଷ୍ଟୋସିସ ଏକ ବିଶ୍ୱବ୍ୟାପୀ ରୋଗ ।[୨] ପ୍ରଭାବିତ ଲୋକଙ୍କ ସଠିକ୍ ସଂଖ୍ୟା ଜଣା ପଡିନାହିଁ । [୪] ୯୭%ରୁ ଅଧିକ ମାମଲା କେବଳ ଫୁସଫୁସକୁ ଜଡିତ କରିଥାଏ। [୭] ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଅକାଳ ଏବଂ ପୁଷ୍ଟିହୀନ ଶିଶୁମାନଙ୍କ ବିଷୟରେ ପ୍ରଥମ ମାମଲା ବର୍ଣ୍ଣନା କରାଯାଇଥିଲା। [୯]
{{cite journal}}
: |access-date=
requires |url=
(help); |archive-date=
requires |archive-url=
(help); |archive-url=
requires |url=
(help)