ନୀରା ଦେଶାଇ | |
---|---|
ଜନ୍ମ | ୧୯୨୫ |
ମୃତ୍ୟୁ | ୨୫ ଜୁନ ୨୦୦୯ | (ବୟସ ୮୪)
ଜାତୀୟତା | ଭାରତୀୟ |
ବୃତ୍ତି | ଏକାଡେମିକ୍ |
ପ୍ରସିଦ୍ଧି | ମହିଳା ଅଧ୍ୟୟନ ଫ୍ରଣ୍ଟରନର, ଏକାଡେମିକ୍, ସାମାଜିକ କାର୍ଯ୍ୟକର୍ତ୍ତା |
ବୈବାହିକ-ସାଥୀ | ଅକ୍ଷୟ ରମଣଲାଲ ଦେଶାଇ |
ସନ୍ତାନ | ମିହିର ଦେଶାଇ |
ଶିକ୍ଷାବିଦ୍ ପୃଷ୍ଠଭୂମି | |
Thesis | ଏକବିଂଶ ଶତାବ୍ଦୀରେ ଗୁଜରାଟୀ ସୋସାଇଟି: ସାମାଜିକ ପରିବର୍ତ୍ତନର ବିଶ୍ଳେଷଣ (୧୯୬୫) |
ଡକ୍ଟରାଲ ପରାମର୍ଶଦାତା | ଆଇ. ପି. ଦେଶାଇ |
Academic work |
ନୀରା ଦେଶାଇ (୧୯୨୫ - ୨୫ ଜୁନ୍ ୨୦୦୯) ଭାରତରେ ମହିଳା ଅଧ୍ୟୟନର ଅନ୍ୟତମ ନେତା ଏବଂ ଜଣେ ପ୍ରଫେସର, ଗବେଷକ, ଏକାଡେମିକ୍, ରାଜନୈତିକ କାର୍ଯ୍ୟକର୍ତ୍ତା ତଥା ସାମାଜିକ କର୍ମୀ ଭାବରେ ତାଙ୍କର ଅବଦାନ ପାଇଁ ଉଲ୍ଲେଖ କରାଯାଇଥିଲା ।[୧] ସେ ୧୯୭୪ ମସିହାରେ ମହିଳା ଅଧ୍ୟୟନ ପାଇଁ ଏହାର ପ୍ରଥମ ଗବେଷଣା କେନ୍ଦ୍ର ଏବଂ ଗ୍ରାମୀଣ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେ ୧୯୫୪ ମସିହାରେ SNDT ମହିଳା ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ପ୍ରଫେସର ତଥା ସମାଜବିଜ୍ଞାନ ବିଭାଗର ମୁଖ୍ୟ (ସ୍ନାତକୋତ୍ତର) ଭାବରେ ବିଭିନ୍ନ ଶାସକ ଦଳର ଏକ ଅଂଶ ଥିଲେ ।[୨]
ଦେଶାଇ ୧୯୨୫ ମସିହାରେ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଯିଏକି, ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଜଡ଼ିତ ଥିଲେ । ଦେଶାଇ ନିଜେ ଅଳ୍ପ ବୟସରେ ସ୍କୁଲ ଛାତ୍ର ଭାବରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ଯେତେବେଳେ ସେ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ପ୍ରତିଷ୍ଠିତ ବାନର ସେନାମାନଙ୍କର ଏକ ଅଂଶ ହୋଇଥିଲେ, ଯାହା ରାଜନୈତିକ ସନ୍ଦେଶର ଭୂତଳ ପ୍ରଚାରରେ ସାହାଯ୍ୟ କରିଥିଲା ଏବଂ ପ୍ରକାଶନକୁ ନିଷିଦ୍ଧ କରିଥିଲା ।[୩] ଥିଓସୋଫିଷ୍ଟ ଆଦର୍ଶ ଉପରେ ପ୍ରତିଷ୍ଠିତ ସହ-ଶିକ୍ଷାନୁଷ୍ଠାନ ଫେଲୋସିପ୍ ସ୍କୁଲରେ ନୀରା ତାଙ୍କର ପ୍ରାଥମିକ ଶିକ୍ଷା କରିଥିଲେ । ସେ ୧୯୪୨ ମସିହାରେ ଏଲଫାଇନଷ୍ଟୋନ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ, କିନ୍ତୁ ମହାତ୍ମା ଗାନ୍ଧୀ ଭାରତ ଛାଡିବା ସଂକଳ୍ପ ଆରମ୍ଭ କରିବା ପରେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେବା ପାଇଁ ଆନୁଷ୍ଠାନିକ ଶିକ୍ଷା ଛାଡିଥିଲେ । ନୀରା ୧୯୪୭ ମସିହାରେ ସାଥୀ ସମାଜବିଜ୍ଞାନୀ ଅକ୍ଷୟ ରମଣଲାଲ ଦେଶାଇଙ୍କୁ ବିବାହ କରିଥିଲେ ।[୪] ପରିଶେଷରେ, ଅଧ୍ୟୟନ ସମାପ୍ତ କରି ଦୀଶାଇ ସ୍ୱାଧୀନତାର କିଛି ସମୟ ପରେ ସ୍ନାତକୋତ୍ତର ଅଧ୍ୟୟନ ସମାପ୍ତ କଲେ । ତାଙ୍କର ଏମ.ଏ ଆଧୁନିକ ଭାରତରେ ମହିଳାମାନଙ୍କ ଉପରେ କେନ୍ଦ୍ରିତ ଥିଲା, ଯାହାକୁ ପରେ ୧୯୫୭ ମସିହାରେ ପ୍ରକାଶ କରାଗଲା ।[୫]
ଭାରତରେ ମହିଳା ଆନ୍ଦୋଳନର ଦୃଶ୍ୟ ଉପରେ ଦେଶାଇଙ୍କ ସ୍ଥାୟୀ ପ୍ରଭାବ ଥିଲା ଯେ ସେ କାର୍ଯ୍ୟକର୍ତ୍ତା-ପଣ୍ଡିତଙ୍କ ଭୂମିକାକୁ ବର୍ଣ୍ଣନା କରିଥିଲେ । ଦେଶାଇ ସ୍ପଷ୍ଟ କରିଛନ୍ତି ଯେ ଭାରତର ସାମୂହିକ ସାମାଜିକ-ସାଂସ୍କୃତିକ ଚେତନା ଭାରତୀୟମାନଙ୍କର ପ୍ରକୃତ, ସାମଗ୍ରୀକ ସୁସ୍ଥତା ଉପରେ ବ୍ୟାପକ ପ୍ରଭାବ ପକାଇଥାଏ ।
ତାଙ୍କ ଜୀବନ ଏବଂ କାର୍ଯ୍ୟ ଉପରେ ସବୁଠାରୁ ବଡ ପ୍ରଭାବ ହେଉଛି ଜଣେ ଅଳ୍ପ ଜଣାଶୁଣା ସାମାଜିକ କର୍ମୀ ତଥା କଂଗ୍ରେସ ସାଂସଦ ପୁଷ୍ପା ମେହେଟ୍ଟା । ସେ ପ୍ରଥମ ମହିଳା ଯିଏକି ମହିଳାମାନଙ୍କ ପାଇଁ ଏକ ଉଦ୍ଧାର ଗୃହ ଆରମ୍ଭ କରିଥିଲେ, ସେମାନଙ୍କ ପାଇଁ ଶିକ୍ଷାଗତ ଏବଂ ରୋଜଗାର ଉତ୍ସ ଯୋଗାଉଥିଲେ । ଦେଶାଇ କହିଛନ୍ତି ଯେ ତାଙ୍କର ଉତ୍ସର୍ଗୀକୃତତା ତାଙ୍କୁ ଅନେକ ଉପାୟରେ ପ୍ରେରଣା ଦେଇଥିଲା ।
ଦେଶାଇ ୨୫ ଜୁନ୍ ୨୦୦୯ ମସିହାରେ ମୁମ୍ବାଇରେ ମୃତ୍ୟୁ ବରଣ କରିଥିଲେ ।[୬]
ଦେଶାଇଙ୍କର ବୃତ୍ତିଗତ କାର୍ଯ୍ୟ ଲିଙ୍ଗ ଅଧ୍ୟୟନର ଉନ୍ନତି, ଅନେକ ନୀତିଗତ ସୁପାରିଶ ମାଧ୍ୟମରେ ଏକାଡେମିକ୍ ଜୀବନରେ ବ୍ୟବହାରିକ ଅଭିଜ୍ଞତା ଆଣିବା, ନାଗରିକ ସମାଜ ଏବଂ ଏକାଡେମିକ୍ ପାଠ୍ୟକ୍ରମ ମଧ୍ୟରେ ଲିଙ୍କକୁ ବୁଝିବା ଏବଂ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଥିଲେ ।
ଦେଶାଇ ସମାଜ ବିଜ୍ଞାନ, ଇତିହାସ ଏବଂ ମହିଳା ଅଧ୍ୟୟନର ଛକରେ ଉଭୟ ଇଂରାଜୀ ଏବଂ ଗୁଜରାଟୀରେ ଲେଖିଛନ୍ତି ।
{{cite web}}
: Missing or empty |url=
(help)