ନୀଳ ମାଷ୍ଟରାଣୀ | |
---|---|
ନିର୍ଦ୍ଦେଶକ | ଚକ୍ରଧର ସାହୁ |
ପ୍ରଯୋଜକ | ରବି ରଥ |
କାହାଣୀ | ଗୋଦାବରୀଶ ମହାପାତ୍ର ଚକ୍ରଧର ସାହୁ |
କଳାକାର | ମୀନକେତନ ପ୍ରିୟଙ୍କା ମହାପାତ୍ର |
ସଙ୍ଗୀତ | ମଳୟ ମିଶ୍ର |
ସମ୍ପାଦକ | ଚନ୍ଦ୍ରଶେଖର ସାହୁ |
ମୁକ୍ତିଲାଭ ତାରିଖ | ୧୯୯୬[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନୀଳ ମାଷ୍ଟରାଣୀ, ୧୯୯୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବି ରଥ । ଗୋଦାବରୀଶ ମହାପାତ୍ର ଓ ଚକ୍ରଧର ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ସାହୁ ।[୧][୩]
ମୀନକେତନ ଦାସ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।
୧୯୯୭ରେ ଏହି କଥାଚିତ୍ରଟିକୁ ୫ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସ୍ୱତନ୍ତ୍ର ଜୁରୀ ପୁରସ୍କାର, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ରେକର୍ଡ଼ିଂ, ଶ୍ରେଷ୍ଠ କାହାଣୀ ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା ।