ନୀଳଗିରି | |
---|---|
ସହର | |
Country | India |
State | ଓଡ଼ିଶା |
District | ବାଲେଶ୍ୱର |
Elevation | 23 m (75 ft) |
Population (2001) | |
• Total | ୧୪,୭୪୫ |
Languages | |
Time zone | UTC+5:30 (IST) |
ନୀଳଗିରି ଓଡ଼ିଶାର ବାଲେଶ୍ୱର ଜିଲାର ଏକ ସଦର ମହକୁମା ଓ ସହର ।
ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ବନମାଳି ଦାସ, ବୈଷ୍ଣବ ପଟ୍ଟନାୟକ ଓ ନନ୍ଦ କିଶୋର ପଟ୍ଟନାୟକ ପ୍ରଜାମଣ୍ଡଳ ଗଢ଼ି ସ୍ଥାନୀୟ ଯୁବରାଜଙ୍କ ବିରୋଧରେ ଲଢ଼ାଇ କରିଥିଲେ ଓ ନୂଆ କରି ଗଢ଼ାଯାଇଥିବା ଭାରତୀୟ ସରକାରଙ୍କ ଅଧିନରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ଏହା ୫୭୬ଟି ରାଜା ରାଜୁଡ଼ା ଅଧିନରେ ଥିବା ରାଜ୍ୟକୁ ଭାରତୀୟ ସରକାରଙ୍କ ସହ ମିଶାଇବାର ମୂଳଦୁଆ ପକାଇଥିଲା । ନୀଲଗିରିର ଲୋକେ ଏହାକୁ 'ଜିତିବାର ଆରମ୍ଭ ଭାବରେ ପାଳନ କରନ୍ତି ।
"ସନ୍ତରାଗଡ଼ିଆ" ନୀଳଗିରି ଅଧିନରେ ଥିବା ଏକ ଛୋଟ ସହର ଯାହା ନୀଳଗିରିଠାରୁ ୧୧ କିମି ଦୂରରେ ଅଛି । ଏଠାରେ ଭଗବାନ ପଧାନ, ବୈଦ୍ୟନାଥ ପାଣିଗ୍ରାହୀଙ୍କ ପରି ସ୍ୱାଧିନତା ସଂଗ୍ରାମୀମାନେ ଜନ୍ମିଥିଲେ ।
ପଞ୍ଚଲିଙ୍ଗେଶ୍ୱର ନୀଳଗିରିଠାରୁ ୮ କିମି ଦୂରରେ ଅଛି । ଏଠାରେ ଏକ ଜଣାଶୁଣା "ଶିବ ମନ୍ଦିର" ଅଛି ଓ ପାଖାପାଖି ପାହାଡ଼, ଜଙ୍ଗଲ, ଝରଣା ଓ ଗଛ ଘେରା ଜାଗାରେ ସୁନ୍ଦର ବଣଭୋଜି ଜାଗାଟିଏ ଅଛି ।
ନୀଳଗିରିରେ ରହିଛି ।[୧] ଏହା ସମୁଦ୍ର ପତନଠାରୁ ୨୩ ମିଟର (୭୫ ଫୁଟ) ଉଚ୍ଚରେ ରହିଛି ।
୨୦୦୧ ଭାରତୀୟ ଜନଗଣନା ଅନୁସାରେ,[୨] ନୀଳଗିରିର ଲୋକସଂଖ୍ୟା ପାଖାପାଖି ୧୪,୭୪୫ । ପୁରୁଷ: ୫୧ %, ମହିଳା: ୪୯ % । ସାକ୍ଷରତା ହାର ୬୦%, ଯାହାକି ଭାରତର ସାକ୍ଷରତା ହାର ୫୯.୫%ରୁ ବେଶି: ପୁରୁଷ ସାକ୍ଷରତା ୬୬%, ମହିଳା ସାକ୍ଷରତା ୫୪%. ନୀଳଗିରିରେ, ଲୋକସଙ୍ଖ୍ୟାର ୧୩% ୬ ବର୍ଷ ବୟସର ।
ନୀଳଗିରି ସହର ଭିତରେ ଗୋଟିଏ ସୁନ୍ଦର ଜଗନ୍ନାଥ ମନ୍ଦିର ଅଛି । ଏହା ଓଡ଼ିଶାର ପ୍ରମୁଖ ମନ୍ଦିରମାନଙ୍କ ଭିତରୁ ଗୋଟିଏ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏଠାରେ ପୂଜା ପାଉ ଅଛନ୍ତି । [୩] ସବୁବର୍ଷ ଏଠାରେ ରଥଯାତ୍ରା ପାଳନ କରାଯାଏ ।
ନୀଳଗିରି ବାଲେଶ୍ୱର ଲୋକ ସଭା ମଣ୍ଡଳି ଭିତରେ ରହିଛି[୪]