ନୀଳଗିରି ରାଜ୍ୟ
ନୀଳଗିରି | |
---|---|
![]() | |
![]() {{cite encyclopedia}} : Invalid |ref=harv (help) |
ନୀଳଗିରି ରାଜ୍ୟ ବ୍ରିଟିଶ ରାଜୁତି ସମୟରେ ଏକ ଗଡ଼ଜାତ ରାଜ୍ୟ ଥିଲା । ଏହା ଓଡ଼ିଶା ରାଜ୍ୟ ଏଜେନ୍ସି ଅଧୀନରେ ଥିଲା ଓ ଏହାର ରାଜଧାନୀ ରାଜ ନୀଳଗିରି[୧]ଥିଲା । ବର୍ତ୍ତମାନ ଏହା ନୀଳଗିରି ସହର ନାମରେ ପରଚିତ ।
ଏହି ରାଜ୍ୟ ଉତ୍ତର ଓ ପଶ୍ଚିମରେ ମୟୂରଭଞ୍ଜ ରାଜ୍ୟଦ୍ୱାରା ପରିବେଷ୍ଟିତ ହୋଇଥିଲା ଓ ଦକ୍ଷିଣରେ ବାଲେଶ୍ୱର ଜିଲ୍ଲା ଥିଲା । ୧୯୪୦ରେ ନୀଳଗିରିର ଜନସଂଖ୍ୟା ୭୩,୧୦୯ ଥିଲା । ଏହାର ଆୟତନ ୨୬୩ ବର୍ଗ କିଲୋମିଟର ରହିଥିଲା । ଏହା ୧୯୪୯ରେ ବାଲେଶ୍ୱର ଜିଲ୍ଲାରେ ସମ୍ମିଳିତ ହୋଇଥିଲା ।[୨]
ପ୍ରବାଦ ଅନୁସାରେ ନୀଳଗିରି ରାଜ୍ୟ ୧୧୨୫ ମସିହାରେ ଛୋଟନାଗପୁର ଅଞ୍ଚଳରୁ ଆସିଥିବା ଜଣେ ପୌରାଣିକ ବ୍ୟକ୍ତିଙ୍କଦ୍ୱାରା ସ୍ଥାପିତ ହେଇଥିଲା । ୧୫୨୫ ମସିହାରେ ଏଠିକାର ରାଜା ନାରାୟଣ ସିଂ ସମ୍ରାଟ ଆକବରଙ୍କୁ ଆଫଗାନ ଯୁଦ୍ଧରେ ସହାୟତା କରି ବିଶେଷ ପରିଚିତ ହୋଇଥିଲେ । ୧୬୧୧ ଓ ୧୭୯୭ ମଧ୍ୟରେ ଏହାର ୭ ଜଣ ଶାସକ ରହିଥିଲେ ।
ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଅଞ୍ଚଳର ସଂଗ୍ରାମୀ ଗଣ : ବଳରାମ ରାଜ, ବନମାଳୀ ଦାସ, ଶ୍ୟାମସୁନ୍ଦର ପରିଡ଼ା ଆଦି ତତ୍କାଳୀନ ରାଜାଙ୍କୁ ପ୍ରବର୍ତ୍ତାଇ ନୂତନ ଭାରତ ରାଜ୍ୟ ସମୂହରେ ରାଜ୍ୟକୁ ମିଶାଇ ଦେବାକୁ ରାଜି କରାଇଥିଲେ । ଏହା ୧ ଜାନୁଆରୀ ୧୯୪୮ରେ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଲା ।[୩]
ଭଞ୍ଜ ରାଜପୁତ ବଂଶର ରାଜାମାନେ ନୀଳଗିରିକୁ ଶାସନ କରୁଥିଲେ ।[୪] ସେମାନେ ରାଜା ଓ ରାଣୀ ଉପାଧି ଧାରଣ କରୁଥିଲେ । ଚିରା ଦେବୀ ଏକଦା ସେଠାରେ ରାଣୀ ଭାବରେ ଶାସନ କରିଥିଲେ ।[୫]