ନେହା ବାମ୍ | |
---|---|
ଜନ୍ମ | ନେହା ବାମ୍ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୯ – ଏବେଯାଏଁ |
ନେହା ବାମ୍ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ ଓ ମରାଠୀ ଭାଷାର କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ କୋହ୍ଲାପୁରଠାରେ ଜନ୍ମ ହୋଇଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ଲିବେରରେସନ୍ ମନୋବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ କରିଛନ୍ତି । ସେ ମଞ୍ଚରେ ଅବିଶକର ଦଳ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ଜଣେ ମଡେଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, ଔଷଧ ନିର୍ମାଣକାରୀ ସଂସ୍ଥା ପାଇଁ ପ୍ରିଣ୍ଟ୍ ବିଜ୍ଞାପନରୁ ଆରମ୍ଭ କରିଥିଲେ । କଲେଜରେ ଅନେକ ବର୍ଷ କାମ କରିବା ପରେ ତାଙ୍କୁ ଏକ କଥାଚିତ୍ରରେ ଏକ ଭୂମିକାରେ କାମ ମିଳିଥିଲା, ଫଳରେ ସେ ଚାକିରୀ ଛାଡ଼ି ଅଭିନୟ ଜଗତରେ କାମ ଆରମ୍ଭ କରିଥିଲେ ।[୧] ଦୂରଦର୍ଶନରେ ସେ ସାବଧାନ ଇଣ୍ଡିଆ, କୁମ୍କୁମ୍ ଭାଗ୍ୟ, ସୁକନ୍ୟା ହମାରୀ ବେଟିୟାଁ ଇତ୍ୟାଦିରେ ଅଭିନୟ କରିଥିଲେ । ସେ ଦି ଡାର୍ଟି ପିକ୍ଚର୍ସ୍, ଦି ଲିଫ୍ଟ ବୟ୍ ଆଦି କଥାଚିତ୍ରରେ କାମ କରିଛନ୍ତି ।[୨]