ପଙ୍କୋଦ୍ଧାର ଏକାଦଶୀ

ପଙ୍କୋଦ୍ଧାର ଏକାଦଶୀ
ଅନ୍ୟ ନାମବିଜୟା ଏକାଦଶୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର, ବ୍ରତ
ତାରିଖଫାଲଗୁନ କୃଷ୍ଣ ଏକାଦଶୀ
୨୦୨୫ ତାରିଖ୨୪ ଫେବୃଆରୀ (ସୋମବାର)

ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ[] କୁହାଯାଏ । ଏହି ବିଜୟା ଏକାଦଶୀ ବ୍ରତ କଲେ ମଣିଷ ଶତ୍ରୁକୁ ବିଜୟ କରିପାରେ । ପୁରାଣ କଥା ଅନୁଯାୟୀ ସୀତା ହରଣ ବେଳେ ରାମଚନ୍ଦ୍ର ବାନର ସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣ ପରି ବଳବାନ ଶତ୍ରୁ ଓ ସାଗରର ଗମ୍ଭୀରତା ନେଇ ଚିନ୍ତିତ ହୋଇପଡ଼ିଥିଲେ । ସମୁଦ୍ରକୁ କିପରି ପାରହେବେ ସେଥିଲାଗି ଉପାୟ ଖୋଜିବା ବେଳେ ଜଣେ ମୁନିଙ୍କ ପରାମର୍ଶରେ ଏହି ବିଜୟା ଏକାଦଶୀ ବ୍ରତ ପାଳନ କଲେ । ବ୍ରତର ପ୍ରଭାବରେ ସେ ସମୁଦ୍ର ପାର ହୋଇ ରାବଣ ବଧ କରିଥିବାର ବିଶ୍ୱାସ ରହିଛି । []

ପର୍ବ ପର୍ବାଣି

[ସମ୍ପାଦନା]

ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ ।[] ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣିଭିତରେ ବୁଡ଼ି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରାଯାଇଥାଏ ।

  1. "Vijaya Ekadasi". Retrieved 5 February 2016.
  2. ସମ୍ବାଦ, ପୃଷ୍ଠା- ୨, ୭ ମାର୍ଚ୍ଚ, ୨୦୧୩
  3. "Need to go beyond rituals". The New Indian Express. Retrieved 5 February 2016.[permanent dead link]