ପଚା ମାଛ ବିଷକ୍ରିୟା Scombroid food poisoning | |
---|---|
Scombrotoxin fish poisoning, scombroid syndrome,[୧] scombroid,[୨] histamine fish poisoning,[୧] scombroid poisoning[୩] | |
![]() | |
ଲକ୍ଷଣ | ଚମ ଲାଲ (flushed skin), ମୁଣ୍ଡ ବିନ୍ଧା, ଝାପ୍ସା ଦୃଷ୍ଟି, ଅସାଧାରଣ ଉଦର କ୍ରାମ୍ପ ଓ ତରଳ ଝାଡ଼ା [୨] |
ଆକ୍ରାନ୍ତ ସମୟ | ୧୦ରୁ ୬୦ ମିନିଟ [୨] |
ଅବଧି | ୨ ଦିନ[୨] |
କାରଣ | ଅଧିକ ହିସ୍ଟାମିନ (histamine) ଥିବା ଓ ପ୍ରକ୍ରିୟାକରଣ ନହୋଇଥିବା ଖାଦ୍ୟ ଖାଇଲେ [୨] |
ବିପଦ କାରକ | Tuna, mackerel, mahi mahi, sardine, anchovy, herring, bluefish, amberjack, marlin.[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ, ରକ୍ତ ଟ୍ରିପଟେଜ (tryptase)[୨][୧] |
ସଠିକ ରୋଗ ନିର୍ଣ୍ଣୟ | ଆଲର୍ଜି ପ୍ରତିକ୍ରିୟା (Allergic reaction),[୨] ମାଛ ଆଲର୍ଜି (fish allergy)[୧] |
ଚିକିତ୍ସା | ଆଣ୍ଟିହିସ୍ଟାମିନ (Antihistamines), ଏପିନେଫ୍ରିନ (epinephrine)[୨][୩] |
ପୁନଃପୌନିକ | ଅପେକ୍ଷାକୃତ ସାଧାରଣ[୨] |
ମୃତ୍ୟୁ ସାନ୍ଦ୍ରତା | କ୍ୱଚିତ[୩] |
ପଚା ମାଛ ବିଷକ୍ରିୟା (ଇଂରାଜୀ ଭାଷାରେ Scombroid food poisoning ବା କେବଳ scombroid) ଏକ ପ୍ରକାର ଖାଦ୍ୟ ପରିବାହିତ ରୋଗ (foodborne illness) ଯାହା ସାଧାରଣତଃ ପଚା (spoiled) ମାଛ (fish) ଖାଇଲେ ହୁଏ ।[୨] ଏଥିରେ ଚମ ଲାଲ (flushed skin) ଦେଖାଯାଏ, ମୁଣ୍ଡ ବିନ୍ଧା, ଝାପ୍ସା ଦୃଷ୍ଟି ଅସାଧାରଣ କ୍ରାମ୍ପ ଓ ତରଳ ଝାଡ଼ା ହୋଇପାରେ ।[୨] ପ୍ରାୟ ୧୦ ମିନିଟରୁ ୬୦ ମିନିଟ ମଧ୍ୟରେ ଏହାର ଲକ୍ଷଣ ଆରମ୍ଭ ହୋଇଯାଏ ।[୨] କ୍ୱଚିତ ଶ୍ୱାସ ସମସ୍ୟା ବା ଅନିୟମିତ ହୃଦ୍ଗତି (irregular heart beat) ହେବା ଦେଖାଯାଏ ।[୨]
ଅଧିକ ହିସ୍ଟାମିନ (histamine) ଥିବା ଓ ଅନୁପଯୁକ୍ତ ସଂରକ୍ଷଣ ତଥା ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଖାଇଲେ ଏହି ବିଷକ୍ରିୟା ହୁଏ ।[୨] ସାଧାରଣତଃ ଟୁନା (Tuna), ମାକେରେଲ (mackerel), ମାହିମାହି (mahi mahi), ସାର୍ଡ଼ିନ (sardine), ଆଙ୍କୋଭି (anchovy), ହେରିଙ୍ଗ (herring), ବ୍ଲୁଫିସ (bluefish), ଆମ୍ବରଜାକ (amberjack) ଓ ମାର୍ଲିନ (marlin) ମାଛଦ୍ୱାରା ଏହା ସମ୍ଭବ ହୁଏ ।[୨] ଏହି ମାଛାମାନଙ୍କ ଦେହରେ ଅଧିକ ପରିମାଣର ହିସ୍ଟିଡିନ (histidine) ଥାଏ ଯାହା ଅନୁପଯୁକ୍ତ ସଂରକ୍ଷଣ ଯୋଗୁ ପଚିଯାଏ ଓ ଜୀବାଣୁମାନେ ଏହାକୁ ହିସ୍ଟାମିନରେ ପରିଣତ କରିଦିଅନ୍ତି ।[୨] ଏହାକୁ ରାନ୍ଧିଲେ ବା ଫ୍ରିଜରେ ଥଣ୍ଡାରେ ରଖିଲେ ମଧ୍ୟ ହିସ୍ଟାମିନ ପରିବର୍ତ୍ତିତ ହୁଏନି ।[୨] ଲକ୍ଷଣ ଅନୁଯାୟୀ, ରକ୍ତ ଟ୍ରିପଟେଜ (tryptase) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୨][୧] ଅଧିକ ଲୋକ ମାଛ ଖାଇବା ପରେ ଲକ୍ଷଣ ଦେଖାଗଲେ ରୋଗ ନିର୍ଣ୍ଣୟ ସମ୍ଭାବନା ଅଧିକ ରହେ ।[୨]
ମାଛି ଧରିବା ମାତ୍ରେ ରେଫ୍ରିଜରେଟରରେ ରଖିବା ଉଚିତ ।[୨] ଡାଇଫେନହାଇଡ୍ରାମିନ (diphenhydramine) ଭଳି ଆଣ୍ଟିହିସ୍ଟାମିନ (Antihistamines) ଓ ରାନିଟିଡିନ (ranitidine) ଦେଇ ଚିକିତ୍ସା ଆରମ୍ଭ କରାଯାଏ ।[୨] ଅବସ୍ଥା ସାଂଘାତିକ ହୋଇଥିଲେ ଏପିନେଫ୍ରିନ (epinephrine) ଦିଆଯାଇପାରେ ।[୩] ସମୁଦ୍ରି ମାଛ ବିଷକ୍ରିୟା (seafood poisoning) ମଧ୍ୟରୁ ସିଗୁଆଟେରା ମାଛ ବିଷକ୍ରିୟା (ciguatera fish poisoning) ସାଧାରଣତଃ ଅଧିକ ଦେଖାଯାଏ ।[୨] ଶୀତୋଷ୍ଣ (temperate) ଓ ଗ୍ରୀଷ୍ମମଣ୍ଡଳୀୟ (tropical) ଜଳରେ ଏହା ଅଧିକ ହୁଏ ।[୨] ଏହି ବିଷକ୍ରିୟାରେ କେବଳ ଗୋଟିଏ ମୃତ୍ୟୁ ରିପୋର୍ଟ ହୋଇଛି ।[୩] ପ୍ରଥମେ ଏହି ରୋଗ ବିଷୟ ସନ ୧୭୯୯ରେ ବର୍ଣ୍ଣନା କରାଯାଇଥିଲା । [୧]
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |