ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମ | Mithapur, Jalandhar Punjab, India | ୫ ମାର୍ଚ୍ଚ ୧୯୬୫
ଉଚ୍ଚତା | 180 cm (5 ft 11 in) |
ପର୍ଗତ ସିଂହ (ଜନ୍ମ ମାର୍ଚ 5 , 1965 )ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି ଓ ରାଜନେତା । ସେ ଭାରତୀୟ ଦଳରେ ଫୁଲ ବେକ ଭାବରେ ବିଶ୍ୱର ଜଣେ ଶ୍ରେଷ୍ଠ ରକ୍ଷ୍ୟଣଭାଗ ଖେଳାଇ ଭାବରେ ଖେଳୁଥିଲେ । ସେ 1992 ବାର୍ଷିଲୋନା ଓ 1996 ଅଟାଳନ୍ଟା ଅଲିମ୍ପିକରେ ଭାରତୀୟ ଦଳର ଅଧିନାୟକ ଭାବରେ ଖେଳିଥିଲେ । ଅବସର ପରେ ସେ ପଞ୍ଜାବ ପୋଲିସରେ SP ଭାବରେ କାର୍ଯ୍ୟ କରୁଥିଲେ ଓ ପରେ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ .
1985 ମସିହାରେ ପର୍ଥଠାରେ ଚମ୍ପିୟାନ ଟ୍ରଫିରେ ଭାରତ ବନାମ ଜର୍ମାନୀ ମେଚରେ .ଭାରତ 1-5 ଗୋଲରେ ପଛୁଆ ଥିଲା ବେଳେ ପର୍ଗତ ଚମତ୍କାର ଖେଳ ପ୍ରଦର୍ଶନ କରି ଏକାକୀ 4ଟି ଗୋଲ ଦେବା ଫଳରେ ମେଚ ଡ୍ର ରହିଥିଲା ଓ ପର୍ଗତ ସମସ୍ତ ଭାରତୀୟଙ୍କ ପ୍ରିୟ ଭାଜନ ହେଇଥିଲେ । .[୧]
ପର ବର୍ଷ କରାଚିରେ ହେଇଥିବା ଟୁର୍ନାମେଣ୍ଟରେ ସେ ହଲାଣ୍ଡ ସହ ମେଚରେ ପୁଣି ସେହି ପ୍ରକାର ପ୍ରଦର୍ଶନ ଦେଇ ଭାରତକୁ 3-2 ଗୋଲରେ ବିଜୟୀ କରିଥିଲେ ।
।ଶିରୋମଣି ଅକାଳୀ ଦଳ ତରଫରୁ ପ୍ରାର୍ଥୀ ହେଇ ସେ ପଞ୍ଜାବର ଜଲନ୍ଧର କାଣ୍ଟନମେଣ୍ଟ ବିଧାନ ସଭା ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜଗବିର ସିଂହ ।ଙ୍କୁ ପରାସ୍ତ କରି ବିଜୟୀ ହେଇଥିଲେ . [୨]
ତେବେ ସେ ଦଳ ପକ୍ଷୀରୁ 2016 ଜୁଲାଇରେ ନିଲମ୍ବିତ ହେଇଥିଲେ .[୩]
ସେ କ୍ରିକେଟ ଖେଳାଳି ନବଜୋତ ସିଂହ ସିଧୁଙ୍କ ସହ ମିଶି ଏକ ଆଞ୍ଚଳିକ ଦଳ ଗଠନ କରିଛନ୍ତି [୪]
ସତଲେଜ - ଯମୁନା ସଂଯୋଗ ନେଇ ହେଇଥିବା ବିବାଦରେ ସୁପ୍ରିମ କୋର୍ଟ ଦେଇଥିବା ନିଷ୍ପତ୍ତିକୁ ବିରୋଧ କରି 42 ଜଣ ବିଧାୟକ ଇସ୍ତଫା ଦେଇଥିବା ମଧ୍ୟରୁ ସେ ଅନ୍ୟତମ । .[୫]
ସୁରଜିତ ସିଂହ ସ୍ମାରକୀ ହକି ତୁର୍ନାମେଣ୍ଟରେ ସେ ଉପସଭାପତି ରହିଥିଲେ . [୬]
S.No. | Awards | Year |
---|---|---|
1 | Padma Shree[୭] | 1998 |
2 | Arjuna Award | 1989 |