![]() The structure of HER2 and pertuzumab | |
Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | HER2 |
Clinical data | |
Trade names | Perjeta |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
(verify) |
ପର୍ଟୁଜୁମାବ, ଏକ ବେପାର ନାମ ପରଜେଟା, ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଇଆର୨-ଯୁକ୍ତାତ୍ମକ (HER2-positive) ପଜିଟିଭ୍ କେସ୍ ପାଇଁ ଓଟ୍ରାଷ୍ଟୁଜୁମାବ ଏବଂ ସମ୍ଭବତଃ ଡୋକେଟାକସେଲ ସହିତ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଲ ଝାଡ଼ା, କେଶ ଝଡ଼ିବା, ନିମ୍ନ ନିଉଟ୍ରୋଫିଲ୍ ରକ୍ତ ସ୍ତର, ବାନ୍ତି, ଥକାପଣ, ରାସ ଏବଂ ପ୍ରାନ୍ତିୟ ସ୍ନାୟୁ ସମସ୍ୟା ହୋଇପାରେ ।[୧] ଅନ୍ୟାନ୍ୟପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ପାତ, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଆନାଫାଇଲାକ୍କସିସ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଜୀବକୋଷର ଏଚଇଆର୨ (HER2) ସହିତ ସଂଲଗ୍ନ ହୋଇ କର୍କଟ ରୋଗ କାରଣର ସଙ୍କେତକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୧୨ ମସିହାରେରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ପର୍ଟୁଜୁମାବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪୨୦ ମିଗ୍ରା ପ୍ରତି ୨,୪୦୦ ପାଉଣ୍ଡ ଖର୍ଚ୍ଚ ହୁଏ [୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୮୦୦ ଡଲାର ଅଟେ ।[୫]