ପାଟେଲା ଅସ୍ଥି ଭଗ୍ନ | |
---|---|
Broken kneecap | |
ବିଭାଗ | ଅସ୍ଥିଶଲ୍ୟ ବିଭାଗ (orthopedics) |
ଲକ୍ଷଣ | ଯନ୍ତ୍ରଣା ଓ ଫୁଲା (swollen) ଓ ବ୍ରୁଇସିଙ୍ଗ [୧] |
କାରଣ | ଆଣ୍ଠୁ ଉପରେ ସାମନାରୁ ଆଘାତ [୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ, ଏକ୍ସ-ରେ (X-rays) [୨] |
ସଠିକ ରୋଗ ନିର୍ଣ୍ଣୟ | ବାଇପାର୍ଟାଇଟ ପାଟେଲା (Bipartite patella)[୨] |
ଚିକିତ୍ସା | କାସ୍ଟ (Cast), ସ୍ପ୍ଲିଣ୍ଟ ଓ ଅପରେଶନ [୩] |
Prognosis | ଉତ୍ତମ[୩] |
ପୁନଃପୌନିକ | ~ ସମୁଦାୟ ହାଡ଼ ଭଙ୍ଗାର ୧% [୨] |
ପାଟେଲା ଅସ୍ଥି ଭଗ୍ନ (ଇଂରାଜୀ ଭାଷାରେ patella fracture) କୁହାଯାଏ ଯେତେବେଳେ ଆଣ୍ଟୁ ସମ୍ମୁଖସ୍ଥ ପାଟେଲା (kneecap) ହାଡ଼ ଭାଙ୍ଗିଯାଏ (break) ।[୧] ଏଥିରେ ଯନ୍ତ୍ରଣା ଓ ଫୁଲା (swollen) ଓ ବ୍ରୁଇସିଙ୍ଗ ଆଦି ଲକ୍ଷଣ ଦେଖାଯାଏ । [୧] ରୋଗୀ ଚାଲିବାକୁ ଅକ୍ଷମ ହୁଏ ।[୧] ଟିବିଆ (tibia), ଫିମର (femur), ବା ଆଣ୍ଠୁ ଲିଗାମେଣ୍ଟ (knee ligaments ଇତ୍ୟାଦି ଆଘାତପ୍ରାପ୍ତ ହୋଇପାରେ । [୩]
ପାଟେଲା ଉପରେ ସିଧା ସଳଖ ଆଘାତ ଲାଗିଲେ ଏହି ଭଙ୍ଗା ହୁଏ; ଆଣ୍ଠୁ (knee) ଉପରେ ସିଧା ମାଡ଼ ବା ପଡ଼ିଗଲେ ଏହା ହୁଏ ।[୧] କ୍ୱଚିତ କ୍ୱାଡ୍ରିସେପସ ମାଂସପେଶୀ ଅତ୍ୟଧିକ ସଙ୍କୁଚିତ ହେଲେ ପାଟେଲା ଭାଙ୍ଗିଯାଏ ।[୧] ଲକ୍ଷଣ ଅନୁସାରେ ସନ୍ଦେହ କଲାପରେ ଏକ୍ସ-ରେ (X-rays) ସାହାଯ୍ୟରେ ନିଶ୍ଚିତ କରାଯାଏ ।[୨] ପିଲା ରୋଗୀଙ୍କର ଏମଆରଆଇ (MRI) ଆବଶ୍ୟକ ହୋଇପାରେ । [୨]
ଭଙ୍ଗା ଅବସ୍ଥାକୁ ବିଚାରକୁ ନେଇ ଅପରେଶନ ବା ଅଣଅପରେଶନ ଚିକିତ୍ସା କରାଯାଏ ।[୩] ଭଗ୍ନ ଅସ୍ଥି ବିସ୍ଥାପିତ ନହୋଇଥଲେ ପ୍ଲାସ୍ଟର (cast) ଚିକିତ୍ସା କରାଯାଇପାରେ ।[୩] ସାମାନ୍ୟ ଅସ୍ଥି ବିସ୍ଥାପିତ ହୋଇ ରୋଗୀ ସାହାଯ୍ୟ ବିନା ଗୋଡ଼ ସିଧା କରିପାରୁଥିଲେ ପ୍ଲାସ୍ଟର କରାଯାଇପାରେ ।[୩] ପ୍ରଥମ ୩ ସପ୍ତାହ ଆଣ୍ଠୁ ସିଧା ରଖି ପ୍ଲାସ୍ଟର କରାଯାଏ ଓ ପରେ କ୍ରମାନୁସାରେ ଅଳ୍ପ ଅଳ୍ପ କରି ବଙ୍କା ଅବସ୍ଥାରେ ପ୍ଲାସ୍ଟର କରାଯାଏ । [୩] ଏହା ବ୍ୟତୀତ ଅନ୍ୟ ଧରଣର ପାଟେଲା ଭଙ୍ଗା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ।[୩][୪]
ସମୁଦାୟ ହାଡ଼ ଭଙ୍ଗାର ୧% କେବଳ ପାଟେଲା ଭଙ୍ଗା ହୁଏ ।[୨] ପୁରୁଷମାନଙ୍କର ଏହି ଭଙ୍ଗା ମହିଳାଙ୍କ ଅପେକ୍ଷା ଅଧିକ ହୁଏ ।[୨] ମଧ୍ୟ ବୟସରେ ପାଟେଲା ଅଧିକ ଭାଙ୍ଗେ । [୨] ଚିକିତ୍ସାର ଫଳାଫଳ ପ୍ରାୟ ଉତ୍ତମ ରହେ । [୩]
ଶ୍ରେଣୀବିଭାଗ |
---|