ପାଟେଲାର ଡିସଲୋକେସନ (Patellar dislocation) | |
---|---|
Kneecap dislocation, dislocated kneecap | |
ବିଭାଗ | ଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics) |
ଲକ୍ଷଣ | ଆଣ୍ଠୁ ଆଂଶିକ ବଙ୍କା, ଯନ୍ତ୍ରଣା ଓ ଫୁଲା (swollen) [୧][୨] |
ଆକ୍ରାନ୍ତ ସମୟ | ୧୦-୧୭ ବର୍ଷ ବୟସ [୩] |
ଅବଧି | ୬ ସପ୍ତାହରେ ପୁନଃ ସ୍ୱାସ୍ଥ୍ୟଲାଭ [୪] |
କାରଣ | ଆଣ୍ଠୁ ସିଧା ଥିବାବେଳେ ଗୋଡ଼ ବାହାର ଦିଗକୁ ମୋଡ଼ିହେଲେ, ଆଣ୍ଠୁ ବଙ୍କା ଥିବାବେଳେ ପାଟେଲାକୁ ସିଧା ଆଘାତ [୧][୨] |
ବିପଦ କାରକ | ପାଟେଲା ଆଲଟା (High riding patella), ପାରିବାରିକ ଇତିହାସ, ଢିଲା ଲିଗାମେଣ୍ଟ [୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ, ଏକ୍ସ-ରେ (X-rays)[୨] |
ଔଷଧ | ଯନ୍ତ୍ରଣା ନିବାରକ ଔଷଧ (Pain medication)[୫] |
ଚିକିତ୍ସା | ରିଡକସନ, ସ୍ପ୍ଲିଣ୍ଟ (splinting), ଅପରେଶନ ଓ ଫିଜିଓଥେରାପି [୧] |
Prognosis | ~ପୁନଃ ଡିସଲୋକେସନ ୩୦% [୩] |
ପୁନଃପୌନିକ | ବର୍ଷକୁ ୧ ଲକ୍ଷ ଲୋକରେ ୬ ଜଣ [୩] |
ପାଟେଲାର ଡିସଲୋକେସନ (ଇଂରାଜୀ ଭାଷାରେ patellar dislocation) ଏକ ଆଣ୍ଠୁ ଆଘାତ ଯେଉଁଥିରେ ପାଟେଲା ସ୍ଥାନଚ୍ୟୁତ ହୋଇଯାଏ ।[୪] ଆଣ୍ଠୁ ଆଂଶିକ ବଙ୍କା ଦେଖାଯାଏ, ଯନ୍ତ୍ରଣା ହୁଏ ଓ ଆଣ୍ଠୁ ଫୁଲିଯାଏ (swollen) ।[୧][୨] ପାଟେଲା ତା ନିଜ ସ୍ଥାନ ବାହାରେ ଥିବା ଦେଖାଯାଏ ଓ ସ୍ପର୍ଶକରି ଅନୁଭବ କରିହୁଏ ।[୧] ଜଟିଳ ଅବସ୍ଥା ଥଲେ ପାଟେଲା ଅସ୍ଥି ଭଗ୍ନ (Patella fracture) ବା ଆର୍ଥ୍ରାଇଟିସ ହୋଇପାରେ । [୫]
ସାଧାରଣତଃ ଆଣ୍ଠୁ ସିଧା ଥିବାବେଳେ ଗୋଡ଼ ବାହାର ଦିଗକୁ ମୋଡ଼ିହେଲେ ଏହି ଆଘାତ ହୁଏ ।[୧][୨] ବେଳେବେଳେ ଆଣ୍ଠୁ ବଙ୍କା ଥିବାବେଳେ ପାଟେଲାକୁ ସିଧା ଆଘାତ ମିଳିଲେ ମଧ୍ୟ ଏହି ଡିସଲୋକେସନ ହୁଏ ।[୧] ଫୁଟବଲ (soccer), ଜିମନାସ୍ଟିକସ (gymnastics) ଓ ଆଇସ ହକି (ice hockey) ଭଳି ଖେଳ ଖେଳିଲାବେଳେ ଏହି ଆଘାତ ହୁଏ । [୨] ପାଟେଲା ସାଧାରଣତଃ ଆଣ୍ଠୁର ବାହାର ପାଖକୁ ଘୁଞ୍ଚିଯାଏ ।[୨] ଲକ୍ଷଣ ଅନୁଯାୟୀ ସନ୍ଦେହ କଲାପରେ ଏକ୍ସ-ରେ (X-rays) ସାହାଯ୍ୟରେ ରୋଗ ନିଶ୍ଚିତ କରାଯାଏ । [୨]
ଗୋଡ଼ ସିଧା କରିବାକୁ ଚେଷ୍ଟା କରି ପାଟେଲାକୁ ତା ନିଜ ସ୍ଥାନକୁ ଠେଲିଦେଇ ସ୍ଥାନିତ କରାଯାଏ ।[୧] ଏହା ପରେ ଆଣ୍ଠୁ ସିଧା ଅବସ୍ଥାରେ କିଛି ସପ୍ତାହ ନିମନ୍ତେ ଏକ ସ୍ପ୍ଲିଣ୍ଟ (splinted) ଦିଆଯାଏ ।[୧] ସ୍ପ୍ଲିଣ୍ଟ ଖୋଲିବା ପରେ ଫିଜିଓଥେରାପି କରାଯାଏ (physical therapy).[୧] ପ୍ରଥମ ଡିସଲୋକେସନ ସମୟରେ ଅପରେଶନର ଉପକାରୀତା ବିଶେଷ ସ୍ପଷ୍ଟ ନୁହେଁ ।[୬][୩] ପାଟେଲାର ଅଂଶ ଭାଙ୍ଗିଯାଇ ଗଣ୍ଠି ଭିତରେ ରହିଯାଇଥିଲେ ବା ବାରମ୍ବାର ଡିସଲୋକେସନ ହେଉଥିଲେ ଅପରେଶନ କରିବାକୁ ଉପଦେଶ ଦିଆଯାଏ । [୩][୪][୫]
ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ ଲୋକରେ ୬ ଜଣଙ୍କର ଏହି ଡିସଲୋକେସନ ହୁଏ ।[୩] ସମୁଦାୟ ଆଣ୍ଠୁ ଆଘାତର ପ୍ରାୟ ୨% ଏହି ଏହି ଆଘାତ ହୁଏ ।[୧] ସାଧାରଣତଃ ୧୦-୧୭ ବର୍ଷ ବୟସ୍କ ଲୋକଙ୍କର ଏହି ଆଘାତ ହୁଏ ।[୩] ପୁରୁଷ ଓ ମହିଳା ସମ ହାରରେ ଏହି ଆଘାତ ପାଆନ୍ତି ।[୩] ପ୍ରାୟ ୩୦% ଡିସଲୋକେସନ ରୋଗୀଙ୍କର ପୁନଶ୍ଚ ଏହି ଡିସଲୋକେସନ ହୁଏ ।[୩]
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |