ପାର୍ଥ ଚାଟାର୍ଜୀ (ଜନ୍ମ ୧୯୪୭) ସବଲ୍ଟନ୍ ଷ୍ଟଡିଜ୍ ଓ ଉତ୍ତରଉପନିବେଶୀୟ ବିଚାରଧାରାର ଜଣେ ଭାରତୀୟ ସମାଜ ଶାସ୍ତ୍ରୀ । ତାଙ୍କର କାମ ବହୁବିଷୟକ ତଥା ରାଜନୀତି ବିଜ୍ଞାନ, ନୃତତ୍ତ୍ୱ ବିଜ୍ଞାନ ଓ ଇତିହାସ ଆଦି ଏକାଡେମିକ୍ ବିଭାଗ ଆଦି ମଧ୍ୟରେ ବ୍ୟାପ୍ତ । ସମାଜ ଶାସ୍ତ୍ର ପାଇଁ ନିଜର ଅବଦାନ ଯୋଗୁଁ ତାଙ୍କୁ ୨୦୦୯ ମସିହା ପାଇଁ ଫୁକୁଓକା ଏସୀୟ ସଂସ୍କୃତି ପୁରସ୍କାର ଦିଆଯାଇଅଛି । [୧]
ପାର୍ଥ ଚାଟାର୍ଜୀ ବର୍ତ୍ତମାନ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ ଓ ଦକ୍ଷିଣ ଏସୀୟ ବିଦ୍ୟାର ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ । ଏହାଛଡା ସେ କଲିକତାସ୍ଥ ସେଣ୍ଟର୍ ଫର୍ ଷ୍ଟଡିଜ୍ ଇନ୍ ସୋସାଲ୍ ସାଇନ୍ସେସ୍ରେ ଅବୈତନିକ ପ୍ରାଧ୍ୟାପକ ଭାବରେ କାମ କରନ୍ତି । ସେ ଏହା ଆଗରୁ ଏହି ସେଣ୍ଟର୍ର ନିର୍ଦ୍ଦେଶକ ଥିଲେ ।