ପାଲ ଲହଡା ( i; ହିନ୍ଦୀ : पाल लहारा), ବ୍ରିଟିଶ ଶାସିତ ଭାରତ ର ଏକ ରାଜକୀୟ ରାଜ୍ୟ ଥିଲା । ପାଲ ଲହଡା ସହର ତାର ରାଜଧାନୀ ଭାବରେ ରହିଥିଲା । ରାଜ୍ୟର ଆୟତନ ୪୫୨ ବର୍ଗ କିଲୋମିଟର ଥିବା ବେଳେ ୧୮୯୨ ମସିହାରେ ତାର ଲୋକ ସଂଖ୍ୟା ୩୪,୧୩୦ ଥିବାର ଜଣାଯାଇଛି । ସ୍ୱାଧୀନତା ପରେ ଏହା ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଇ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଭାବରେ ୧୯୪୮ ମସିହାରୁ ରହିଆସିଛି । [୧]
ଧରାନଗରର ସନ୍ତୋଷ ପାଲ ନାମକ ସୂର୍ଯ୍ୟ ବଂଶୀ ରାଜପୁତ ଏହାର ପ୍ରଥମ ଶାସକ ଥିଲେ । ସେ ଏହି ଅଞ୍ଚଳ ଦେଇ ପୁରୀ ଯାତ୍ରା ଯେ ଯାଉଥିବା ସମୟରେ ଏଠାରେ ଦୁଇ ଦଳ ସ୍ଥାନୀୟ ଜନଜାତିଙ୍କ ମଧ୍ୟରେ ସଦଭାବନା ସ୍ଥାପନ କରେଇଥିଲେ । ସେଥି ମଧ୍ୟରୁ " ସବର " ଜାତିର ଲୋକମାନେ ତାଙ୍କୁ ଶାସକ ଭାବରେ ରହିବାକୁ ଅନୁରୋଧ କରିଥିଲେ । .[୨]
ପାଲ ଲହଡା ରାଜକୀୟ ରାଜ୍ୟର ଶାସକମାନେ ଧର ରାଜ୍ୟର ପ୍ରାଚୀନ ପାରମାର ରାଜପୁତ ରାଜା ଭୋଜଙ୍କ ବଂଶର ହେଇଥିବାର ଜଣାଯାଏ । [୩]