ପିଟେଡ କେରାଟୋଲାଇସିସ

Pitted keratolysis
Keratolysis plantare sulcatum, keratoma plantare sulcatum, ringed keratolysis,[] sweaty sock syndrome[]
Right foot affected with pitted keratolysis
ବିଭାଗDermatology
ଲକ୍ଷଣPit like holes in the foot skin, bad smell[]
କାରଣCorynebacterium bacteria[]
ବିପଦ କାରକExcessive sweating, occlusive footwear, diabetes, older age[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom[]
ସଠିକ ରୋଗ ନିର୍ଣ୍ଣୟAthlete's foot, plantar warts, palmoplantar keratoderma[]
ପ୍ରତିକାରKeeping feet dry (moisture-wicking socks, antiperspirant)[]
ଚିକିତ୍ସାAntibiotic cream[]
ପୁନଃପୌନିକRelatively common[]

ପିଟେଡ କେରାଟୋଲାଇସିସ ରୋଗରେ ପାଦ ଚର୍ମର ବାହ୍ୟ ଅଂଶରେ ଜୀବାଣୁ ସଂକ୍ରମଣ ହୁଏ ।[] ଏହାର ଲକ୍ଷଣ ମଧ୍ୟରେ ପାଦର ତଳ ପାଖରେ ଛୋଟ ଛୋଟ ଗର୍ତ୍ତ ହୋଇ ଦୁର୍ଗନ୍ଧ ହୁଏ ।[] ଗାତଗୁଡିକ ସାଧାରଣତ ପ୍ରାୟ ୧ରୁ ୭ ମିଲିମିଟର ଆକାର ବିଶିଷ୍ଟ ଏବଂ ଓଜନ ଯାଉଥିବା ପାଦରେ ଏହା ଘଟିଥାଏ ।[] [] ପ୍ରଭାବିତ ଅଞ୍ଚଳଗୁଡିକରେ ଘା କିମ୍ବା ଗଲୁ ହୋଇପାରେ ।[]

ଏହାର କାରଣ ପ୍ରାୟ କୋରାଇନୋବ୍ୟାକ୍ଟେରିଆ ଶ୍ରେଣୀର କୋରିନେବାକ୍ଟେରିୟମ ସେଡାଣ୍ଟାରିଅସ ଜୀବାଣୁଦ୍ୱାରା ସଂକ୍ରମଣ ହୋଇଥାଏ ।[] ପାଦରେ ସ୍ୱେଦାଧିକ୍ୟ, ଚିପା ପାଦୁକା, ମଧୁମେହ ଏବଂ ବୃଦ୍ଧାବସ୍ଥା ମଧ୍ୟରେ ବିପଦର କାରଣ ହୋଇପାରେ ।[] [] ରୂପ ଏବଂ ଗନ୍ଧ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ ।[]

ଚର୍ମରେ କ୍ଲିଣ୍ଡାମାଇସିନ୍, ଏରିଥ୍ରୋମାଇସିନ୍ କିମ୍ବା ମୁପିରୋସିନ ଭଳି ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଏ ।[] ବେଞ୍ଜୋଏଲ୍ ପେରକ୍ସାଇଡ୍ ମଧ୍ୟ ବ୍ୟବହାର କରାଯାଇପାରେ ।[] ଝାଳ ନିରୋଧକ ମୋଜା ପିନ୍ଧିବା ଓ ଆଣ୍ଟିପରସ୍ପିରାଣ୍ଟ ବ୍ୟବହାର କରି ପାଦକୁ ଶୁଷ୍କ ରଖିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ ।[]

ନ୍ୟୁଜିଲ୍ୟାଣ୍ଡ ଲୋକଙ୍କ ମଧ୍ୟରୁ ପ୍ରାୟ ୨.୫ % ଲୋକ ଏହି ପିଟ୍ କେରାଟୋଲାଇସିସ୍ ରୋଗରେ ପ୍ରଭାବିତ ହୋଇଥିବା ଏକ ସାଧାରଣ କଥା ଅଟେ ।[] ଏହି ରୋଗ ବିପଦ ଥିବା ବୃତ୍ତି ମଧ୍ୟରେ ସାମରିକ, କୃଷକ, ଆଥଲେଟ୍ ଏବଂ ନାବିକ ଅନ୍ତର୍ଭୁକ୍ତ ।[] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଟ୍ରପିକାଲ୍ ସ୍ଥାନଗୁଡିକରେ ଯେଉଁମାନେ ଜୋତା ପିନ୍ଧନ୍ତି ନାହିଁ ସେମାନଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଏ ।[] ଏହାକୁ ପ୍ରଥମେ ୧୯୧୦ ମସିହାରେ କାଷ୍ଟେଲାନି ବର୍ଣ୍ଣନା କରିଥିଲେ। [] []

  1. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Hsu, AR; Hsu, JW (July 2012). "Topical review: skin infections in the foot and ankle patient". Foot & Ankle International (Review). 33 (7): 612–9. doi:10.3113/FAI.2012.0612. PMID 22835400.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Pitted keratolysis | DermNet NZ". dermnetnz.org (in ଇଂରାଜୀ). Archived from the original on 7 April 2022. Retrieved 14 May 2022.
  4. Fernández-Crehuet, P; Ruiz-Villaverde, R (21 April 2015). "Pitted keratolysis: an infective cause of foot odour". CMAJ : Canadian Medical Association journal Journal de l'Association medicale canadienne. 187 (7): 519. doi:10.1503/cmaj.140809. PMID 25712956.
  5. ୫.୦ ୫.୧ ୫.୨ ୫.୩ Bristow, IR; Lee, YL (March 2014). "Pitted keratolysis: a clinical review". Journal of the American Podiatric Medical Association (Review). 104 (2): 177–82. doi:10.7547/0003-0538-104.2.177. PMID 24725039.
  6. Sacchidanand, S.; AS, Savitha; K, Shilpa (30 June 2013). Snapshots in Dermatology (in ଇଂରାଜୀ). JP Medical Ltd. p. 570. ISBN 978-93-5090-459-6. Archived from the original on 15 May 2022. Retrieved 14 May 2022.
  7. Goldsmith, Lowell A.; Katz, Stephen I.; Gilchrest, Barbara A.; Paller, Amy; Leffell, David J.; Wolff, Klaus (22 February 2012). Fitzpatrick's Dermatology in General Medicine, Eighth Edition, 2 Volume set (in ଇଂରାଜୀ). McGraw Hill Professional. p. 2145. ISBN 978-0-07-171755-7. Archived from the original on 15 May 2022. Retrieved 14 May 2022.