ଆରମ୍ଭ | |
---|---|
ମୂଳ ଜାଗା | ଓଡ଼ିଶା |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଚାଉଳ |
ପିଠା ହେଉଛି ଗହମ, ତଣ୍ଡୁଳ, ମୁଗ ଆଦି ବଟା ବା ଚୂନାଦ୍ୱାରା ପ୍ରସ୍ତୁତ ହେଉଥିବା ଏକ ପ୍ରକାର ଓଡ଼ିଆ ଖାଦ୍ୟ । ଏକାଧିକ ପିଠାର ସମ୍ଭାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଛପନ ଭୋଗ ଭାବରେ ଲାଗି କରାଯାଇଥାଏ ।[୧]
ପୋଡ଼ିକରି, ଭାଜିକରି, ତେଲ ବି ଘିଅରେ ଛାଣି, ପାଣିରେ ସିଝାଇ, ବାମ୍ଫରେ ସିଝାଇ ପିଠା ତିଆରି କରାଯାଏ।
ପିଠା ଅନେକ ପ୍ରକାରର। ଚାଉଳବଟା ପତଳା ହେଲେ ତାକୁ ପିଠଉ ଓ ମୋଟା ବା ବହଳିଆ ହେଲେ ତାକୁ ଖଳି ବା ସୋଦୁଅ ବୋଲାଯାଏ। କାକରା, ନାନମାନ, ଆରିସା, ପୁରୀ ବା ଲୁଚି, ରୁଟୀ, ଖଳିରୁଟୀ, ଏଣ୍ଡୁରୀ ବା ଇଣ୍ଡୁରୀ, ଚକୁଳି, ଚିତଉ, ପୋଡ଼ପିଠା, ଗଇଁଠା, ମଣ୍ଡା, ପୁଳି, ବିରିବରା, ବିରିଲଡ଼ୁ, ଅପମାଲୁ ବା ଅମାଲୁ (ମାଲପୁଆ), ଝିଲି (କାନ୍ତି ବା ନାଡ଼ି) ଓ ପାପଡ଼ ଆଦି ପିଠା ଶ୍ରେଣୀର।
କଦଳୀ ପିଠା, ମହାପ୍ରଭୁଙ୍କ ପାଖରେ ଭୋଗ ହେଉଥିବା ଅନ୍ୟ ପିଠାମାନଙ୍କ ମଧ୍ୟରୁ ଅନ୍ୟତମ।
ପ୍ରଥମେ ମଇଦାରେ ଚିନି, ଲୁଣ, ପାନମଧୁରି ଓ ପାଚିଲା କଦଳୀ ମିଶାଇ ଭଲ କରି ଚକଟି ଦେବେ।ଆବଶ୍ୟକ ଅନୁସାରେ ସେଥିରେ ପାଣି ଦେଇ ଗୋଳାଇ ଦେବେ।ଏହା ପିଠଉ ଭଳି ହେବ ଉଚିତ୍।ଚୁଲିରେ ପାତ୍ର ଗରମ କରି ସେଥିରେ ଘିଅ ଅଳ୍ପ ଲଗାଇ ଏହି ମଇଦା ମିଶ୍ରଣକୁ ଡ଼ଙ୍କି ସାହାଯ୍ୟରେ ତାୱାରେ ପକାଇ ଚକୁଳି ପରି ତିଆରି କରିବେ।ଏଥର ପ୍ରସ୍ତୁତ ହୋଇଗଲା କଦଳୀ ପିଠା।
ଜଗନ୍ନାଥ ବଲ୍ଲଭ, ଖଜା, ଗଜା, ଖୁରୁମା, ମଗଜ ଲଡ଼ୁ, ଛେନା ତାଡ଼ିଆ, ଛେନା ମାଣ୍ଡୁଆ, ଚନ୍ଦ୍ରକାନ୍ତି ଓ ତିପୁରୀ।
ଗୋପାଳବଲ୍ଲଭ, ସରପୁଳୀ, କାକରା, ଡାଳିମ୍ବ ଓ ଅମୃତ ରସାବଳୀ
ବସନ୍ତ ବା ବସନ୍ତ ଆରିଷା, କାନ୍ତି ଓ ଡାଳିମ୍ବ