ପୀତବାସ ତ୍ରିପାଠୀ | |
---|---|
![]() | |
ଜନ୍ମ | ପୀତବାସ ତ୍ରିପାଠୀ |
ଜାତୀୟତା | ![]() |
ଶିକ୍ଷା | ଲେଦର ଇଞ୍ଜିନିୟରିଂ, ଡିପ୍ଲୋମା(ଅଭିନୟ) |
ଶିକ୍ଷାନୁଷ୍ଠାନ | ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ୨୦୦୮ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୦୮ - ଏବେଯାଏଁ |
ପ୍ରସିଦ୍ଧି | ଅଭିନେତା |
ପିତାମାତା | ବୈକୁଣ୍ଠ ନାଥ ତ୍ରିପାଠୀ ବାସନ୍ତି ଦେବୀ |
ପୁରସ୍କାର | ଶ୍ରେଷ୍ଠ ହାସ୍ୟ ଅଭିନେତା ସ୍ମ୍ରିନ ଆବାର୍ଡ୨୦୧୨ |
ପୀତବାସ ତ୍ରିପାଠୀ ଜଣେ ଭାରତୀୟ ତଥା ଇଂରାଜୀ ଓ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା । ସେ ଓଡ଼ିଶାର ନୟାଗଡ଼ରେ ଜନ୍ମିତ ।
ପୀତବାସ, ଓଡ଼ିଶାର ନୟାଗଡ଼ର 'ଦେଉଳୀ'ଠାରେ ପିତା ବୈକୁଣ୍ଠ ନାଥ ତ୍ରିପାଠୀ ଓ ମାତା ବାସନ୍ତି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ଜଣେ ସେବାନିବୃତ ଶିକ୍ଷୟତ୍ରୀ ଓ ପିତା ଜଣେ ସେବାନିବୃତ ସରକାରୀ କର୍ମଚାରୀ ଅଟନ୍ତି । ତିନି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ, ପୀତବାସ ସର୍ବକନିଷ୍ଠ ଅଟନ୍ତି । ତାଙ୍କର ଅନ୍ୟ ଜଣେ ଭାଇ, ହୃଷିକେଶ ତ୍ରିପାଠୀ ଜଣେ ସାହିତ୍ୟିକ ଓ ଅଭିନେତା ଅଟନ୍ତି । ପିଲାଟି ଦିନରୁ ପୀତବାସଙ୍କର ଅଭିନୟ ପ୍ରତି ଥିଲା ଆକର୍ଷଣ ଥିଲା । ମାତ୍ର 12 ବର୍ଷ ହୋଇଥିବାବେଳେ ସେ ନୃତ୍ୟ,ଗୀତ ଓ ଅଭିନୟରେ ପାରଦର୍ଶିତା ପାଇଁ ଭାରତର ରାଷ୍ଟ୍ରପତିଙ୍କଠାରୁ ‘ବାଳଶ୍ରୀ' ପୁରସ୍କାର ଗ୍ରହଣ କରିଥିଲେ। ପୀତବାସ, ଭୁବନେଶ୍ୱରର ୟୁନିଟ-ଏକ ସରକାରୀ ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରି, ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାଠ୍ୟକ୍ରମ ସମାପ୍ତ କରିଥିଲେ । ତା ପରେ, ସେ କଲିକତାରୁ ଲେଦର ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ । କଲିକତାରେ, ଇଞ୍ଜିନିୟରିଂ ପାଠ୍ୟକ୍ରମ ସମୟରେ ସେ ରଙ୍ଗମଞ୍ଛରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି ଅଭିନୟ ସମୟରେ ସେ, କଲିକତାର ବିଶିଷ୍ଟ ଥିଏଟର ବ୍ୟକ୍ତିତ୍ୱ ତଥା ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଧ୍ୟାପନା କରୁଥିବା ଶାନ୍ତନୁ ବୋଷଙ୍କ ସଂସ୍ପର୍ଶରେ ଆସିଲେ ଓ ଅଭିନୟ ପ୍ରତି ଅଧିକ ଆକୃଷ୍ଟ ହୋଇପଡ଼ିଲେ । ଇଞ୍ଜିନିୟରିଂ ସମାପ୍ତ କରିବା ପରେ ସେ, ପୁନେଠାରେ ଅବସ୍ଥିତ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଭିନୟ ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମରେ ଯୋଗଦାନ କଲେ[୧]। ଏହି ଅନୁଷ୍ଠାନରେ ପଢ଼ିବା ଭିତରେ, ସେ ଅଭିନୟର ବୈଷୟିକ ଦିଗ ସଂପର୍କରେ ଅବଗତ ହେଲେ। ୨୦୦୮ ମସିହାରେ ଏହି ଅନୁଷ୍ଠାନରୁ ସେ ପାସ କରିଥିଲେ ।
୨୦୦୮ ମସିହାରେ, ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ପାସ କରିବା ପରେ, ସେ ମୁମ୍ବାଇ ଯାଇ, ସେଠାରେ କାମ ଖୋଜିବାକୁ ଲାଗିଲେ। ପ୍ରାରମ୍ଭିକ ଅସଫଳତା ପରେ, ତାଙ୍କୁ ଶାନ଼ ଗାଇଥିବା ଏକ ଗୀତର ଆଲବମ଼ ‘ଇୟୋର୍ସ ନାଓ ଆଣ୍ଡ ଫରଏଭର'ରେ ନିର୍ଦ୍ଦେଶନା ଦେବାକୁ ସୁଯୋଗ ମିଳିଲା ଓ 2009 ମସିହା ଶେଷଭାଗରେ ତାଙ୍କୁ ବିନୟ ଶୁକ୍ଳା ନିର୍ଦ୍ଦେଶିତ ‘ମିର୍ଚ' ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଇତି ମଧ୍ୟରେ ସେ ବହୁ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି, ନିଜକୁ ଜଣେ ସଫଳ ଅଭିନେତା ଭାବେ ପ୍ରମାଣିତ କରିସାରିଲେଣି।[୨]
ବର୍ଷ | ନାମ | ଭୂମିକା | ଟୀକା |
---|---|---|---|
୨୦୦9 | ୯୯ | ସେଲ୍ସମାନ | |
୨୦୦9 | ୩ ଇଡ଼ିଅଟ୍ସ | ଜୁନିଅର ୧ | |
୨୦୧୦ | ଆଇଦା | ||
୨୦୧୦ | ଆଇ ଏମ କଲାମ[୩] | ଲପ୍ଟନ | |
୨୦୧୦ | ମିର୍ଚ | ମଦନ/ଚେଦିମାଲ | |
୨୦୧୧ | ସୋର ଇନ ଦି ସିଟି[୪] | ମଣ୍ଡୁକ | |
୨୦୧୧ | ସାଙ୍ଘାଇ (୨୦୧୧ର ଚଳଚ୍ଚିତ୍ର | ଭଗୁ | |
୨୦୧୨ | ଜୋକର (୨୦୧୨ର ଚଳଚ୍ଚିତ୍ର | କାଚୁଆ | |
୨୦୧୨ | ଆଳାପ (୨୦୧୨ର ଚଳଚ୍ଚିତ୍ର |
{{cite web}}
: Cite has empty unknown parameter: |1=
(help)