ପୁଷ୍ପଗିରି ମହାବିହାର | |
ରତ୍ନଗିରିର ବୌଦ୍ଧ ବିହାର | |
ପୁଷ୍ପଗିରିର ଅବସ୍ଥାନ | |
ଅଲଗା ନାଆଁ | ପୁଫଗିରି ମହାବିହାର |
---|---|
ଅଞ୍ଚଳ | ଯାଜପୁର ଜିଲ୍ଲା, ଓଡ଼ିଶା |
ଦିଗବାରେଣି | |
ଇତିହାସ | |
ଚଳଣି | ବୌଦ୍ଧବାଦ |
ସ୍ଥାନ ଟୀକା | |
ଅବସ୍ଥା | ଭଗ୍ନାଂଶ |
ବୌଦ୍ଧବାଦ
|
ଧର୍ମ ବା ମତବାଦ ଚାରୋଟି ସତ |
ଆଚରଣ ତିନୋଟି ରତନ |
ପରମ୍ପରା ·
ଧର୍ମଗ୍ରନ୍ଥ |
ପୁଷ୍ପଗିରି ମହାବିହାର (ପୁଫଗିରି ମହାବିହାର ନାମରେ ମଧ୍ୟ ଜଣା) ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ଏକ ପୁରାତନ ଓ ପ୍ରମୁଖ ବୌଦ୍ଧ ମହାବିହାର ଥିଲା ଯାହା ଭାରତୀୟ ଉପମହାଦେଶର ଏକ ମୁଖ୍ୟ ମହାବିହାର ଭାବରେ ୧୧ଶ ଶତାବ୍ଦୀ ଯାଏଁ କାର୍ଯ୍ୟକ୍ଷମ ଥିଲା ।[୧][୨]
୨୦୦୭ସୁଦ୍ଧା ଏହି ମହାବିହାରର ଭଗ୍ନାଂଶ ପୁରାପୁରି ଉଦ୍ଧାର କରାଯାଇପାରି ନାହିଁ, ତେଣୁ ଏହାର ମୂଳ ଇତିହାସ ଜଣାପଡ଼ି ନାହିଁ । ମହାବିହାରର ମୁଖ୍ୟ ତିନୋଟି ଅଞ୍ଚଳ ଭିତରୁ କେବଳ ଲଳିତଗିରି କଟକ ଜିଲାରେ ରହି ଅଛି । ପ୍ରତିମା ଖୋଦେଇ ଗବେଷଣାରୁ ଜଣାଯାଇଛି ଯେ ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀରେ ସୁଙ୍ଗ ଶାସନ ସମୟରେ ଲଳିତଗିରିର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିଲା ଯାହା ତାହାକୁ ପୃଥିବୀର ସର୍ବପୁରାତନ ବୌଦ୍ଧ ସ୍ଥଳର ମାନ୍ୟତା ଦେଇଥାଏ ।
ଏବେ, ଏହାର ଭଗ୍ନାଂଶ ଲାଙ୍ଗୁଡ଼ି ପାହାଡ଼ର ଉପରେ, ମହାନଦୀର ତ୍ରିକୋଣଭୂମିରୁ ୯୦ କି.ମି. ଦୂରରେ ଯାଜପୁର ଓ କଟକ ଜିଲାରେ ଏହା ରହିଛି ।[୩]
ମୁଖ୍ୟ ମହାବିହାର ପରିସର ପାହାଡ଼ ମୁଣ୍ଡିଆରେ ବ୍ୟାପିରହିଥିଲା ଯାହାର ଭଗ୍ନାଂଶ କେତେକ ସ୍ତୁପ, ବୌଦ୍ଧ ବିହାର, ମନ୍ଦିର ଓ ମୂର୍ତ୍ତୀ ତଥା ଗୁପ୍ତ ସାମ୍ରାଜ୍ୟର ସ୍ଥାପତ୍ୟ କଳାର ପ୍ରମାଣା ଦେଇଥାଏ ।[୪] ବ୍ରାହ୍ମଣୀ ନଦୀର ଏକ ଶାଖାନଦୀ କେଳୁଆ ନଇ ଏହି ଲାଙ୍ଗୁଡ଼ି ପାହାଡ଼ର ଉତ୍ତର-ପୂର୍ବ ଭାଗକୁ ବହିଯାଇଅଛି ଯାହା ସେକାଳର ମହାବିହାର ପରିସରକୁ ଏକ ମନୋରମ ପରିବେଶ ଯୋଗାଇଦେଇଥିବ ବୋଲି ଅନୁମାନ କରାଯାଇଥାଏ । ସମଗ୍ର ମହାବିହାରଟି ଆଖପାଖର ଲଳିତଗିରି, ରତ୍ନଗିରି ଓ ଉଦୟଗିରି ଆଦି ପାହାଡ଼ ଯାଏଁ ବ୍ୟାପି ରହିଥିଲା ।
ଏ.ଏସ.ଆଇ (ASI) ଏହା ପାଇଁ ନାନାଦି ଯୋଜନା ଆରମ୍ଭ କରିଅଛି । ୨୦୦୭ରେ, ମହାବିହାର ପାଖରେ ଅଧିକ ଜାଗା ଅଧିଗ୍ରହଣ କାମ ଆରମ୍ଭ କରାଯାଇଥିଲା । ପୁନନିର୍ମାଣ ସରିଲେ ଏହା ପୃଥିବୀର ଏକ ମୁଖ୍ୟ ବୌଦ୍ଧସ୍ଥଳ ଭାବରେ ପରିଗଣିତ ହୋଇପାରିବ ।[୫]ରାଜ୍ୟ ସରକାର ଅଧୁନା ଏଠାରେ ସବୁ ବର୍ଷ ଏକ ବୁଦ୍ଧ ମହୋତ୍ସବର ଆୟୋଜନ କରୁଅଛନ୍ତି ।[୬]
ଲାଙ୍ଗୁଡ଼ି ପାହାଡ଼ରେ ଅନେକ ବୌଦ୍ଧ ସ୍ଥଳ ମାନ ମଧ୍ୟ ରହିଛି । ଏହା ନିକଟରେ ଥିବା "କାଇମା ପାହାଡ଼"ରେ ଚାରୋଟି ଖୋଣ୍ଡାଲାଇଟ (khondalite) ନିର୍ମିତ ଅଖଣ୍ଡ ଖମ୍ବଦେଇ ବେଢ଼ା ହାତୀର ପଥର ଖୋଦା ମୂର୍ତ୍ତୀ ରହିଛି, ଯାହା ମୌର୍ଯ୍ୟ ଶାସନ କାଳ ଖ୍ରୀ.ପୂ. ୨ରେ ତିଆରି କରାଯାଇଥିଲା । ବ୍ରାହ୍ମଣୀ ଓ କିମିରିଆ ନଦୀ କୁଳରେ ଥିବା "ଦେଉଳି ପାହାଡ଼"ର ଗୁମ୍ଫା ଭିତରେ ପଥର ଖୋଦା ବୌଦ୍ଧ ବିହାରସବୁ ଅଛି । ବଜ୍ରଗିରି, ସାରପୁର ଓ ପାଇକରାପୁରଠାରେ ମଧ୍ୟ ଅନେକ ବୌଦ୍ଧ ସ୍ଥଳସବୁ ଆବିଷ୍କାର କରାଯାଇଛି । ଲାଙ୍ଗୁଡ଼ିଠାରେ ସମ୍ଭବତ ଭାରତୀୟ ଉପମହାଦେଶର ସର୍ବବୃହତ ବୌଦ୍ଧ ବିହାର ରହିଛି ।[୭]
ଲାଙ୍ଗୁଡ଼ିକୁ ଜାତୀୟ ରାଜପଥ ୫ରୁ ଜାରକା ଓ ଚଣ୍ଡିଖୋଲ ଦେଇ ଯାଇହେବ । ଏଠାକୁ କଟକ ଓ ଭୁବନେଶ୍ୱରରୁ ମଧ୍ୟ ସହଜରେ ଯାଇହେବ । ଅକ୍ଟୋବରରୁ ଫେବୃଆରୀ ଏଠାକୁ ଯିବାର ସବୁଠାରୁ ଭଲ ସମୟ ।[୮]
{{cite web}}
: Check date values in: |date=
(help)
{{cite web}}
: Check date values in: |date=
(help)