![]() | |
![]() | |
Clinical data | |
---|---|
Trade names | Fycompa |
Synonyms | E2007 |
AHFS/Drugs.com | monograph |
MedlinePlus | a614006 |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 116%[୫] |
Protein binding | 95–96% |
Metabolism | Hepatic, mostly via CYP3A4 and/or CYP3A5 |
Elimination half-life | 105 hours, 295 hours (moderate hepatic impairment) |
Excretion | 70% faeces, 30% urine |
Identifiers | |
| |
ECHA InfoCard | 100.219.846 |
Chemical and physical data | |
Formula | C23H15N3O |
Molar mass | ୩୪୯.୩୯ g·mol−1 |
3D model (JSmol) | |
| |
| |
(verify) |
ପେରାମପାନେଲ, ଏକ ବିକ୍ରୟ ନାମ ଫାଇକୋମ୍ପା, ହେଉଛି ଏକ ଔଷଧ ଯାହା ଆଂଶିକ ବାତ ଏବଂ ସାଧାରଣ ଟନିକ୍-କ୍ଲୋନିକ୍ ବାତ ଆକ୍ରାନ୍ତ ରୋଗୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ହୁଏତ ଅନ୍ୟ ଔଷଧ ମିଶ୍ରଣ ବ୍ୟତୀତ କିମ୍ବା ସହିତ ବ୍ୟବହୃତ ହୁଏ ।[୬] [୭] ଏହା ପାଟିରେ ଦିଆଯାଏ ।[୭]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁଭାବ, ବିରକ୍ତିକରତା, ଅଇ, ଓଜନ ବୃଦ୍ଧି ଏବଂ ଶାରୀରିକ ସମନ୍ୱୟର ଅଭାବ ହୋଇପାରେ ।[୭] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହତ୍ୟା କିମ୍ବା ଆତ୍ମହତ୍ୟା ଚିନ୍ତାଧାରା, ଔଷଧ ପ୍ରତିକ୍ରିୟା ସହିତ ଇଓସିନୋଫିଲିଆ ଏବଂ ସିଷ୍ଟମିକ୍ ଲକ୍ଷଣ (DRESS) ଏବଂ ଅପବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୪] ଏହା ଲେଭୋନରଜେଷ୍ଟ୍ରଲ୍ ଗ୍ରହଣ କରୁଥିବା ଜନ୍ମ ନିୟନ୍ତ୍ରଣର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୮] ଏହା ଆମ୍ପା ରିସେପ୍ଟରକୁ (α-amino-3-hydroxy-5-methyl-4-isoxazolepropionic acid receptor, also known as AMPA receptor) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୯]
୨୦୧୨ ମସିହାରେ ଆମେରିକାରେ ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ପେରାମପାନେଲ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬][୪] ଯୁକ୍ତରାଷ୍ଟ୍ରରେ ଏହାର ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ମସିହାରେ ପ୍ରାୟ ୧୦୦୦୦ ଡଲାର ଥିଲା ।[୧୦] ଡ୍ରଗ୍ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନଦ୍ୱାରା ଏହା ଏକ ସିଡ୍ୟୁଲ୍ ତୃତୀୟ ନିୟନ୍ତ୍ରିତ ପଦାର୍ଥ ଭାବରେ ବିବେଚିତ ଅଟେ ।[୪]
{{cite journal}}
: Cite journal requires |journal=
(help)