ପୋକିରି | |
---|---|
ନିର୍ଦ୍ଦେଶକ | ପୁରୀ ଜଗନ୍ନାଧ |
ପ୍ରଯୋଜକ | ପୁରୀ ଜଗନ୍ନାଧ ମଞ୍ଜୁଳା ଘଟ୍ଟମନେନି |
ସଂଳାପ | ପୁରୀ ଜଗନ୍ନାଧ |
କଳାକାର | |
ସଙ୍ଗୀତ | ମଣି ଶର୍ମା |
ଚିତ୍ରଗ୍ରହଣ | ଶ୍ୟାମ କେ. ନାଇଡ଼ୁ |
ସମ୍ପାଦକ | କେ ଭେଙ୍କଟେଶ |
Production company | ଇନ୍ଦିରା ପ୍ରଡକ୍ସନ ବୈଷ୍ନ ଏକାଡେମୀ |
ମୁକ୍ତିଲାଭ ତାରିଖ | ୨୮ ଅପ୍ରେଲ ୨୦୦୬ |
କଥାଚିତ୍ରର ସମୟ | ୧୬୮ ମିନିଟ୍ |
ଦେଶ | ଭାରତ |
ଭାଷା | ତେଲୁଗୁ |
ଖର୍ଚ୍ଚ | ୧୦-୧୨ କୋଟି[୧][୨] |
ମୋଟ ଆୟ | ୬୬ କୋଟି[୩][୪] |
ପୋକିରି, ୨୦୦୬ରେ ମୁକ୍ତିଲାଭ କରିଥିବା ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁରୀ ଜଗନ୍ନାଧ ଏବଂ ମଞ୍ଜୁଳା ଘଟ୍ଟମନେନି । ପୁରୀ ଜଗନ୍ନାଧ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ମଣି ଶର୍ମା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୬]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହେଶ ବାବୁ ଓ ଇଲିଆନା ଡିକ୍ରୁଜ୍ ।[୭] ପ୍ରକାଶ ରାଜ, ବ୍ରହ୍ମାନନ୍ଦମ, ନସାର୍, ଆଶିଷ ବିଦ୍ୟାର୍ଥୀ, ଶିବାଜୀ ସିନ୍ଧେ, ଅଜୟ, ଅଲ୍ଲୀ ବେଶୁ ମାଧବ, ସତ୍ୟା ପ୍ରକାଶ, ଇସାଇ, ସୁବ୍ୱାରାଜୁ, ଜ୍ୟୋତି ରାଣା, ମାଷ୍ଟର ଭରତ, ମୁମାଇଥ୍ ଖାନ୍, ପୃଥୀରାଜ, ନରସିଂହ ଯାଦବ, ଜି.ଭି. ସୁଧାକର ନାଇଡ଼ୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୮]
ଏହି କଥାଚିତ୍ରଟିର ୨୦୦୭ ମସିହାରେ ତାମିଲ ଭାଷାରେ, ୨୦୦୯ରେ ହିନ୍ଦୀ ଏବଂ ୨୦୧୦ରେ କନ୍ନଡ଼ ଭାଷାରେ ପୁନଃନିର୍ମିତ ହୋଇଥିଲା । ତାମିଲରେ ବିଜୟ ଓ ଅସିନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ[୯], ହିନ୍ଦୀ ସଲମାନ ଖାଁ ଓ ଆୟେଶା ଟକିଆ[୧୦] ଏବଂ କନ୍ନଡ଼ରେ ଦର୍ଶନ ଓ ପ୍ରଣୀତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୧]
ହାଇଦ୍ରାବାଦରେ ଚାଲୁଥିବା ମାଫିଆରାଜ୍କୁ ଶେଷ କରିବା ପାଇଁ ଜଣେ ପୋଲିସ ଅଧିକାରୀ ତାଙ୍କର ସବୁଠାରୁ ଭଲ ଆଇ.ପି.ଏସ୍ ନିଯୁକ୍ତ ଯୁବକ କ୍ରିଷ୍ଣା ମନୋହରକୁ କାମରେ ଲାଗାଇଥିଲେ । ମାତ୍ର ସେ ସିଧାସଳଖ କାମ ନ କରି ନିଜେ ଜଣେ ଗୁଣ୍ଡା ଭାବରେ ଗୋଟିଏ ଗ୍ୟାଙ୍ଗ୍ ସହ ମିଶି କାମ କରୁଥିଲା । ସେ ପ୍ରଥମେ ନାରାୟଣ ନାମକ ଜଣେ ଲୋକ ଅଧିନରେ କାମ କରୁଥିଲା, ମାତ୍ର ପରେ ଦୁଇବାରେ ରହି ଭାରତରେ ନିଜର କଳାକାରନାମା ଜାରି ରଖିଥିବା ଅଲ୍ଲୀ ଭାଇ ଗ୍ୟାଙ୍ଗ୍ରେ ମିଶିଗଲା ।
ଏହାପରେ ସେ ସେହି ଗ୍ୟାଙ୍ଗ୍ରେ ମିଶି ଭଲ କାମ କଲା, ଅଧିକାଂଶ ସମୟରେ ତା' ଉପରେ ଆକ୍ରମଣ ମଧ ହେଉଥିଲା, ମାତ୍ର ସେ କିଏ ଆଉ କ'ଣ କରେ ବୋଲି କେହି ଜାଣିନଥିଲେ । ସମସ୍ତ ମଧ୍ୟ ତାକୁ ଗୁଣ୍ଡା ବୋଲି ଭାବୁଥିଲେ । ଶ୍ରୁତି ନାମକ ଗୋଟିଏ ଝିଅ ତାକୁ ଭଲ ପାଉଥିଲା, କାରଣ ସେ ତାକୁ ଜଣେ ବଦମାସ ପୋଲିସ କର୍ମଚାରୀଠାରୁ ବଞ୍ଚେଇଥିଲା । କିନ୍ତୁ ସେ ଗୁଣ୍ଡା ବୋଲି ତାକୁ ମଧ୍ୟ ଡର ଲାଗୁଥିଲା ।
ଏହାପରେ ସହରରେ ଅଲ୍ଲୀଭାଇର ଗ୍ୟାଙ୍ଗ୍ରେ ଅସୁବିଧା ହେବାରୁ ସେ ଦୁବାଇରୁ ହାଇଦ୍ରାବାଦ ଆସିଲା, ସେତେବେଳେ ତାକୁ ପୋଲିସ୍ ଗିରଫ କଲା ଏବଂ ତାକୁ ଲୁଚାଇ ରଖାଗଲା । ମାତ୍ର ତା'ର ଗ୍ୟାଙ୍ଗ୍ର ଲୋକମାନେ ପୋଲିସ୍ କମିଶନର୍ର ଝିଅକୁ ଅପହରଣ କରିନେବାରୁ ତା' ବଦଳରେ ଅଲ୍ଲୀ ଭାଇକୁ ଛାଡ଼ିବାକୁ ପଡ଼ିଲା । ଏହାପରେ ଅଲ୍ଲୀ ଗ୍ୟାଙ୍ଗ୍ରେ ଜଣେ ଅଣ୍ଡରକଭର୍ ପୋଲିସ୍ ଥିବା କଥା ଜଣିବାପରେ ସେ କ୍ରୀଷ୍ଣାର ବାପାକୁ ହତ୍ୟା କରିଦେଲା । ଏହାପରେ ସମସ୍ତେ କ୍ରୀଷ୍ଣାକୁ ଦେଖିଲେ । ଅଲ୍ଲୀଭାଇ ଦେଶ ଛାଡ଼ି ଚାଲିଯିବା ଆଗରୁ କ୍ରୀଷ୍ଣା ତା'ର ସମସ୍ତ ଗ୍ୟାଙ୍ଗ୍କୁ ନଷ୍ଟ କରିଦେଲା ଏବଂ ଅଲ୍ଲୀ ଭାଇକୁ ହତ୍ୟା କଲା ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଣି ଶର୍ମା । ଭାସ୍କରଭଟଲା, କଣ୍ଡିକୋଣ୍ଡା, ବିଶ୍ୱା ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ନବୀନ, ରଣଜିତ, ସୁଚିତ୍ରା, ନିହାଲ୍, ଖୁସି ମୁରଲୀ, ସୁଚିତ୍ରା , କୁନାଲ ଗଞ୍ଜାବାଲା, କାର୍ତ୍ତିକ, ମହାଲକ୍ଷ୍ମୀ ଅୟର୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠାଦାନ କରିଥିଲେ ।
କ୍ରମ | ଗୀତ | କବି | କଣ୍ଠଶିଳ୍ପୀ | ସମୟ |
---|---|---|---|---|
1. | "ଦେଉଡ଼ା" | ଭାସ୍କରଭଟଲା | ନବୀନ | ୦୪:୩୨ |
2. | "ଡୋଲେ ଡୋଲେ" | ବିଶ୍ୱା | ରଣଜିତ, ସୁଚିତ୍ରା | ୦୪:୪୩ |
3. | "ଗାଲା ଗାଲା" | କଣ୍ଡିକୋଣ୍ଡାKandikonda | ନିହାଲ୍ | ୦୪:୩୫ |
4. | "ଇପ୍ପାତିକିଙ୍କା" | ଭାସ୍କରଭଟଲା | ଖୁସି ମୁରଲୀ, ସୁଚିତ୍ରା | ୦୪:୩୮ |
5. | "ଜଗଦମ୍ବେ" | କଣ୍ଡିକୋଣ୍ଡା | କୁନାଲ ଗଞ୍ଜାବାଲା | ୦୪:୩୧ |
6. | "ଚୂଦୋଦ୍ଦାନ୍ତୁନା" | ଭାସ୍କରଭଟଲା | କାର୍ତ୍ତିକ, ମହାଲକ୍ଷ୍ମୀ ଅୟର୍ | ୦୫:୦୨ |
Total length: | ୨୮:୦୧ |